LIVE TV

ବନ୍ଧା ହେଲେ ଜୁବିନ୍‌ ଗର୍ଗଙ୍କ ୨ ବ୍ୟାଣ୍ଡ୍ ମେମ୍ଵର, ମାମଲା ରୁଜୁ କଲା ଆସାମ ପୋଲିସ

NEWS7
maoist-bandh-effect-combing-operation-in-malkangiri

ନୂଆଦିଲ୍ଲୀ ୦୩।୧୦; ଲୋକପ୍ରିୟ ଗାୟକ ଜୁବନ୍‌ ଗର୍ଗ ମୃତ୍ୟୁ ଘଟଣାରେ ପୁଣି ଆଉ ଦୁଇଜଣଙ୍କୁ ବାନ୍ଧିଲା ପୋଲିସ୍ । ଜୁବିନ୍‌ଙ୍କ ବ୍ୟାଣ୍ଡ୍‌ର ସଦସ୍ୟ ଏବଂ ସହ କଣ୍ଠଶିଳ୍ପୀ ଅମ୍ରିତ ପ୍ରଭାଙ୍କୁ ଗିରଫ କରିଛି ଆସାମ ପୋଲିସ । ପୂର୍ବରୁ ଜୁବିନ୍‌ଙ୍କ ମ୍ୟାନେଜର ଓ ପାର୍ଟିର ଆୟୋଜକ ହୋଇଥିଲେ ଗିରଫ । ତେବେ ଜୁବିନ୍‌ଙ୍କ ମୃତ୍ୟୁର ତଦନ୍ତ ପାଇଁ ତାଙ୍କ ପତ୍ନୀ ଗରିମା ଦାବି କରିଥିଲେ ।  ଏ ପର୍ଯ୍ୟନ୍ତ ଜୁବୀନ ଗର୍ଗ ମୃତ୍ୟୁ ମାମଲାରେ ଚାରି ଜଣଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ପଚରାଉଚରା କରାଯାଇଛି ।

ନିକଟରେ, ଜୁବୀନଙ୍କ ପତ୍ନୀ ଗରିମା ସାଇକିଆ ଗର୍ଗ ତାଙ୍କ ସ୍ୱାମୀଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମାଙ୍କ ବିଷୟରେ ସନ୍ଦେହ ପ୍ରକାଶ କରି ସିଙ୍ଗାପୁର ଘଟଣାରେ ସମ୍ଭାବ୍ୟ ସମ୍ପୃକ୍ତି ଅଭିଯୋଗ କରିଥିଲେ । ସୂଚନା ଅନୁସାରେ ଜୁବିନ ଗର୍ଗଙ୍କ ପତ୍ନୀ ଗରିମା ସୈକିଆ ଗର୍ଗ ତାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରିଥିଲେ। ଏହାସହ ଜୁବିନ ଗର୍ଗଙ୍କ ଶେଷ ସମୟରେ ଘଟିଥିବା ଘଟଣାଗୁଡ଼ିକର ସଠିକ୍ ତଦନ୍ତ ପାଇଁ ଦାବି କରିଛନ୍ତି। ଜାତୀୟ ଗଣମାଧ୍ୟମରେ ସେ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ତାଙ୍କୁ କି ତାଙ୍କ ପରିବାରକୁ ସ୍ପଷ୍ଟ ଉତ୍ତର ଦିଆଯାଇ ନାହିଁ । ସେ କହିଛନ୍ତି, "ଜୁବିନ ଗର୍ଗଙ୍କ ସହ ପ୍ରକୃତରେ କ’ଣ ହେଲା, ଆମେ ଜାଣିନାହୁଁ । ତାଙ୍କ ମୃତ୍ୟୁ କିପରି ଘଟିଲା, ଏହା ଏପର୍ଯ୍ୟନ୍ତ ଏକ ରହସ୍ୟ । ଆମକୁ ଏହାର ଉତ୍ତର ଦରକାର । ସେ ଅବହେଳାର ଶିକାର ହୋଇଛନ୍ତି, ଏହା ନିଶ୍ଚିତ, କିନ୍ତୁ ତାଙ୍କ ପରି ଜଣେ ବ୍ୟକ୍ତିଙ୍କୁ କାହିଁକି ଅବହେଳା କରାଗଲା ? ମୁଁ ତଦନ୍ତ ଉପରେ ବିଶ୍ୱାସ କରେ।"

ଗରିମା କହିଛନ୍ତି ଯେ ସେ ଶେଷ ଥର ପାଇଁ ସେପ୍ଟେମ୍ବର ୧୮ରେ ତାଙ୍କ ସ୍ୱାମୀଙ୍କ ସହ କଥା ହୋଇଥିଲେ । କିନ୍ତୁ ସେ ସିଙ୍ଗାପୁରରେ ହେବାକୁଥିବା କୌଣସି ୟାଟ ପାର୍ଟି ବିଷୟରେ କହିନଥିଲେ । ଯଦି ସେ ଜାଣିଥାନ୍ତେ ତେବେ ମୋତେ ନିଶ୍ଚୟ କହିଥାନ୍ତେ । ତାଙ୍କୁ ୟାଟ ପାର୍ଟି ବିଷୟରେ ଜଣା ନଥିଲା । ମୁଁ ଆଶା କରୁଛି ତଦନ୍ତରେ ଏହା ବିଷୟରେ ଜଣାପଡ଼ିବ ଏବଂ ଆମକୁ ଉତ୍ତର ମିଳିବ ।"