ଶୀତ ମହୋତ୍ସବରେ ଜମୁଛି ଭିଡ଼, ପୁସ୍ତକ ମେଳା ଏଥରର ମୁଖ୍ୟ ଆକର୍ଷଣ

NEWS7
manoj-bajpayee-denies-reports-of-playing-gangster-vikas-dubey-in-a-film-wrong-news

ଭଦ୍ରକ ୧।୨: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଆସୁରାଳି ଠାରେ ଆୟୋଜିତ ହେଉଛି ଶୀତ ମହୋତ୍ସବ । ପୂର୍ବରୁ ଧାମନଗର ମହୋତ୍ସବ ନାମରେ ପାଳିତ ହେଉଥିବା ଏହି ଏହି ମହୋତ୍ସବର ନାମ ପରିବର୍ତ୍ତନ କରି ଶୀତ ମହୋତ୍ସବରେ ନାମିତ ହୋଇଛି । ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହେଉଛି ଶୀତ ମହୋତ୍ସବ । ଏଥର ଯୁବପିଢିଙ୍କୁ ନଜରରେ ରଖି ପୁସ୍ତକ ମେଳାକୁ ସ୍ଵତନ୍ତ୍ର କରାଯାଇଛି । ରାଜ୍ୟର ବିଭିନ୍ନ ପ୍ରକାଶକଙ୍କ ବହି ଷ୍ଟଲରେ ଯୁବପିଢିଙ୍କ ଭିଡ ଜମୁଛି । ଏହା ଛଡ଼ା ଓର୍ମାସ୍ ମଧ୍ୟ ନିଜର ଷ୍ଟଲ ମାଧ୍ୟମରେ ବିଭିନ୍ନ ଉପଯୋଗୀ ପ୍ରକଳ୍ପ ଗୁଡ଼ିକ ସର୍ବସାଧରଣଙ୍କ ନିମନ୍ତେ ପ୍ରଦର୍ଶୀତ କରୁଛି ।

ପ୍ରତ୍ୟେକ ସନ୍ଧ୍ୟାକୁ ଜନନେତାଙ୍କ ନାମରେ ଉସ୍ଵର୍ଗ ନାମିତ କରାଯାଇଛି । ବହୁ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସହ ଅତିଥି ମାନେ ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରୁଛି । ରାଜ୍ୟର ସୁନାମଧନ୍ୟ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଦର୍ଶନ କରିଛନ୍ତି । ରାଜ୍ୟ ସଂସ୍କୃତି ବିଭାଗ ସହଯୋଗରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କଳାକାର ମାନେ କଳା ପ୍ରଦର୍ଶନ କରିଛନ୍ତି । ମେଳାରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ଉତ୍ପାଦକୁ ଅଧିକ ଗୁରୁତ୍ବ ଦିଆଯାଇଛି । ଦର୍ଶକ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସହ ଶୀତୁଆ ରାତିରେ ଗରମା ଖାଦ୍ୟର ମଜା ନେଉଛନ୍ତି ।