LIVE TV

ଧର୍ମ ଧ୍ୱଜା ଉଡ଼ାଇଲେ ପ୍ରଧାନମନ୍ତ୍ରୀ, ରାମଲଲାଙ୍କ ଦର୍ଶନ ସହ ଶୁଭ ମୂହର୍ତ୍ତରେ ହେଲା ସ୍ଥାପନା

NEWS7
man-did-these-things-and-went-to-jail-for-prove-his-manliness

ନୂଆଦିଲ୍ଲୀ ୨୫/୧୧: ଅଯୋଧ୍ୟାରେ ଧ୍ୱଜାରୋହଣ । ରାମ ମନ୍ଦିର ଉପରେ ସ୍ଥାପନା ହୋଇଛି ଧର୍ମ ଧ୍ୱଜା । ଏହାର ସ୍ଥାପନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାମଲାଲଙ୍କ ଗର୍ଭଗୃହରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା ପରେ ଶିଖରରେ ଉଡ଼ିଛି ଧର୍ମଧ୍ୱଜା । ପ୍ରଧାନମନ୍ତ୍ରୀ ଓ ମୋହନ ଭାଗବତଙ୍କ ହାତରେ ହୋଇଛି ଏହି ଧ୍ୱଜାରୋହଣ ।

ଶ୍ରୀରାମ ମନ୍ଦିର ଚୂଡ଼ାରେ ଉଡୁଛି ଗେରୁଆ ରଙ୍ଗର ପତାକା । ପତାକାରେ ରହିଛି ଉଜ୍ଜ୍ୱଳ ‘ସୂର୍ଯ୍ୟ’ ଓ ଲେଖାଯାଇଛି ‘ଓମ୍’ । ର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀରେ ହୋଇଛି ଧ୍ବଜାରୋହଣ । ରାମସୀତାଙ୍କ ବିବାହ ପଞ୍ଚମୀରେ ଧର୍ମଧ୍ବଜା ସ୍ଥାପନା କରାଯାଇଛି । ଧର୍ମଧ୍ବଜାର ଉଚ୍ଚତା ୧୦ ଫୁଟ୍ ଓ ଲମ୍ବ ୨୦ ଫୁଟ୍ ଥିବାବେଳେ ଦକ୍ଷିଣ କୋଣ ତ୍ରିକୋଣୀୟରେ ସ୍ୱତନ୍ତ୍ର ପତାକା ତିଆରି କରାଯାଇଛି ।

ଧର୍ମଧ୍ବଜାରେ ରହିଛି କାଞ୍ଚନ ଗଛର ପ୍ରତିଛବି । ମର୍ଯ୍ୟାଦା, ଏକତା ଓ ସଂସ୍କୃତିର ବାର୍ତ୍ତାବହ ହେଉଛି ଏହି ଧର୍ମଧ୍ବଜା ।ସୂଚନା ଥାଉକି, ପ୍ରଧାନମନ୍ତ୍ରୀ ମୋଦି ଏବଂ ଆରଏସଏସ ସରସଂଘଚାଳକ ମୋହନ ଭାଗବତ ପବିତ୍ର ଶ୍ରୀରାମ ଜନ୍ମଭୂମି ମନ୍ଦିରର ଶିଖରରେ ବିଧିବଦ୍ଧ ଭାବରେ ଗେରୁଆ ରଙ୍ଗର ପତାକା ସ୍ଥାପନା କରିଛନ୍ତି । ଯାହା ମନ୍ଦିର ନିର୍ମାଣ ସମାପ୍ତିର ପ୍ରତୀକ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସେମାନଙ୍କ ସହିତ ଉପସ୍ଥିତ ଥିଲେ ।