LIVE TV

ମାଲିରେ ୫ ଭାରତୀୟଙ୍କୁ ଅପହରଣ, ଘଟଣା ପଛରେ ISISର ହାତ !

NEWS7
man-creats-giant-portrait-of-his-fiancee-tattooed-on-his-back-in-24-hours-photo-viral

ଜୋହାନ୍ସବର୍ଗ, ୦୮|୧୧  :   ମାଲିରେ ଭାରତୀୟଙ୍କୁ ଅପହରଣ । ଆଫ୍ରିକାର ପଶ୍ଚିମ ପ୍ରାନ୍ତରେ ଥିବା ଏହି ଦେଶରେ କିଛି ଭାରତୀୟଙ୍କୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ତେବେ ଭାରତ ସରକାରଙ୍କ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ । ଗତ ଜୁଲାଇ ମାସରେ ମଧ୍ୟ ସମାନ ଘଟଣା ଘଟିଥିଲା । ହୀରା ଫ୍ରାକ୍ଟିରେ କାମ କରୁଥିବା ୩ ଜଣ ଭାରତୀୟଙ୍କୁ ସେଠାରେ ଅପହରଣ କରି ନିଆଯାଇଥିଲା ।

ଅପହରଣ ପଛରେ କାହାର ହାତ ଅଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । କୌଣସି ସଙ୍ଗଠନ ନିଜକୁ ଏଥିପାଇଁ ଦାୟୀ କରିନାହାଁନ୍ତି । ଦେଖିବାକୁ ଗଲେ ମାଲି ସାହେଲ ଅଞ୍ଚଳରେ ଆସୁଛି । ଗତ ୧୦ ବର୍ଷ ଧରି ଏହା ବିଭିନ୍ନ ଆତଙ୍କବାଦୀ ସଙ୍ଗଠନର ଯୁଦ୍ଧଭୂମି ଭାବେ ପରିଚିତ । ଅଲକାଏଦା ଏବଂ ଆଇଏସଆଇଏସ ଭଳି ଦୁର୍ଦ୍ଦାନ୍ତ ସଙ୍ଗଠନ ଏଠାରେ ଅଧିକ ସକ୍ରିୟ ରହିଛନ୍ତି ।

ଏଏଫପି ନ୍ୟୁଜ ଅନୁସାରେ, ୫ ଜଣ ଭାରତୀୟ ଶ୍ରମିକ ମାଲିର ଏକ କମ୍ପାନୀରେ କାମ କରୁଥିଲେ । ବିଦ୍ୟୁତ ଯୋଗାଣ ପ୍ରକଳ୍ପରେ ସେମାନଙ୍କୁ ନିୟୋଜିତ କରାଯାଇଥିଲା । କିନ୍ତୁ ନଭେମ୍ବର ୬ ତାରିଖରେ ସେମାନଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଛି । ଅନ୍ୟ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ଏବେବି ଅପହର୍ତ୍ତାଙ୍କ ପାଖରେ ରହିଥିବା ରିପୋର୍ଟରେ କୁହାଯାଇଛି ।

ନିକଟରେ ମାଲିରେ କାର୍ଯ୍ୟ କରୁଥିବା ସମସ୍ତ ଭାରତୀୟଙ୍କୁ ଦୁତାବାସ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଥିଲା । ସଦାବେଳେ ସତର୍କ ରହିବାକୁ ଏଥିରେ କୁହାଯାଇଥିଲା । ଏହାସହ ଦୁତାବାସ ସହ ନିରନ୍ତର ସମ୍ପର୍କ ରଖିବାକୁ ପରାମର୍ଶ ଦିଆଯାଇଥିଲା । କିଛି ଆବଶ୍ୟକ ହେଲେ ତୁରନ୍ତ ଯୋଗାଯୋଗ କରିବାକୁ ମଧ୍ୟ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଥିଲା ।