ଦିଲ୍ଲୀ AI ସମ୍ମିଳନୀ ବିରୋଧ ମାମଲା: ଯୁବ କଂଗ୍ରେସ ସଭାପତି ଉଦୟଭାନୁ ଚିବଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

NEWS7
map-gone-wrong-one-mruta

ନୂଆଦିଲ୍ଲୀ ୨।୩: ଦିଲ୍ଲୀ ହାଇକୋର୍ଟ ସୋମବାର ନିମ୍ନ କୋର୍ଟଙ୍କ ସେହି ଆଦେଶ ଉପରେ ରୋକ ଲଗାଇ ଦେଇଛନ୍ତି ଯେଉଁଥିରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଟରେ ବିରୋଧ ପ୍ରଦର୍ଶନ ଲାଗି ଭାରତୀୟ ଯୁବ କଂଗ୍ରେସ (ଆଇୱାଇସି) ସଭାପତି ଉଦୟଭାନୁ ଚିବଙ୍କ ମଞ୍ଜୁର ଜାମିନ ନିଲମ୍ବିତ କରାଯାଇଥିଲା। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସୌରଭ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଏହି ଆଦେଶ ଉପରେ ରୋକ ଲଗାଇ ଦେଇଛନ୍ତି।

ପୀଠ କହିଛନ୍ତି ଯେ ନ୍ୟାୟାଳୟଙ୍କ ୨୮ ଫେବୃଆରୀ ଆଦେଶ ତର୍କହୀନ ଥିଲା, ଏପରି ଲାଗୁଛି ଯେପରି ଏହାକୁ ଉଚିତ ବିଚାରବିମର୍ଷ ବିନା ଗୃହୀତ କରାଯାଇଛି। ପୀଠ ଦିଲ୍ଲୀ ପୋଲିସ ଓକିଲଙ୍କୁ ଦୌରାଜଜ କୋର୍ଟଙ୍କ ଆଦେଶରେ ତର୍କ କାହିଁ ବୋଲି ପ୍ରଶ୍ନ କରିଥିଲେ। କହିଥିଲେ ମୋର ସ୍ୱଳ୍ପ ଜ୍ଞାନ ଅନୁସାରେ ଏହି ଆଦେଶ ଉପରେ ରୋକ ଲଗାଯିବା ଉଚିତ। ଏଥିରେ ବିବେକ ଉପଯୋଗ କରାଯିବାର ଥିଲା, ଏହା ଏପରି କେଉଁ ବିରଳସ୍ଥିତି ଯେ ଏହା ଉପରେ ଅନ୍ତରୀଣ ରୋକ ଲଗାଯିବା ଜରୁରି? ଏହି ଆଦେଶ ଉପରେ ରୋକ ଲଗାଇବାକୁ ପଡିବ, କାରଣ ଏଥିରେ ବିବେକର ପ୍ରୟୋଗ କରାଯାଇନି। ଆପାତତଃ ମୁଁ ଆଜିର ଏହି ଆଦେଶରେ ସନ୍ତୁଷ୍ଟ ନୁହେଁ ବୋଲି ପୀଠ କହିଛନ୍ତି।

ଚିବ୍ ଦୌରା ଜଜ କୋର୍ଟଙ୍କ ୨୮ ଫେବୃଆରୀର ସେହି ଆଦେଶ ବିରୋଧରେ ଉଚ୍ଚନ୍ୟାୟାଳୟରେ ଅପିଲ କରିଥିଲେ ଯେଉଁଥିରେ ଡ୍ୟୁଟି ମାଜିଷ୍ଟ୍ରେଟଙ୍କ ଦ୍ୱାରା ଦିଆଯାଇଥିବା ଜାମିନ ଉପରେ ରୋଗ ଲଗାଯାଇଥିଲା। ପଟିୟାଲା ହାଉସ୍ କୋର୍ଟର ଡ୍ୟୁଡି ମାଜଷ୍ଟ୍ରେଟ ଜଷ୍ଟିସ୍ ବଂଶିକା ମେହେଟାଙ୍କ ବାସଭବନରେ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଚିବଙ୍କୁ ଭୋର ୩ଟ୩ ୩୦ ମିନିଟ୍ ରେ ହାଜର କରିଥିଲା। ଡ୍ୟୁଟି ମାଜିଷ୍ଟ୍ରେଟ୍ ଚିବ୍ ଙ୍କୁ ଜାମିନ ମଞ୍ଜୁର କରିଥିଲେ। କାରଣ ତାଙ୍କୁ ଆଗକୁ ହାଜତରେ ରଖିବାର କୌଣସି ଆବଶ୍ୟକତା ନଥିଲା।

