ସମ୍ବଲପୁରରେ ଅମିତ ଶାହଙ୍କ ସମ୍ବୋଧନ : ଏଥର ଦେଶରେ ୪ ଶହ ପାର୍‌, ରାଜ୍ୟରେ ବି ସରକାର ଗଢିବୁ...

Published By : Prameya-News7 Bureau | May 21, 2024 IST

ସମ୍ବଲପୁର ୨୧।୦୫ : ସମ୍ବଲପୁର ଜନସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମ୍ବୋଧନ । ଦେଶରେ ବିଜେପି ଭଲ ସ୍ଥିତିରେ ରହିଛି । ୫ଟି ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି ୩୧୦ ଆସନ ମିଳିଛି । ବାକି ୨ଟି ପର୍ଯ୍ୟାୟ ନିର୍ବାଚନ ପରେ ୪୦୦ ପାର୍‌ କରିବାକୁ ଲକ୍ଷ୍ୟ ରଖିଛି । ଓଡିଶାରେ ୭୫ରୁ ଅଧିକ ଆସନ ଜିତି ସରକାର କରିବୁ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାରେ ପରିବର୍ତ୍ତନ ହେବାକୁ ଯାଉଛି । ଓଡିଶାର ଭାଷା ଏବଂ ସଂସ୍କୃତି ଆଧାରରେ ହେବ ସରକାର । ଦେଶରେ ସବୁଠୁ ଗରିବ ଲୋକ ଓଡିଶାରେ ଅଛନ୍ତି । ବିଜେପି ଆସିଲେ ଦକ୍ଷ ଓ ପରିଶ୍ରମୀ ଓଡିଆଙ୍କୁ ମୁଖ୍ୟମନ୍ତ୍ରୀ କରିବୁ । ଓଡିଶାରେ ଖଣିଜ ସମ୍ପଦର ଭରପୁର ବିନିଯୋଗ ହେବ । ଓଡିଶାର ୬୪୦୦ ଗାଁକୁ ରାସ୍ତା ନାହିଁ । ୮ ହଜାର ଗାଁରେ ସ୍କୁଲ ବନ୍ଦ ହୋଇଛି । ରଥଯାତ୍ରା ବନ୍ଦ କରିବାକୁ ଷଡଯନ୍ତ୍ର କରାଯାଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ଏହାକୁ କରାଇଦେଇନଥିଲେ । ଶେଷରେ ବହୁ ବାଧା ବିଘ୍ନ ପରେ ରଥଯାତ୍ରା ହୋଇଥିଲା । 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.