ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଜବାବ ଦେଲେ ମନମୋହନ ସାମଲ, କହିଲେ- ଅଭିଯୋଗର କୌଣସି ଭିତ୍ତି କି ଆଧାର ନାହିଁ

NEWS7
married-for-just-6-hours-performs-last-rites-of-his-newly-wed-bride

ଭୁବନେଶ୍ବର ୨୮।୧୨: ସମ୍ବଲପୁରରେ ପଶ୍ଚିମବଙ୍ଗ ଶ୍ରମିକଙ୍କୁ ପିଟି ମାରିଦେବା ପ୍ରସଙ୍ଗରେ ନିଜ ‘ଏକ୍ସ’ ହାଣ୍ଡେଲରେ ଲେଖିବା ପରେ ଏହାର ଜବାବ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମମତାଙ୍କୁ ଜବାବ ଦେଇ ମନମୋହନ କହିଛନ୍ତି, ସେ ଓଡ଼ିଶା ହେଉ କି ପଶ୍ଚିମବଙ୍ଗ କି ଭାରତ ବର୍ଷରେ ଯେଉଁଠି ବି ହେଉ, କେଉଁଠି ବି ନିର୍ଯାତନା, ଅତ୍ୟାଚାର ହେବା କଥା ନୁହେଁ । ମାନବିକ ଅଧିକାରକୁ ଉଲ୍ଲଙ୍ଘନ ହେବା କଥା ନୁହେଁ । ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ବୋଧେ ହୁଏ ମାର୍ଚ୍ଚ ମାସରେ ନିର୍ବାଚନ କାରଣ ପାଇଁ ମମତା ଏମିତି କହୁଛନ୍ତି କି ଅନ୍ୟ କିଛି ଉଦ୍ଦେଶ୍ୟ ଅଛି । ମମତାଙ୍କ ଅଭିଯୋଗର କୌଣସି ଭିତ୍ତି କି ଆଧାର ନାହିଁ । ଏଭଳି ଘଟଣାରେ ରାଜନୀତି ହେବା କଥା ନୁହେଁ, ଏହା ନିନ୍ଦନୀୟ ଘଟଣା । ସେମାନଙ୍କ ପାଇଁ ଆମେ କ’ଣ କରିବା, ଭବିଷ୍ୟତରେ ଏମିତି ଘଟଣା କେମିତି ନ ଘଟିବ ସେନେଇ ଚର୍ଚ୍ଚା ଆଲୋଚନା ହେବା ଦରକାର । ପ୍ରବାସୀ ଶ୍ରମିକ ମାନେ ଯେଉଁଠି ବି ନିର୍ଯାତନା ପାଉଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ମନମୋହନ କହିଛନ୍ତି ।

ମମତା ବାନାର୍ଜୀ ତାଙ୍କ ‘ଏକ୍ସ’ ହାଣ୍ଡେଲରେ ଲେଖିଛନ୍ତି, ସମ୍ବଲପୁର ଜାଙ୍ଗିପୁର ଅଞ୍ଚଳର କିଛି ପ୍ରବାସୀ ଶ୍ରମିକଙ୍କ ଉପରେ ଅତ୍ୟାଚାର ହୋଇଛି । ଡିସେମ୍ବର ୨୪ ତାରିଖରେ ସମ୍ବଲପୁରରେ ଜାଙ୍ଗିପୁରର ସୁଟି ଅଞ୍ଚଳର ଜଣେ ଯୁବ ପ୍ରବାସୀ ଶ୍ରମିକଙ୍କୁ ପିଟିପିଟି ହତ୍ୟା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମୁର୍ଶିଦାବାଦର ପ୍ରବାସୀ ଶ୍ରମିକମାନେ ଓଡ଼ିଶାରୁ ଭୟଭୀତ ହୋଇ ଘରକୁ ଫେରୁଛନ୍ତି । ଏହି ହୃଦୟ ବିଦାରକ ଘଟଣା ପରେ ଆମେ ତାଙ୍କ ପରିବାର ସହିତ ଛିଡ଼ା ହୋଇଛୁ, ଏବଂ ମୃତକଙ୍କ ପରିବାର ନିକଟରେ ଆର୍ଥିକ ସହାୟତା ମଧ୍ୟ ପହଞ୍ଚିବ । ବଙ୍ଗାଳୀ ଭାଷାଭାଷୀ ଲୋକଙ୍କ ଉପରେ ହୋଇଥିବା ନିଷ୍ଠୁର ଅତ୍ୟାଚାର ଏବଂ ନିର୍ଯାତନାକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଆମେ ସେହି ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇବୁ ।