ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ସକାଳ ୬ଟା ୨୦ରୁ ପାକ ତ୍ୟାଗ

NEWS7
martial-art-player-died-in-road-accident

ଭୁବନେଶ୍ୱର ୦୩।୦୩ : ଆଜି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ଏହି ଗ୍ରହଣ ଦୋଳ ପୂର୍ଣ୍ଣିମାରେ ଦେଖିବାକୁ ମିଳିବ। ସେଥିପାଇଁ ଏହି ଦିନ ଦୋଳ ଠାକୁର ଭୋଗ ଖାଇବେ ନାହିଁ। ତେଣୁ ଦୋଳ ପୂର୍ଣ୍ଣିମାର ସମସ୍ତ କାର୍ଯ୍ୟ ସୋମବାର ଠାରୁ ଶେଷ କରାଯାଇଛି। ସକାଳ ୬ଟା ୨୦ରୁ ପାକ ତ୍ୟାଗ କରାଯାଇଛି।

ଏ ଖବର ବି ପଢନ୍ତୁ:- ୩ ମାର୍ଚ୍ଚରେ ସିଂହ ରାଶିରେ ଚନ୍ଦ୍ରଗ୍ରହଣ, କୁମ୍ଭ ରାଶିରେ ବୁଧ,ମଙ୍ଗଳ,ସୂର୍ଯ୍ୟ ଓ ରାହୁ ମିଶି କରିଦେବେ ମାଲେମାଲ

ଭାରତୀୟ ସମୟ ଦିନ ୨ଟା ୧୪ମିନିଟରେ ଏହି ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ । ଯେତେବେଳେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ ସେତେବେଳେ ଦିନ ୩ଟା ୨୦ ହେଇଥିବ। ଆଂଶିକ ଗ୍ରହଣ ଦିନ ୩ଟା ୨୦ରୁ ଆରମ୍ଭ ହୋଇ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଅପରାହ୍ନ ୪ଟା ୩୪ରୁ ୫ଟା ୩୨ ମନିଟ ଯାଏ ଘଟିବ। ଆଂଶିକ ଗ୍ରହଣ ସନ୍ଧ୍ୟା ୬ଟା ୪୭ରେ ଶେଷ ହେବ । ସେଥିପାଇଁ ଏହି ଚନ୍ଦ୍ର ଗ୍ରହଣ ଓଡ଼ିଶାରେ ସନ୍ଧ୍ୟା ୬ଟାରୁ ସନ୍ଧ୍ୟା ୬ଟା ୪୭ ଯାଏ ମାତ୍ର ଆଂଶିକ ଗ୍ରହଣ ଭାବେ ଦେଖାଯିବ । କିନ୍ତୁ ଏଥିପାଇଁ ସକାଳ ୬ଟା ୨୦ରୁ ଘାତ ସମୟ ଆରମ୍ଭ ହେବ ବୋଲି ପାଞ୍ଜିରେ ଲେଖା ହୋଇଛି । ୨୦୨୬ରେ ୨ଟି ଚନ୍ଦ୍ର ଗ୍ରହଣ ଓ ଦୁଇଟି ସୂର୍ଯ୍ୟ ପରାଗ ଦେଖାଯିବ । ଚନ୍ଦ୍ର ଗ୍ରହଣ ଗୋଟିଏ ସୁନ୍ଦର ମହାଜଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ସହଜରେ ଦେଖିହେବ । ଏହାର କୌଣସି ପ୍ରଭାବ ଆମ ଉପରେ ତଥା ପୃଥିବୀ ଉପରେ ନାହିଁ ।

ଏ ଖବର ବି ପଢନ୍ତୁ:-ବିଶ୍ୱରେ ମହାଯୁଦ୍ଧ ଆତଙ୍କ: ଆମେରିକା ତାର ନାଗରିକଙ୍କୁ ୧୨ରୁ ଅଧିକ ଦେଶ ଛାଡିବାକୁ ଦେଲା ନିର୍ଦ୍ଦେଶ