ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଝଟକା, ଅଭିନୟ ଉପରେ ରୋକ୍ ଲଗାଇଲେ ଭୁବନେଶ୍ଵର ସିଭିଲ୍ କୋର୍ଟ

NEWS7
man-shouldnot-do-these-things-otherwise-he-will-be-poor-or-beggar

ଭୁବନେଶ୍ଵର: ବେଶ ଜାକଜମକ, ଡିଜେ ସାଉଣ୍ଡ ବଜାଇ, ପ୍ରଶଂସକ ଓ ଯାତ୍ରା ପ୍ରେମୀଙ୍କ ଗହଣରେ ବର୍ଷେ ପରେ ମଞ୍ଚକୁ ଚଢିଥିଲେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ। ନାଟକ ‘ତୁ ମୋ ବଜରଙ୍ଗି’ ଜରିଆରେ ଯାତ୍ରା ମଞ୍ଚରେ ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ ଲୋକପ୍ରିୟ ଅଭିନେତା ପୀୟୂଷ। ହେଲେ ମଞ୍ଚକୁ ଚଢିବାର କେଇ ଘଣ୍ଟା ନ ଯାଉଣୁ ପୀୟୂଷଙ୍କୁ ଲାଗିଛି ବଡ଼ ଝଟକା। ଏବେ ଯାତ୍ରା ମଞ୍ଚରେ ଅଭିନୟ କରି ପାରିବେନି ପୀୟୂଷ। ଏମିତି ନିଷ୍ପତ୍ତି ଶୁଣାଇଛନ୍ତି ଭୁବନେଶ୍ଵର ସିଭିଲ୍ କୋର୍ଟ।

ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ବୁଧବାର ଶୁଣାଣି କରିଛନ୍ତି କୋର୍ଟ। ଆଉ ପୀୟୂଷଙ୍କୁ ମଞ୍ଚରେ ଅଭିନୟ କରିବା ଉପରେ ରୋକ୍ ଲଗାଇଛନ୍ତି ଭୁବନେଶ୍ଵର ସିଭିଲ୍ କୋର୍ଟ। କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ଯାଏ ମଞ୍ଚରେ ଅଭିନୟ ବାରଣ କରାଯାଇଛି। ଯାତ୍ରା ସିଂହବାହିନୀରେ ଅଭିନୟ କରିଥିଲେ ପୀୟୂଷ।