Rafale deal: ଫେବ୍ରୁଆରୀ ଶେଷରେ ଭାରତ ଆସିବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ: ୧୧୪ ରାଫେଲ ବିମାନ କିଣିବାକୁ ଡିଲ୍ କରିବ ଭାରତ

NEWS7
man-killed-by-nephew-over-land-dispute-in-bargarh

ନୂଆଦିଲ୍ଲୀଭାରତ ଫ୍ରାନ୍ସ ଠାରୁ ୧୧୪ ଟି ରାଫେଲ ଫାଇଟର ଜେଟ୍ କିଣିବାକ ପ୍ରସ୍ତୁତି ଆରମ୍ଭ କରିଛି। ଚଳିତ ମାସ ଶେଷରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଭାରତ ଗସ୍ତରେ ଆସିବା ପୂର୍ବରୁ ଭାରତୀୟପ୍ରତିରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି)୧୧୪ଟି ରାଫେଲ ଫାଇଟଲ ଜେଟ୍ କିଣିବା ପ୍ରସ୍ତାବକୁ ଅନୁମୋଦନ ଦେବାର ସମ୍ଭାବନା ରହିଛି। ବିଶେଷ ସୂତ୍ରରୁ ତଥ୍ୟ ନେଇ ଖବର ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେ।

ଅଧିକାରୀଙ୍କ ଅନୁଯାୟୀ,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଗାମୀ କିଛି ଦିନ ମଧ୍ୟରେ ଡିଏସି ବୈଠକ ବସିବ। ଏଥିରେ ବହୁ ବିଲିଅନ ଡଲାର ଗ୍ରାଣ୍ଟିଂ ଆକସେପ୍ଟାନ୍ସ ଅଫ୍ ନେସେସିଟିକୁ (ଏଓଏନ୍)କୁ ଅନୁମତି ପ୍ରଦାନ କରାଯିବ ବୋଲି ଅନୁମାନ କରାଯାଉଛି। ପ୍ରତିରକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା କ୍ରୟ ବୋର୍ଡ ଗତ ମାସରେ ରାଫେଲ ଅଧିଗ୍ରହଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇସାରିଛି। ତେଣୁ ରାଫେଲ କିଣିବାରପ୍ରକ୍ରିୟାକୁ ଏକପ୍ରକାର ସ୍ପଷ୍ଟ କରିଛି।

ଯଦି ଡିଲ୍ ଫାଇନାଲ ହେଲା, ତେବେ ଲଢ଼ୁଆ ବିମାନ କିଣିବାରେ ଏହା ଭାରତର ସବୁଠାରୁ ବଡ଼ ଡିଲ୍ ହେବ। କାରଣ ଏଥିପାଇଁ ୩.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହି ଡିଲ୍ ଏପରି ସମୟରେ ହେଉଛି, ଯେଉଁ ସମୟରେ ଭାରତୀୟ ବାୟୁସେନା ଯୁଦ୍ଧ ବିମାନର ଘୋର ସଂକଟ ଦେଇ ଗତି କରୁଛି।

ପଢ଼ନ୍ତୁ- india us trade deal: ଆମେରିକା ଠାରୁ ୫୦୦ ବିଲିଅନର କେଉଁ ସବୁ ସାମଗ୍ରୀ ଆମଦାନୀ କରିବା ଭାରତ?

୮୦ ପ୍ରତିଶତ ବିମାନ ଭାରତରେ ତିଆରି ହେବ

ଭାରତୀୟ ସେନା ପାଖରେ ୪୨ଟି ଯୁଦ୍ଧ ବିମାନର କ୍ଷମତା ରହିଥିବା ବେଳେ ବର୍ତ୍ତମାନ ଏହା କେବଳ ୨୯ଟି ଫାଇଟର ସ୍କ୍ୱାର୍ଡନକୁ ଅପରେଟ କରୁଛି। ବର୍ତ୍ତମାନ ଭାରତର ପଶ୍ଚିମ ଓ ଉତ୍ତରପଟୁ ବିପଦ ରହିଛି। ଏପରି ସମୟରେ ଯଦି ଭାରତୀୟ ବାୟୁସେନା ଦୁର୍ଭଳ ରହିବ ତେବେ ସ୍ଥିତି ଭୟଙ୍କର ହେଇପାରେ।

ତେବେ ଫ୍ରାନ୍ସ ଠାରୁ ରାଫେଲ କିଣିବା ପାଇଁ ଯେଉଁ ଡିଲ୍ ଯୋଜନା କରାଯାଇଛି ସେହି ଅନୁସାରେ ମାତ୍ର ୧୮ଟି ଏୟାରକ୍ରାପ୍ଟ ସିଧା ଫ୍ରାନ୍ସରୁ ଆସିବ, ବାକି ଯୁଦ୍ଧ ବିମାନ ଭାରତରେ ତିଆରି କରାଯିବ। ପାଖାପାଖି ୮୦ ପ୍ରତିଶତ ରାଫେଲ ବିମାନ ଭାରତରେ ତିଆରି ହେବ।ଆଉ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଏଥିରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ସ୍ୱଦେଶୀ ସାମଗ୍ରୀ ଲାଗିପାରେ।

