LIVE TV

୨୦ ବର୍ଷରେ ପରେ ବିବାହ ଓ ପିଲା ପ୍ଲାନିଂ କରିବା ଉଚିତ୍: ଯୁବ ଉଦ୍ୟୋଗୀଙ୍କୁ ଶ୍ରୀଧର ଭେମ୍ବୁଙ୍କ ପରାମର୍ଶ ପରେ ତେଜିଲା ବିତର୍କ

NEWS7
mao-poster-surface-in-baliguda-of-kandhamal

ନୂଆଦିଲ୍ଲୀ:ଯୁବ ଉଦ୍ୟୋଗୀମାନେ ୨୦ ବର୍ଷ ୨୯ ବର୍ଷ ବୟସ ମଧ୍ୟରେ ବିବାହ ଏବଂ ସନ୍ତାନ ପାଇଁ ପ୍ଲାନିଂ କରିବା ଉଚିତ୍। ଜୋହୋ ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁ ଯୁବ ଉଦ୍ୟୋଗୀମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି। ଯାହାକୁ ନେଇ ବର୍ତ୍ତମାନ ସୋସିଆଲ୍ ମିଡିଆରେ ବିତର୍କ ଆରମ୍ଭ ହୋଇଯାଇଛି।

ଅଭିନେତା ରାମ ଚରଣଙ୍କ ପତ୍ନୀ ଏବଂ ଶିଳ୍ପପତି ଉପାସନା କାମିନୀ କୋନିଡେଲା ଏଗ୍ ଫ୍ରିଜିଂ ଉପରେ ଏକ ମନ୍ତବ୍ୟ ଦେଇଥିଲେ। ଏଥିରେ ନିଜର ଅସହମତି ପ୍ରକାଶ କରି ଭେମ୍ବୁ ମଧ୍ୟ ଟ୍ୱିଟ୍ କରିଥିଲେ। ବିବାହ ଏବଂ ପିଲା ଟାଳିବା ଉଚିତ ନୁହେଁ ବୋଲି ଭେମ୍ବୁ କହିଥିଲେ। ତାଙ୍କର ଏହି ପୋଷ୍ଟ ଭାଇରାଲ ହେବା ପରେ ବିବାହଯୋଗ୍ୟ ବୟସ, କ୍ୟାରିଅର ଏବଂ ପରିବାର ବିଷୟରେ ସୋସିଆଲ ମିଡିଆରେ ଏକ ବିତର୍କ ଆରମ୍ଭ ହୋଇଯାଇଛି।

ଉପାସନ ଟ୍ୱିଟ୍ କରି ଲେଖିଥିଲେ ଏଗ୍ ଫ୍ରିଜିଂ ମହିଳାମାନଙ୍କ ପାଇଁ ସବୁଠାରୁ ବଡ଼ ଇନ୍ସୁରାନ୍ସ। ଆଇଆଇଟି ହାଇଦ୍ରାବାଦର ଏକ କାର୍ଯ୍ୟକ୍ରମରେ ଉପାସନା କହିଥିଲେ, "ମହିଳାମାନଙ୍କ ପାଇଁ ସବୁଠାରୁ ବଡ଼ ବୀମା ହେଉଛି ଆପଣଙ୍କର ଡିମ୍ବାଣୁ ସଂରକ୍ଷଣ କରିବା। ଏଥିରେ ଆପଣ ଆପଣଙ୍କ ଇଚ୍ଛା ଅନୁସାରେ ବିବାହ କରିପାରିବେ। ଫଳରେ ଆପଣ ଆର୍ଥିକ ସ୍ୱାଧୀନତା ପାଇବା ପରେ କେବେ ସନ୍ତାନ ଜନ୍ମ କରିବେ ତାହା ନିଜେ ନିଷ୍ପତ୍ତି ନେଇପାରିବେ।"

