ଯୁବ କଂଗ୍ରେସର ସାର୍ଟଲେସ୍ ପ୍ରୋଟେଷ୍ଟକୁ ନେଇ ତେଜିଲା ବିବାଦ, ସୋସିଆଲ ମିଡିଆ ପୋଷ୍ଟରେ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧି

NEWS7
maruti-suzuki-gypsy-to-launch-its-new-model-with-new-look

ନୂଆଦିଲ୍ଲୀ ୨୬।୨: ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ’ କାଳରେ କଂଗ୍ରେସ ଯୁବ ମୋର୍ଚ୍ଚା ପକ୍ଷରୁ କରାଯାଇଥିବା ‘ ସାର୍ଟଲେସ୍’ ପ୍ରଦର୍ଶନକୁ ନେଇ ଗିରଫ ଯୋଗୁ ଉପୁଜିଥିବା ବିବାଦ ଏବେବି ଜାରି ରହିଛି। ଏଥି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି କେନ୍ଦ୍ର ସରକାରଙ୍କ ଉପରେ ଶାନ୍ତିପୂର୍ଣ୍ଣ ଅସହମତିକୁ ଚପାଇ ଦେବାର ଅଭିଯୋଗ ଆଣିଛନ୍ତି। ରାହୁଲ ଏହାକୁ ନେଇ ତାଙ୍କ ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟ ସେୟାର କରିଛନ୍ତି ଓ ଲେଖିଛନ୍ତି ‘ଯଦି ଆପଣ ସାମ୍ବିଧାନିକ ଉପାୟରେ କ୍ଷମତାସୀନ ଲୋକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରନ୍ତି ତେବେ ଆପଣ ଜେଲ ଯିବା ନିଶ୍ଟିତ’।

ରାହୁଲ ଗାନ୍ଧି ଲେଖିଛନ୍ତି ଯେ ଭାରତରେ ‘କମ୍ପ୍ରମାଇଜଡ୍ ପିଏମ’ଙ୍କ ଶାସନରେ ଶାନ୍ତିପୂର୍ଣ୍ଣ ବିରୋଧ କରିବା ମଧ୍ୟ ସବୁଠୁ ବଡ଼ ‘ଅପରାଧ’। ସେ କହିଛନ୍ତି ଯେ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରକୁ ଧିରେ ଧିରେ ଏପରି ଦିଗକୁ ଧକ୍କା ଦିଆଯାଉଛି ଯେଉଁଠି ଅସହମତିକୁ ‘ଦେଶଦ୍ରୋହ’ ଓ ପ୍ରଶ୍ନ କଲେ ‘ଷଡ଼ଯନ୍ତ୍ର’ ବୋଲି କୁହାଯାଉଛି। ରାହୁଲ ଗାନ୍ଧି ଲେଖିଛନ୍ତି ‘ମୋଦି ଜୀ ଏହା ନର୍ଥ କୋରିଆ ନୁହେଁ , ଭାରତ। ଯେତେବେଳେ ଶାସନ ନିଜକୁ ରାଷ୍ଟ୍ର ଭାବିବା ଆରମ୍ଭ କରେ ଓ ଅସହମତିକୁ ଶତ୍ରୁ ସେତେବେଳେ ଗଣତନ୍ତ୍ର ମରିଯାଏ’।

ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ନେତାଙ୍କ ପକ୍ଷରୁ ଏପରି ଟିପ୍ପଣୀ ଭାରତୀୟ ଯୁବ କଂଗ୍ରେସ (ଆଇୱାଇସି) ଅଧ୍ୟକ୍ଷ ଉଦୟଭାନୁ ଚିବ୍ ଓ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ଗିରଫ ପରେ ଆସିଛି। ଯେଉଁମାନଙ୍କୁ ଦିଲ୍ଲୀରେ ଏଆଇ ଶିଖର ସମ୍ମିଳନୀ କାଳରେ ଭାରତ ମଣ୍ଡପମରେ ଅନୁଷ୍ଠିତ ସାର୍ଟ ଲେସ୍ ବିରୋଧ ପ୍ରଦର୍ଶନ ମାମଲାରେ ଗିରଫ କରାଯାଇଛି। କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରି ପୋଲିସ ଚିବଙ୍କୁ ବିରୋଧର ମାଷ୍ଟରମାଇଣ୍ଡ ବୋଲି କହିଛି ଓ ତାଙ୍କୁ ରିମାଣ୍ଡରେ ନେଇଛି।

ଏହି ମାମଲାରେ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ରାହୁଲ ଗାନ୍ଧି ଗିରଫ କାର୍ଯ୍ୟକର୍ତ୍ତାଙ୍କ ସମର୍ଥନରେ ବବର ସେର କମ୍ରେଡ ବୋଲି କହିଥିଲେ। ସେ କହିଥିଲେ ମୁଁ ୟୁଥ କଂଗ୍ରେସ ସହଯୋଗୀଙ୍କୁ ନେଇ ଗର୍ବିତ, ଯେଉଁମାନେ ବୁଝାମଣାକାରୀ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦେଶର ହୀତ ପାଇଁ ନିର୍ଭୟ ପ୍ରଦର୍ଶନ କରିଛନ୍ତି। ସେ କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ଏକ ଗଣତାନ୍ତ୍ରିକ ଅଧିକାର ଓ ସରକାରଙ୍କ ବିରୋଧରେ ପ୍ରଶ୍ନ ଉଠାଇବାକୁ ଅପରାଧ ମନେକରାଯିବା ଉଚିତ ନୁହେଁ।

ଏହା ବି ପଢନ୍ତୁ :-ସିବିଏସ୍ଇ ଦ୍ବାଦଶ ପରୀକ୍ଷାରେ ଉତ୍ତର ଲେଖିବାକୁ ChatGPT ସାହାଯ୍ୟ ନେଉଥିଲେ ଛାତ୍ର, ମହାରାଷ୍ଟ୍ରରେ ଧରାପଡିଲା ବଡ ରାକେଟ୍