ସଂଖ୍ୟାଲଘୁ ସାବଧାନ ! ଆଗକୁ ମିଳିବନି ୫% ସଂରକ୍ଷଣ, ହଟାଇ ଦେଲେ ଏହି ସରକାର

NEWS7
mao-poster-banner-in-ambadola-police-station-at-rayagada

ମୁମ୍ବାଇ, ୧୯/୦୨ : ମହାରାଷ୍ଟ୍ର ସରକାରଙ୍କ ବଡ ନିଷ୍ପତ୍ତି । ହଟିଲା ସଂଖ୍ୟାଲଘୁ ସଂପ୍ରଦାୟ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା । ପୂର୍ବରୁ ମୁସଲିମ ବର୍ଗଙ୍କ ପାଇଁ ଥିବା ୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡଣାବୀସଙ୍କ ନେତୃତ୍ୱାଧିନ ସରକାର ହଟାଇ ଦେଇଛନ୍ତି । ଯାହାକୁ ନେଇ ବିରୋଧୀ ଏନସିପି ସରକାରଙ୍କୁ ସମାଲୋଚନା କରିଛି ।

ରିପୋର୍ଟ ଅନୁସାରେ, ପୂର୍ବରୁ ମହାରାଷ୍ଟ୍ର ସରକାର ଶିକ୍ଷା ତଥା ସରକାରୀ ଚାକିରିରେ ମୁସଲିମଙ୍କୁ ସଂରକ୍ଷଣ ସୁବିଧା ପ୍ରଦାନ କରୁଥିଲେ । ପ୍ରାୟ ଦଶବର୍ଷ ଧରି ଏହି ବ୍ୟବସ୍ଥା ଚାଲିଥିଲା । ଏବେ ରାଜ୍ୟ ସରକାର ସଂରକ୍ଷଣକୁ ହଟାଇଥିବା ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ସାମାଜିକ ନ୍ୟାୟ ବିଭାଗ କହିଛି ଯେ, ଏବେ ମୁସଲିମ ସଂପ୍ରଦାୟଙ୍କୁ ୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାରେ ଶିକ୍ଷା କ୍ଷେତ୍ରରେ ଆଡମିଶନ ମିଳିବ ନାହିଁ । ଏହି ବର୍ଗରେ ଏଣିକି କୌଣସି ଜାତି ପ୍ରମାଣପତ୍ର ଏବଂ ଏତତ୍ ସମ୍ଭନ୍ଧୀୟ ଅନ୍ୟ କୌଣସି ସାର୍ଟିଫିକେଟ୍ ଜାରି କରାଯିବ ନାହିଁ ।

 

ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟର ବିରୋଧୀ ଦଳ ନିନ୍ଦା କରିଛନ୍ତି । ମହାରାଷ୍ଟ୍ରରେ ବିଜେପି ସରକାର ମୁସଲିମ ବିରୋଧି ବୋଲି ଏନସିପି କହିଛି । ଏନସିପି ସାସଂଦ ସୁପ୍ରିୟା ସୁଲେ କହିଛନ୍ତି ଯେ, ସଂରକ୍ଷଣ ପ୍ରଦାନ କରିବା ଏକ ସାମ୍ବିଧାନିକ ଅଧିକାର । ରାଜ୍ୟ ସରକାର ମୁସଲିମଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ହଟାଇ ଦେଇଛନ୍ତି ।

ଏହି ଖବରଟି ପଢନ୍ତୁ... କେତେଦିନ ଚାଲିବ ମାଗଣା ସୁବିଧା ? କ୍ଷତିରେ ରହି ମଧ୍ୟ ମାଗଣା ବଣ୍ଟନ ବନ୍ଦ କରୁ ନାହାଁନ୍ତି ରାଜ୍ୟ ; ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ

ସୂଚନାଯୋଗ୍ୟ, ୨୦୧୪ରେ ମହାରାଷ୍ଟ୍ରରେ ମୁସଲିମଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ମୁସିଲମଙ୍କୁ ସ୍ୱତନ୍ତ୍ର ପଛୁଆ ବର୍ଗ ଶ୍ରେଣୀ-କ ରେ ରଖାଯାଇଥିଲା । ଏହି ବ୍ୟବସ୍ଥା ଶିକ୍ଷା ତଥା ନିୟୁକ୍ତିରେ ଲାଗୁ ହେବ ବୋଲି ସରକାର କହିଥିଲେ ।ପରେ ଏଥିରେ ବମ୍ବେ ହାଇକୋର୍ଟ ରହିତାଦେଶ ଲଗାଇଥିଲେ । ସୁପ୍ରିମକୋର୍ଟ ମଧ୍ୟ ମୁସଲିମ ସଂରକ୍ଷଣ ବ୍ୟବସ୍ଥାର ନିୟମକୁ ବାତିଲ କରିଥିଲେ । ଏହାସତ୍ତ୍ୱେ ମହାରାଷ୍ଟ୍ର ସରକାର ସରକାରୀ ଭାବେ ଏହି ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରିନଥିଲେ ।