ଭୂମିକମ୍ପରେ ଥରିଲା ଫିଲିପାଇନ୍ସ, ରିକ୍ଟର ସ୍କେଲରେ ତୀବ୍ରତା ୬.୭

NEWS7
man-arrested-who-threatening-cm-arvind-kejriwal

ମାନିଲା, ୦୭/୦୧: ଭୂମିକମ୍ପରେ ଥରିଲା ଫିଲିପାଇନ୍ସ । ବୁଧବାର ସକାଳେ ଫିଲିପାଇନ୍ସରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ହେଉଛି ୬.୭ । ତେବେ ଏହାକୁ ନେଇ କୌଣସି ସୁନାମି ସତର୍କତା ଜାରି କରାଯାଇନାହିଁ ।

ରିପୋର୍ଟ ଅନୁସାରେ, ବୁଧବାର ସକାଳେ ହଠାତ ଫିଲିପାଇନ୍ସରେ ଝଟକା ଅନୁଭୂତ ହୋଇଥିଲା । ଭୟରେ ଲୋକେ ଘରୁ ବାହାରି ପଡିଥିଲେ । ଏହାସହ କିଛି ଘର ଏବଂ କୋଠା କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତେବେ କେହି ମୃତାହତ ହୋଇଛନ୍ତି ନା ନାହିଁ ସେନେଇ କୌଣସି ସୂଚନା ମିଳିପାରି ନାହିଁ ।

ବର୍ଷ ଶେଷରେ ଥରିଥିଲା ତାଇଓ୍ୱାନ୍

ଡିସେମ୍ବର ୨୭ ତାରିଖରେ ତାଇୱାନରେ ଶକ୍ତିଶାଳୀ ଭୂମିକମ୍ପର ଝଟକା ଲାଗିଥିଲା । ଉତ୍ତର-ପୂର୍ବ ଉପକୂଳବର୍ତ୍ତୀ ସହର ୟିଲାନରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ କରାଯାଇଥିଲା । ଭୂମିକମ୍ପର ତୀବ୍ରତା ଏତେ ଅଧିକ ଯେ, ବଡ଼ ବଡ଼ ଅଟ୍ଟାଳିକା ଦୋହଲିଯାଇଥିଲା । ତାଇୱାନର କେନ୍ଦ୍ରୀୟ ପାଣିପାଗ ସଂସ୍ଥା ଅନୁଯାୟୀ, ଶନିବାର ରାତିରେ ତାଇୱାନର ଉତ୍ତର-ପୂର୍ବ ଉପକୂଳବର୍ତ୍ତୀ ସହର ୟିଲାନରେ ଏକ ଶକ୍ତିଶାଳୀ ଭୂମିକମ୍ପର ଝଟା ଲାଗିଛି ।

ଭୂମିକମ୍ପର କେନ୍ଦ୍ରସ୍ଥଳ ୟିଲାନ କାଉଣ୍ଟି ହଲ୍ ଠାରୁ ପ୍ରାୟ ୩୨ କିଲୋମିଟର ପୂର୍ବରେ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ୨୪.୬୯ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୨୨.୦୮ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା। ଏହାର ଗଭୀରତା ପ୍ରାୟ ୭୨.୮ କିଲୋମିଟର ବୋଲି ରିପୋର୍ଟ କରାଯାଇଛି। ରଏଟର୍ସ ଅନୁଯାୟୀ, ତାଇୱାନର ଜାତୀୟ ଅଗ୍ନିଶମ ସଂସ୍ଥା କହିଛି ଯେ ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିଥିଲା ।

ଜାତୀୟ ଅଗ୍ନିଶମ ସଂସ୍ଥା ସୂଚନାଦେଇଥିଲା ଯେ, ତାଇୱାନରେ ତୁରନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ । ପାଣିପାଗ ବିଭାଗ କହିଛି ଯେ, ବୁଧବାର ତାଇୱାନର ଦକ୍ଷିଣ-ପୂର୍ବ ଉପକୂଳବର୍ତ୍ତୀ କାଉଣ୍ଟି ତାଇତୁଙ୍ଗରେ ୬.୧ ତୀବ୍ରତାର ଭୂମିକମ୍ପ ଆସିବାର ମାତ୍ର ତିନି ଦିନ ପରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଏହା ପୂର୍ବରୁ ବୁଧବାର ଆସିଥିବା ଭୂମିକମ୍ପ ତାଇପେଇ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । କୋଠାଘର ଦୋହଲି ଯାଇଥିଲା। ଭୂମିକମ୍ପର ଗଭୀରତା ପ୍ରାୟ ୧୧.୯ କିଲୋମିଟର ଥିଲା ।