ବନ୍ଧୁକ ଧରି US କ୍ୟାପିଟଲ ଆଡକୁ ଧାଉଁଥିଲେ ଯୁବକ, ଧରି ପକାଇଲା ପୋଲିସ

NEWS7
man-kidnapped-and-killed-brother-in-law-in-uttar-pradesh

ଓ୍ୱାଶିଂଟନ, ୧୮/୦୨ : ଆମେରିକା କ୍ୟାପିଟଲ ଉପରେ ଆକ୍ରମଣ ଉଦ୍ୟମ ଫେଲ୍ । ଧରା ପଡିଲା ବନ୍ଧୁକଧାରୀ ଯୁବକ । ମଙ୍ଗଳବାର ଆମେରିକା ପୋଲିସ କ୍ୟାପିଟଲ ବା ୟୁଏସ କଂଗ୍ରେସ ନିକଟରୁ ଜଣେ ୧୮ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଗିରଫ ପରେ ତା ନିକଟରୁ ଗୁଳିଭର୍ତ୍ତି ବନ୍ଧୁକ ଜବତ କରାଯାଇଛି ।

ପୋଲିସର କହିବାନୁସାରେ, କ୍ୟାପିଟଲ ନିକଟରେ ଜଣେ ବ୍ୟକ୍ତି ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ । ସେ ହାତରେ ଗ୍ଲୋଭସ୍ ପିନ୍ଧିଥିଲେ । ଏହାସହ ଲୁହବୁହା ଗ୍ୟାସ ତାଙ୍କ ନିକଟରୁ ମିଳିଛି । ଆହୁରି ମଧ୍ୟ ତାଙ୍କ କାର୍ରୁ ହେଲମେଟ୍ ଏବଂ ଗ୍ୟାସ ମାସ୍କଜବତ ହୋଇଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ୟୁଏସ କ୍ୟାପିଟଲ ପୋଲିସ ମୁଖ୍ୟ ମାଇକେଲ୍ ସୁଲିଭାନ୍ ।

ସୁଲିଭାନ୍ କହିଛନ୍ତି ଯେ, ଯୁବକଜଣଙ୍କ କ୍ୟାପିଟଲ ପାଖରେ ତାଙ୍କର ମର୍ସିଡିସକୁ ପାର୍କ କରିଥିଲେ । ଏହାପରେ କ୍ୟାପିଟଲ ଆଡକୁ ଧାଇଁଥିଲେ । ତାଙ୍କ ହାତରେ ବନ୍ଧୁକ ମଧ୍ୟ ଥିଲା । ପ୍ରଥମେ ତାଙ୍କୁ ବନ୍ଧୁକକୁ ତଳେ ପକାଇବାକୁ କୁହାଯାଇଥିଲା । ସୁରକ୍ଷାକର୍ମୀ ପୋଜିସନକୁ ଆସିଯାଇଥିଲେ । ଏହାଦେଖି ସେ ତଳେ ବନ୍ଧୁକକୁ ଫିଙ୍ଗି ଦେଇଥିଲେ ।

ଏହି ଖବରଟି ପଢନ୍ତୁ... କାହିଁକି ପାକିସ୍ତାନ ପାଇଁ ଜରୁରୀ ନାମିବ୍ୟା ବିପକ୍ଷ ମୁକାବିଲା ? ହାରିଲେ ବଦଳିଯିବ ସୁପର-୮ର ଗଣିତ !

ଏହି ଘଟଣା ହ୍ୱାଇଟ୍ ହାଉସ ନିକଟରେ ହୋଇଥିବା ଗୁଳିମାଡର ତିନି ମାସ ପରେ ଘଟିଛି । ଯେଉଁଥିରେ ନ୍ୟାଶନାଲ ଗାର୍ଡର ଜଣେ ସଦସ୍ୟ ପ୍ରାଣ ହରାଇଥିଲେ । ଏହାସହ ଅନ୍ୟ ଜଣେ ଆହତ ହୋଇଥିଲେ । ଆସନ୍ତା ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କ୍ୟାପିଟଲରେ ୟୁନିଅନ କଂଗ୍ରେସକୁ ସମ୍ବୋଧନ କରିବେ । ତେଣୁ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି । କୌଣସି ପ୍ରକାର ଆକ୍ରମଣକୁ ପୋଲିସ ରୋକିବାକୁ ସକ୍ଷମ ବୋଲି ସୁଲିଭାନ୍ କହିଛନ୍ତି ।