କଟକ JMFC କୋର୍ଟ ପରିସରରେ ସ୍ୱତନ୍ତ୍ର କାଉଣ୍ଟର, ରିହାତିରେ ଚାଲାଣ ଭରୁଛନ୍ତି ୪ ଜିଲ୍ଲାବାସୀ

NEWS7
man-beaten-to-death-by-mass-in-bhanjanagar

କଟକ ୧୪।୩: କଟକ JMFC ଅଦାଲତ ଆଗରେ ଆଜି ଦେଖିବାକୁ ମିଳିଛି ଲମ୍ବା ଲାଇନ୍ । ଧାଡିରେ ଥିବା ବ୍ୟକ୍ତି ମାନେ ଜରିମାନା ଭରିବା ଲାଗି ପ୍ରସ୍ତୁତ ହୋଇ ଆସିଥିଲେ । ଧାଡ଼ିରେ ଥିବା ଜଣେ ଗାଡି ମାଲିକ ତଥା ଚାଳକଙ୍କ କମର୍ସିଆଲ ଭେହିକିଲ ଉପରେ ଲାଗିଛି ପ୍ରାୟ ୫ ଲକ୍ଷ ଟଙ୍କାର ଜରିମାନା । ହେଲେ ତାଙ୍କର ଅଭିଯୋଗ, ଗାଡିର ଇନ୍‌ସ୍ୟୁରାନ୍ସ ଅପଡେଟ ଥାଇ ମଧ୍ୟ ତାଙ୍କ ନାଁରେ କଟିଛି ମୋଟା ଅଙ୍କର ଜରିମାନା । ତେଣୁ ମାମଲାର ସମାଧାନ ପାଇଁ ସେ ଧାଇଁ ଆସିଥିଲେ JMFC କୋର୍ଟକୁ । କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡିଛି । ମାମଲା ପରିବହନ କମିଶନରଙ୍କ କୋର୍ଟକୁ ରେଫର ହୋଇସାରିଛି ବୋଲି କୁହାଯିବା ପରେ, ସେ ଯେମିତି ଖାଲିରେ ହାତରେ ଫେରିବାକୁ ବାଧ୍ୟ ହୋଇଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ଚାରିଦିନ ହେଲା ଉପଦ୍ରବ କରୁଥିଲା, ମକା କିଆରୀରୁ ମିଳିଲା ମୃତଦେହ

ରାଷ୍ଟ୍ରୀୟ Lok Adalat ଅବସରରେ ଶନିବାର କଟକ JMFC ଅଦାଲତ ପରିସରରେ ୪ଟି ଜିଲ୍ଲାର ଲୋକଙ୍କୁ ଏହି ସେବା ଉପଲବ୍ଧ କରାଯାଇଛି । କଟକ ସମେତ କେନ୍ଦ୍ରାପଡା, ଜଗତସିଂହପୁର ଏବଂ ଚଣ୍ଡିଖୋଲ RTO ଅଧୀନରେ ଆସୁଥିବା ଅଞ୍ଚଳ ପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲିଛି । ପ୍ରତ୍ୟେକ ଚାଲାଣ ପାଇଁ ୫୦ ପ୍ରତିଶତ ରିଆତି ଦେବାର ସୁଯୋଗ ମଧ୍ୟ ମିଳିଛି । ତେଣୁ ଆଜି ଏ ସମସ୍ତ କାଉଣ୍ଟରରେ ଖୁବ୍‌ ଭିଡ଼ ଦେଖିବାକୁ ମିଳିଥିଲା ।

ଏ ଖବର ବି ପଢ଼ନ୍ତୁ:- ଆହାର କେନ୍ଦ୍ରରେ ଗ୍ୟାସ୍ ପାହାର, ଏବେ ଖାଦ୍ୟ ଯୋଗାଇବା ହେଲାଣି ମୁସ୍କିଲ

ରାଜ୍ୟର ସମସ୍ତ ଜିଲ୍ଲାରେ ପରିବହନ ବିଭାଗ ପକ୍ଷରୁ ହେଲ୍ପଡେସ୍କ କରାଯାଇଛି । ଏହାସହ ଅନଲାଇନ ଜରିଆରେ echallan.parivahan.gov.in ମଧ୍ୟ ରିହାତିରେ ଜରିମନା ପୈଠ କରିବାର ବ୍ୟବସ୍ଥା ହୋଇଛି । ଆସନ୍ତା ୩୧ ତାରିଖ ଯାଏଁ ଏହି ସୁବିଧା ମିଳିବ ବୋଲି ବିଭାଗ ତରଫରୁ କୁହାଯାଇଛି ।