ଭାରତୀୟ ରାଜନୀତିରେ ବଦଳିବ ସମୀକରଣ! ପାର୍ଟି ଗଢିବେ ଲଟେରି କିଂଗ

NEWS7
man-get-510-kg-blue-dimond

ପୁଡୁଚେରୀ୧୪।୧୨: ଭାରତୀୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଂକେତ ମିଳୁଛି। ପୁଡୁଚେରୀରେ ଏକ ନୂଆ ରାଜନୈତିକ ପାର୍ଟି ଘୋଷଣା ହେବାକୁ ଯାଉଛି। ଏମିତିରେ ଭାରତରେ ରାଜନୈତିକ ଦଳମାନଙ୍କର ଉଦୟ ହୁଏ ଓ ଅଦିନରେ ହଜି ଯାଆନ୍ତି। ସ୍ୱାଧୀନତା ପରଠାରୁ କଂଗ୍ରେସ ଓ ବିଜେପି ଅଦଳବଦଳରେ ଦେଶରେ ଶାସନ ଚାଲିଛି। ଏହାର ଅସଲ କାରଣ ହେଉଛି ବଡ଼ ବ୍ୟବସାୟୀମାନଙ୍କ ସମର୍ଥନ। ସାଧାରଣତଃ ଛୋଟପାର୍ଟିମାନେ ପାଣ୍ଠି ଅଭାବରୁ ବେଶି ଦିନ ଚାଲି ପାରୁ ନାହାନ୍ତି। କାରଣ ଅଧିକାଂଶ ହାଇପ୍ରୋଫାଇଲ ବିଜନେସ୍ ମ୍ୟାନ ବଡ଼ ରାଜନୈତିକ ଦଳମାନଙ୍କୁ ପାଣ୍ଠି ଦେଉଛନ୍ତି।

ନୂଆ ପାର୍ଟି ଯୋଗୁ ଦେଶର ରାଜନୀତିରେ ବଡ଼ ପରିବର୍ତ୍ତନର ଆଶଙ୍କା ଏଥି ପାଇଁ କରାଯାଉଛି କାରଣ ଏହାକୁ ଲଟେରି କିଙ୍ଗ ଭାବେ ଜଣାଶୁଣା ସାଣ୍ଟିଆଗୋ ମାର୍ଟିନ ଲଞ୍ଚ କରିବାକୁ ଯାଉଛନ୍ତି। ଏହି ସେହି ମାର୍ଟିନ ଯିଏ ଗତବର୍ଷ ସବୁଠୁ ଅଧିକ ନିର୍ବାଚନୀ ବଣ୍ଡ କିଣିବା ଲାଗି ଚର୍ଚ୍ଚାକୁ ଆସିଥିଲେ। ସାଣ୍ଟିଆଗୋ ମାର୍ଟିନ ତାଙ୍କ ପୁଅ ଜୋସ୍ ଚାର୍ଲସ୍ ମାର୍ଟିନଙ୍କ ଲାଗି ଏକ ନୂଆ ରାଜନୈତିକ ପାର୍ଟି ଗଢିବାକୁ ଯାଉଛନ୍ତି। ପାର୍ଟିର ପର୍ଯ୍ୟାପ୍ତ ଫଣ୍ଡ ଯୋଗୁ ଆଗାମୀ କିଛି ସମୟରେ ଭାରତୀୟ ରାଜନୀତି ପ୍ରଭାବିତ ନ ହେବ ବୋଲି କୁହାଯାଇ ନ ପାରେ। ଫଣ୍ଡିଂ ପାଇଁ ପାର୍ଟି ଆତ୍ମ ନିର୍ଭର ରହିବା ଯୋଗୁ ଦେଶର କୌଣସି ନିର୍ବାଚନକୁ ବି ପ୍ରଭାବିତ କରିପାରେ।

ଉଲ୍ଲେଖଯୋଗ୍ୟ ଯେ ୧ ଏପ୍ରିଲ ୨୦୧୯ରୁ ୧୫ ଫେବୃଆରୀ ୨୦୨୪ ମଧ୍ୟରେ କେତେକ କମ୍ପାନୀ ୧୨,୧୫୫ କୋଟିରୁ ଅଧିକ ମୂଲ୍ୟର ନିର୍ବାଚନୀ ବଣ୍ଡ କିଣିଥିଲେ। ଏଥିରେ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ, କ୍ୱିକ୍ ସପ୍ଲାଇ ଚେନ ପ୍ରାଇଭେଟ ଲିମିଟେଡ, ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲ ସର୍ଭିସେସ, ହଲଦିଆ ଏନାର୍ଜୀ, ଧରିବାଲ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ ସମେତ କମ୍ପାନୀମାନଙ୍କ ନାମ ସାମ୍ନାକୁ ଆସିଥିଲା।

ଏଥିରେ ସାଣ୍ଟିଆଗୋ ମାର୍ଟିନ ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲ ସର୍ଭିସେସ ପ୍ରାଇଭେଟ ଲିମିଟେଡର ମାଲିକ ଅଟନ୍ତି। ରିପୋର୍ଟ ଅନୁସାରେ ମାର୍ଟିନ ୨୦୧୯ ଜାନୁୟାରୀ ୨୦୨୪ ମଧ୍ୟରେ ୧ଶହ ୬୮ ହଜାର କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ କିଣିଥିଲେ। ସୂଚନା ଅନୁସାରେ ମାର୍ଟିନଙ୍କ କମ୍ପାନୀ ସବୁଠୁ ଅଧିକ ତୃଣମୂଳ କଂଗ୍ରେସ (ଟିଏମସି)କୁ ୫୪୨ କୋଟି ଟଙ୍କା ଚାନ୍ଦା ଦେଇଥିଲା। ଏହା ମୋଟ ବଣ୍ଡର ପାଖାପାଖି ୩୯.୬% ଥିଲା। ଏହା ପରେ ମାର୍ଟିନଙ୍କ କମ୍ପାନୀ ଡିଏମକେକୁ ୫୦୩ କୋଟି ଟଙ୍କା ଚାନ୍ଦା ଦେଇଛି। ପରେ ୱାଇଏସଆର କଂଗ୍ରେସ ପାର୍ଟିକୁ ୧୫୪ କୋଟି ଓ ବିଜେପିକୁ ୧୦୦ କୋଟି ଟଙ୍କା ଚାନ୍ଦା ଦେଇଥିବାର ସୂଚନା ରହିଛି। ଏଣୁ ଏବେ ମାର୍ଟିନ ନିଜର ରାଜନୈତିକ ଦଳ ଗଢୁଥିବାରୁ ଏବେ ଏହି ସବୁ ପାର୍ଟିଙ୍କୁ ସିଧାସଳଖ କ୍ଷତି ହେବ।

ସାଣ୍ଟିଆଗୋ ମାର୍ଟିନ କିଏ?
ସୂଚନା ଅନୁସାରେ ମାର୍ଟିନଙ୍କ ଜନ୍ମ ୧୯୬୧ ମସିହାରେ ଭାରତର ପୂର୍ବୋପକୂଳରେ ଆଣ୍ଡାମାନ ଦ୍ୱୀପ ସମୂହରେ ହୋଇଥିଲା। ଅଳ୍ପ ବୟସରୁ ସେ ମ୍ୟାଁମାରରେ ଦିନମଜୁରିଆ ଭାବେ କାମ କରିବା ଆରମ୍ଭ କରିଥିଲେ। ୧୯୮୦ ଦଶକରେ ମାର୍ଟିନ ଭାରତ ଫେରି ଆସିଥିଲେ। ଏଠାରେ ସେ ତାମିଲନାଡୁର ଏକ ଚା ଦୋକାନରେ କାମ କରିବାକୁ ଲାଗିଥିଲେ। ତାମିଲନାଡୁରେ ବିଶେଷ କରି ଗରିବଙ୍କ ମଧ୍ୟରେ ଲଟେରିକୁ ନେଇ ବେଶ୍ ଉତ୍ସୁକତା ରହିଛି। ଏହାକୁ ନଜରରେ ରଖି ମାର୍ଟିନଙ୍କ ମନକୁ ଲଟେରି ବେପାର ଆସିଥିଲା। ମାର୍ଟିନ କୋୟେମ୍ବାଟୁରରେ ପ୍ରଥମ ଦୋକାନ ଖୋଲିଥିଲେ। ମାତ୍ର କିଛି ବର୍ଷରେ ମାର୍ଟିନ ତାମିଲନାଡୁରେ ଲଟେରୀ ଟିକେଟ ବିକ୍ରେତାମାନଙ୍କୁ ପଛରେ ପକାଇ ସବୁଠୁ ବଡ଼ ବିକ୍ରେତା ପାଲଟି ଯାଇଥିଲେ।