ଏଥିରେ ଉପାସନା ନିଜ ଜୀବନକୁ ଏକ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ। ଏବଂ କହିଥିଲେ ଯେ ଆଜି ସେ ନିଜ ଗୋଡ଼ରେ ଠିଆ ହୋଇଛନ୍ତି, ନିଜେ ରୋଜଗାର କରୁଛନ୍ତି, ଏବଂ ଏହି ଆର୍ଥିକ ସୁରକ୍ଷା ହିଁ ତାଙ୍କୁ ଏଭଳି ଏକ ସାହସିକ ନିଷ୍ପତ୍ତି ନେବା ପାଇଁ ସାହସ ଦେଇଛି ବୋଲି ସେ କହିଛନ୍ତି।

ଉପାସନାଙ୍କର ଏହି ଟ୍ୱିଟ୍ ଉପରେ ନିଜର ଅସହମତି ପ୍ରକାଶ କରିଥିଲେ ଶ୍ରୀଧନର ଭେମ୍ବୁ। ସେ ଏହାର ଜବାବ ଦେଇ ଲେଖିଥିଲେ "ମୁଁ ଯେଉଁ ଯୁବ ଉଦ୍ୟୋଗୀମାନଙ୍କୁ ଭେଟିଥାଏ ସେ ପୁରୁଷ ହୁଅନ୍ତୁ କିମ୍ବା ମହିଳା ଉଭୟଙ୍କୁ, ବିବାହ କରିବାକୁ ଏବଂ ଡେରି ନ କରି ୨୦ ବର୍ଷ ବୟସରେ ପିଲା ଜନ୍ମ କରିବାକୁ ପ୍ଲାନ୍ କରିବା ପାଇଁ ପରାମର୍ଶ ଦିଏ।" ସେ ଆହୁରି ମଧ୍ୟ କହିଛନ୍ତି: "ସେମାନଙ୍କୁ ସମାଜ ଏବଂ ସେମାନଙ୍କର ପୂର୍ବପୁରୁଷଙ୍କ ପ୍ରତି ସେମାନଙ୍କର ଜନସଂଖ୍ୟାଗତ କର୍ତ୍ତବ୍ୟ ପାଳନ କରିବାକୁ ପଡିବ। ଏହି ଧାରଣାଗୁଡ଼ିକ ପୁରୁଣାକାଳିଆ ଶୁଭିପାରେ କିନ୍ତୁ ମୁଁ ନିଶ୍ଚିତ ଯେ ଏହା ପୁଣି ଥରେ ମୂଲ୍ୟବାନ ହେବ ବିଚାର ଧାରା ହେବ।"

ଭେମ୍ବୁଙ୍କର ଏହି ବୟାନକୁ ନେଇ ସୋସିଆଲ୍ ମିଡିଆରେ ବିତର୍କ ଆରମ୍ଭ ହୋଇଯାଇଛି। କିଛି ଭେମ୍ବୁଙ୍କ ଏହି ମତକୁ ସମର୍ଥନ କରିଥିବା ବେଳେ ଆଉ କିଛି ଏହାର ବିରୋଧ କରିଛନ୍ତି।

କେତେ ବର୍ଷରେ ବିଭାହ କରିଥିଲେ ଶ୍ରୀଧର ଭେମ୍ବୁ ?

୫୭ ବର୍ଷୀୟ ଶ୍ରୀଧର ଭେମ୍ବୁ ନିଜେ ୨୫ ବର୍ଷ ବୟସରେ ବିବାହ କରିଥିଲେ ଏବଂ ୨୭ ବର୍ଷ ପରେ ତାଙ୍କ ସ୍ତ୍ରୀ ଏବଂ ପୁଅକୁ ଆମେରିକାରେ ଛାଡ଼ି ଚାଲି ଆସିଛନ୍ତି। ସେ ୧୯୯୩ ମସିହାରେ ପ୍ରମିଳା ଶ୍ରୀନିବାସନଙ୍କୁ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ପୁଅ ଅଛି ଏବଂ ସେମାନେ ଆମେରିକାରେ ରୁହନ୍ତି।୨୦୨୦ ମସିହାର ପ୍ରାରମ୍ଭରେ, ଭେମ୍ବୁ ତାଙ୍କ ସ୍ତ୍ରୀ ଏବଂ ପୁଅକୁ କାଲିଫର୍ନିଆରେ ଛାଡି ତାମିଲନାଡୁର ତାଙ୍କ ଗାଁକୁ ଚାଲିଯାଇଥିଲେ। ନଭେମ୍ବର ୨୦୨୦ ରେ, ହ୍ୱାଟ୍ସଆପ୍ ମାଧ୍ୟମରେ ଛାଡପତ୍ର ଖବର ପ୍ରକାଶ ପାଇଥିଲା।

