ନିଜ ଟିମ୍ କୁ ‘ପଦ୍ମ’ ପୁରସ୍କାର ସମର୍ପିତ କଲେ ଡା.ଆର୍ମିଡା ଫର୍ଣ୍ଣାଣ୍ଡିଜ୍

NEWS7
manmohan-singh-rained-down-on-the-government-unemployment-in-the-country-has-reached-a-high-level-due-to-the-democratization-decision

ମୁମ୍ବାଇ ୨୫।୧: ମହାରାଷ୍ଟ୍ରର ପ୍ରସିଦ୍ଧ ନବଜାତ ରୋଗ ବିଶେଷଜ୍ଞ (ନିଓନାଟୋଲଜିଷ୍ଟ) ତଥା ‘ସ୍ନେହା’ ସଂସ୍ଥାର ସଂସ୍ଥାପକ ଡା.ଆର୍ମିଡା ଫର୍ଣ୍ଣାଣ୍ଡିଜ୍ ଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯିବ। ୩ ଦଶନ୍ଧୀରୁ ଅଧିକ ସମୟ ଧରି ବସ୍ତିମାନଙ୍କରେ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଲାଗି କାମ କରୁଥିବା ଡା.ଫର୍ଣ୍ଣାଣ୍ଡିଜ୍ ଙ୍କୁ ଏହି ସମ୍ମାନ ତାଙ୍କ ନିଶ୍ୱାର୍ଥ ସମର୍ପଣ ଓ ଚିକିତ୍ସା କ୍ଷେତ୍ରରେ ତାଙ୍କର କ୍ରାନ୍ତିକାରୀ ଯୋଗଦାନକୁ ସ୍ୱୀକୃତି ଦେଇଛି ।ଡା.ଆର୍ମିଡା ଫର୍ଣ୍ଣାଣ୍ଡିଜ ମୁମ୍ବାଇର ସାୟନ ହସ୍ପିଟାଲରେ ଦେଶର ପ୍ରଥମ ହ୍ୟୁମ୍ୟାନ ମିଲ୍କ ବ୍ୟାଙ୍କ ସ୍ଥାପନା କରି ଇତିହାସ ରଚିଥିଲେ।

ତାଙ୍କ ସ୍ୱେଚ୍ଛାସେବୀ ସଂସ୍ଥା ‘ସ୍ନେହା’ ଦୀର୍ଘ ବର୍ଷରୁ ମୁମ୍ବାଇ ବସ୍ତିଅଞ୍ଚଳରେ କାମ କରିଆସୁଛି। ଏହି ସଂସ୍ଥା ଗର୍ଭବତୀ ମହିଳା, ନବଜାତ ଶିଶୁ ଓ କିଶୋରୀଙ୍କ ସ୍ୱାସ୍ଥ୍ୟ, ପୋଷଣ ଏବଂ ଶିକ୍ଷା କେନ୍ଦ୍ରିତ କାର୍ଯ୍ୟକ୍ରମ ସଞ୍ଚାଳନ କରୁଛି। ସ୍ନେହାର ପ୍ରୟାସ ଯୋଗୁ ମାତୃମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାରରେ ଉଲ୍ଲେଖନୀୟ ହ୍ରାସ ହୋଇଛି। ଡା. ଫର୍ଣ୍ଣାଣ୍ଡିଜ ନା କେବଳ ଲୋକଙ୍କ ନିକଟକୁ ଆଧୁନିକ ଚିକିତ୍ସା ସୁବିଧା ପହଞ୍ଚାଇଛନ୍ତି ବରଂ ସମୂଦାୟକୁ ସ୍ୱାସ୍ଥ୍ୟ ପ୍ରତି ସଚେତନ ମଧ୍ୟ କରିଛି।

ସେ ସ୍ତନ୍ୟପାନକୁ ପ୍ରୋତ୍ସାହନ ଦେବା, ପୋଷଣରେ ସୁଧାର, ସୁରକ୍ଷିତ ପ୍ରସବ ଓ ନବଜାତଙ୍କ ଲାଳନପାଳନ ଭଳି ପ୍ରସଙ୍ଗରେ ଲଗାତାର କାମ କରିଆସୁଛନ୍ତି। ତାଙ୍କ ନେତୃତ୍ୱରେ ଅନେକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ବିଶେଷ କରି ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ପଦ୍ମଶ୍ରୀ ପୁରସ୍କାରକୁ ଡା. ଫର୍ଣ୍ଣାଣ୍ଡିଜ ତାଙ୍କ ଟିମ୍ ଓ ସେହି ହଜାର ହଜାର ମହିଳା ଓ ଶିଶୁଙ୍କୁ ସମର୍ପିତ କରିଛନ୍ତି ଯେଉଁମାନଙ୍କ ଜୀବନକୁ ଉନ୍ନତ କରିବାରେ ତାଙ୍କୁ ଅବସର ମିଳିଛି।

ସେ କହିଛନ୍ତି ଯେ ଏହି ପୁରସ୍କାର ତାଙ୍କୁ ଆଗକୁ ସେବା କାର୍ଯ୍ୟ ପାଇଁ ପ୍ରେରଣା ଦେବ। ଡା.ଅର୍ମିଡା ଫର୍ଣ୍ଣାଣ୍ଡିଜ୍ ଙ୍କ ଏହି ଉପଲବ୍ଧି ପ୍ରମାଣ କରୁଛି ଯେ ସମର୍ପଣ, କଋଣା ଓ ଦୂରଦର୍ଶିତାର ସହିତ କରାଯାଇଥିବା କାର୍ଯ୍ୟ ସମାଜରେ ବାସ୍ତବିକ ପରିବର୍ତ୍ତନ ଆଣି ପାରିବ। ତାଙ୍କ ଜୀବନ ଓ କାର୍ଯ୍ୟ ଆଗାମୀ ପିଢୀ ପାଇଁ ପ୍ରେରଣାର ଉତ୍ସହେବ।