ଏହି ବିମାନଗୁଡ଼ିକରେ ପୂର୍ବରୁ ଭାରତୀୟ ବାୟୁସେନା ନିଜ ସୁବିଧା ଅନୁସାରେ ଯୋଜନା କରିଥିବା ସେଟ୍ପଅ ଅନୁସାରେ, ଏଥିରେ ୮୮ଟି ସିଙ୍ଗଲ-ସିଟ୍ ଏବଂ ୨୬ଟି ଟ୍ୱିନ-ସିଟ୍ ଭ୍ୟାରିଏଣ୍ଟ ଫାଇଟଲ ଜେଟ୍ ରହିବ। ତେବେ ଭାରତରେ ଏହାକୁ ତିଆରି କରିବାଓ ଆସେଲମ୍ବଲ କରିବା(ପାର୍ଟ ଯୋଡ଼ିବା) ପାଇଁ ଫ୍ରାନ୍ସର ଡାସଲ୍ଟ ଏଭିଏସନ କୌଣସି ଭାରତୀୟ ଘରୋଇ କମ୍ପାନୀ ସହିତ ଚୁକ୍ତି କରିପାରେ।

ଭାରତ ପାଇଁ କେତେ ଜରୁରୀ ରାଫେଲ

ପ୍ରତିରକ୍ଷା ବିଶେଷଜ୍ଞମାନେ ରାଫେଲକୁ ଭାରତୀୟ ବାୟୁସେନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ବିମାନ ଭାବରେ ବିଚାର କରୁଛନ୍ତି। ଭାରତୀୟ ବାୟୁସେନାରେ ଏହି ବିମାନ ପୂର୍ବରୁ ହିଁ ସେବା ଯୋଗାଉଛି। ଏହାର ଉନ୍ନତ ସେନ୍ସର ଏବଂ ଦୂରଗାମୀ ଆକ୍ରମଣକାରୀ କ୍ଷମତା ଯୋଗୁ ଏହା ଭାରତ ପାଇଁ କେତେ ଜରୁରୀ ତାହା ପୂର୍ବରୁ ପ୍ରଦର୍ଶନ ହୋଇ ସାରିଛି।ତା ଛଡ଼ାମେଟିଓର ବିୟଣ୍ଡ-ଭିଜୁଆଲ୍-ରେଞ୍ଜ ମିସାଇଲ୍ ଏବଂସ୍କାଲ୍ପ(SCAL)Pକ୍ରୁଜ୍ ମିସାଇଲ୍ ଭଳି ଅସ୍ତ୍ରଶସ୍ତ୍ରରେ ସଜ୍ଜିତଏହିବିମାନଭାରତର ଆକ୍ରମଣାତ୍ମକ କ୍ଷମତାକୁଯଥେଷ୍ଟ ବୃଦ୍ଧିକରୁଛି

​​​​​​​ପଢନ୍ତୁ- India-US trade deal: ବାଣିଜ୍ୟ ଚୁକ୍ତିରେ ଆମେରିକା ପାଇଁ ସୀମା ରେଖା ଟାଣିଲା ଭାରତ, ପ୍ରକୃତରେ କାହାକୁ ହେବ ଫାଇଦା ?

ପ୍ରତିରକ୍ଷା ଅଧିକାରୀମାନଙ୍କର କହିବା କଥା ହେଲା ବର୍ତ୍ତମାନ ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ବୃଦ୍ଧି ପାଉଥିବା ରଣନୈତିକ ସମନ୍ୱୟ,ପଡ଼ୋଶୀମାନଙ୍କର ମନ୍ଦ ଚଳଣ ଯୋଗୁ ଏହି ଯୁଦ୍ଧ ବିମାନ କିଣିବାର ଗୁରୁତ୍ୱକୁ ଅଧିକ ବଢ଼ାଇ ଦେଉଛି।

ଏହି ମାମଲା ସମ୍ପର୍କରେ ଜାଣିଥିବା ଜଣେ ଅଧିକାରୀ ଇଣ୍ଡିଆଟୁଡେକୁ କହିଛନ୍ତି ଯେ ଡିଏସିଯୁଦ୍ଧ ବିମାନ କିଣିବା ନେଇ ଅନୁମୋଦନ ପ୍ରଦାନ କରିବା ପରେ,ଏହାର ଟେକ୍ନିକାଲ ଏବଂ ବାଣିଜ୍ୟିକ ଦିଗରେ ସବିଶେଷ ଆଲୋଚନା କରାଯିବ। ଏବଂ ଆଗାମୀ ମାସଗୁଡ଼ିକରେ ଏହି ଚୁକ୍ତିର ଚୂଡ଼ାନ୍ତ ରୂପରେଖ ତିଆରି ହେବ ବୋଲି ଆଶା କରାଯାଉଛି।

ପଢନ୍ତୁ- ପିଓକେ ଓ ଅକ୍ସାଇ ଚୀନ ଭାରତର, ଟ୍ରେଡ୍ ଡିଲ୍ ଚୂଡ଼ାନ୍ତ ପରେ ଅଖଣ୍ଡ ଭାରତର ଫଟୋ ଜାରି କଲା ଆମେରିକା