ହେଲେ ପ୍ରମିଳା ଅଭିଯୋଗ କରିଛନ୍ତି ଯେ ଭେମ୍ବୁ ଗୁପ୍ତ ଭାବରେ ଜୋହୋର ଅଧିକାଂଶ ସେୟାର ତାଙ୍କ ଭଉଣୀ ରାଧା ଏବଂ ସମ୍ପର୍କୀୟଙ୍କୁ ଟ୍ରାନ୍ସଫର କରିଥିଲେ। ତେବେ ରାଧାଙ୍କ ପାଖରେ ବର୍ତ୍ତମାନ ୪୭.୮% ସେୟାର ଅଛି। ତେବେ ଭେମ୍ବୁ ତାଙ୍କ ପତ୍ନୀଙ୍କ ଅଭିଯୋଗ ଖଣ୍ଡନ କରିଛନ୍ତି। କୌଣସି ଶେୟାର ଟ୍ରାନ୍ସଫର ହୋଇନାହିଁ। ସେ ଗ୍ରାମୀଣ ବିକାଶ ପାଇଁ ଭାରତ ଆସିଥିଲେ ଏବଂ ତାଙ୍କ ସ୍ତ୍ରୀ ଏବଂ ପୁଅଙ୍କୁ ମଧ୍ୟ ଡାକିଥିଲେ। ହେଲେ ସେ ଆସିଲେ ନାହିଁ ବୋଲି ଭେମ୍ବୁ କହିଥିଲେ।

ଏଗ ଫ୍ରିଜିଂ କଣ?

ମହିଳାଙ୍କ ଠାରେ ଏଗ୍ ଫ୍ରିଜିଂ (Egg Freezing) ବା ଓସାଇଟ୍ କ୍ରାଇଓପ୍ରିଜର୍ଭେସନ୍ (Oocyte Cryopreservation) ହେଉଛି ଏକ ଆଧୁନିକ ମେଡିକାଲ୍ ଟେକନିକ୍, ଯାହାଦ୍ୱାରା ମହିଳାମାନେ ନିଜର ଡିମ୍ବାଣୁ (eggs) କୁ ଭବିଷ୍ୟତ ପାଇଁ ସଂରକ୍ଷଣ କରି ରଖିପାରନ୍ତି।ଏଗ୍ ଫ୍ରିଜିଂ କାହିଁକି କରାଯାଏ?୧. ମହିଳାଙ୍କ ବୟସ ବଢ଼ିବା ସହିତ ଡିମ୍ବାଣୁର ସଂଖ୍ୟା ଓ ମାନ କମିଯାଏ। ୩୫ ବର୍ଷ ପରେ ଏହି ହ୍ରାସ ପ୍ରକ୍ରିୟା ତୀବ୍ର ହୁଏ।୨. ଯେଉଁ ମହିଳାମାନେ ଏବେ ମା’ ହେବାକୁ ଚାହୁଁନାହାନ୍ତି (କ୍ୟାରିଅର, ପାର୍ଟନର ନ ମିଳିବା, ଅର୍ଥନୈତିକ କାରଣ ଇତ୍ୟାଦି), ୩.ସେମାନେ ୨୫-୩୫ ବର୍ଷ ବୟସ ଭିତରେ ନିଜର ଯୁବା ଅବସ୍ଥାର ସୁସ୍ଥ ଡିମ୍ବାଣୁ ଫ୍ରିଜ୍ କରି ରଖିପାରନ୍ତି।୪. ଏହା ବାଦ କ୍ୟାନସର ଚିକିତ୍ସା (କେମୋଥେରାପି/ରେଡିଏସନ୍) ପୂର୍ବରୁ ଯେଉଁ ମହିଳାଙ୍କର ଡିମ୍ବାଣୁ ନଷ୍ଟ ହେବାର ଭୟ ଥାଏ। ୫. ଅନ୍ୟାନ୍ୟ ମେଡିକାଲ୍ କାରଣ ଯାହା ଫର୍ଟିଲିଟି ଉପରେ ପ୍ରଭାବ ପକାଏ (ଯେମିତି PCOS, ଏଣ୍ଡୋମେଟ୍ରିଓସିସ୍ ଇତ୍ୟାଦି)।

ପ୍ରକ୍ରିୟାଟି କିପରି ହୁଏ?