ତେବେ ଦୌରାଜଜଙ୍କ କୋର୍ଟ ସନ୍ଧ୍ୟାରେ ଏହି ଜାମିନ ଆଦେଶ ଉପରେ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ରୋକ ଲଗାଇ ଦେଇଥିଲେ। ଦୌରାଜଜଙ୍କ କୋର୍ଟ ଦେଖିଥିଲେ ଯେ ଆଦେଶ ଏକ ବିରଳ ଓ ଅସାଧାରଣ ପରିସ୍ଥିତିରେ ଦିଆଯାଇଥିଲା। ଯାହାର କାରଣ ଭୋର ସାଢେ୩ଟା ବେଳେ ଏକ ତରଫା ରୋକ ଲଗାଯିବା ଉଚିତ ଥିଲା। ଏହା ପରେ ଦୌରାଜଜଙ୍କ କୋର୍ଟ ଡ୍ୟୁଟି ମାଜିଷ୍ଟ୍ରେଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଦାଖଲ ଦିଲ୍ଲୀ ପୋଲିସର ଆବେଦନ ଉପରେ ଶୁଣାଣି କରିଥିଲେ ଓ ଚିବଙ୍କୁ ଏକ ନୋଟିସ୍ ଜାରି କରିଥିଲେ। ଏହି ମାମଲାର ପରବର୍ତ୍ତି ଶୁଣାଣି ମାର୍ଚ୍ଚ ୬ ତାରିଖରେ ହେବାର ଥିଲା।

ଏହି ମାମଲା ଫେବୃଆରୀ ୨୦ର ଏକ ବିରୋଧ ପ୍ରଦର୍ଶନ ସମ୍ପର୍କିତ। ଆଇୱାଇସିର ୧୫ରୁ ୨୦ ଜଣ ସଦସ୍ୟ ସମ୍ମିଳନୀ ସ୍ଥଳକୁ ପହଞ୍ଚି ସାର୍ଟ ଖୋଲି ଅର୍ଦ୍ଧ ନଗ୍ନ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ବିରୋଧ ପ୍ରଦର୍ଶନ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ ମିନିଟରେ ବୈଶ୍ୱିକ କାର୍ଯ୍ୟକ୍ରମ କାଳରେ ହୋଇଥିଲା। ଏଥିରେ ଅନେକ ଦେଶର ପ୍ରତିନିଧି ଉପସ୍ଥିତ ଥିଲେ ଓ ଏହି ବିରୋଧ ପ୍ରଦର୍ଶନ ୧୦ରୁ ୧୫ ମିନିଟ୍ ଧରି ଚାଲିଥିଲା। ଏହି ମାମଲାରେ ଦିଲ୍ଲୀ ପୋଲିସ ବିଏନଏସ ର ବିଭିନ୍ନ ଧାରାରେ ଏତଲା ରୁଜୁ କରିଥିଲା।

ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର କମିଶନର ଦେବେଶ ଚନ୍ଦ୍ର ଶ୍ରୀବାସ୍ତବ କହିଥିଲେ ଘଟଣା ସୁନିୟୋଜିତ ଷଡ଼ଯନ୍ତ୍ର ଓ ପୋଲିସ ନିକଟରେ ଅଭିଯୁକ୍ତଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି। ଏହା ପରେ ଫେବୃଆରୀ ୨୪ ତାରିଖରେ ଏକ କୋର୍ଟ ଚିବଙ୍କୁ ଭାରତ ମଣ୍ଡପମରେ ହୋଇଥିବା ବିରୋଧ ପ୍ରଦର୍ଶନରେ ତାଙ୍କର କଥିତ ଭୂମିକା ପାଇଁ ୪ ଦିନିଆ ପୋଲିସ ରିମାଣ୍ଡରେ ପଠାଇଥିଲେ।