ହରମୋନ୍ ଇଞ୍ଜେକସନ୍: ଏହି ପ୍ରକ୍ରିୟାରେ ମହିଳାଙ୍କୁ ୧୦-୧୨ ଦିନ ଧରି ହରମୋନ ଇଞ୍ଜେକସନ୍ ଦିଆଯାଏ। ଯାହାଦ୍ୱାରା ଗୋଟିଏ ପିରିୟଡ ସାଇକେଲ୍ରେ ଏକାଧିକ ଡିମ୍ବାଣୁ ରିଲିଜ୍ ହୋଇଥାଏ।ଅଲଟ୍ରାସାଉଣ୍ଡ ମନିଟରିଂ: ଡିମ୍ବାଣୁ ରିଲିଜ ହେବା ପରେ ଅଲଟ୍ରାସାଉଣ୍ଡରେ ଏହାର ଗ୍ରୋଥ୍କୁ ଟ୍ରାକ୍ କରାଯାଏ।

ଏଗ୍ ରିଟ୍ରିଭାଲ୍: ସାଧାରଣ ଆନେସ୍ଥେସିଆରେ ୧୫-୨୦ ମିନିଟ୍ର ଛୋଟ ଅପରେସନ୍ କରି ଯୋନି ମାର୍ଗରୁ ଡିମ୍ବାଣୁ ବାହାର କରାଯାଏ।ଭିଟ୍ରିଫିକେସନ୍ (ଫ୍ଲାସ୍ ଫ୍ରିଜିଂ): ଡିମ୍ବାଣୁଗୁଡ଼ିକୁ -୧୯୬° ସେଲସିୟସ୍ ତରଳ ନାଇଟ୍ରୋଜେନ୍ରେ ଫ୍ରିଜ୍ କରି ଷ୍ଟୋର କରାଯାଏ। ଏହା ୧୦-୧୫ ବର୍ଷ ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରେ।

ଭବିଷ୍ୟତରେ ବ୍ୟବହାର: - ଯେତେବେଳେ ମହିଳା ଜଣକ ମା’ ହେବାକୁ ଚାହିଁବେ, ସେତେବେଳେ ଫ୍ରୋଜନ୍ ଏଗ୍କୁ ତରଳାଇ, ସ୍ପର୍ମ ସହିତ ଫର୍ଟିଲାଇଜ୍ କରି ଏମ୍ବ୍ରିଓ ତିଆରି କରାଯାଏ ଏବଂ IVF ମାଧ୍ୟମରେ ଗର୍ଭାଶୟରେ ପ୍ଲେସ୍ କରାଯାଏ।

ସଫଳତାର ହାର:- ୩୫ ବର୍ଷରୁ କମ୍ ବୟସରେ ଫ୍ରିଜ୍ କଲେ ସଫଳତାର ହାର ଅଧିକ (୪୦-୫୦% ପର୍ଯ୍ୟନ୍ତ ଲାଇଭ୍ ବର୍ଥ ରେଟ୍)।
ଯେତେ ଅଧିକ ସଂଖ୍ୟକ ଡିମ୍ବାଣୁ ଫ୍ରିଜ୍ ହେବ, ସଫଳତା ସେତେ ଅଧିକ।

ଖର୍ଚ୍ଚ (ଭାରତରେ)ଏକ ସାଇକଲ୍: ୧.୫ ଲକ୍ଷରୁ ୩ ଲକ୍ଷ ଟଙ୍କା (ଔଷଧ ସହ)ବାର୍ଷିକ ଷ୍ଟୋରେଜ୍: ୨୦,୦୦୦-୪୦,୦୦୦ ଟଙ୍କା