ରାତିରେ ଶୋଇବା ପୂର୍ବରୁ ଓ୍ବାଇ- ଫାଇ ବନ୍ଦ କରିବା ଦ୍ବାରା ମିଳିଥାଏ କି’ ଫାଇଦା ? ଜାଣନ୍ତୁ କ’ଣ କହୁଛି ସର୍ଭେ ରିପୋର୍ଟ

NEWS7
man-and-woman-hanging-dead-body-found-in-angul

ନୂଆଦିଲ୍ଲୀ: ରାତିରେ ଭଲ ନିଦ ନହେବା। ସକାଳେ ଉଠିବା ପରେ ବି କ୍ଲାନ୍ତ ଲାଗିବା। ଏବେ ଏହା ଏକ ସାଧାରଣ ସମସ୍ୟା ପାଲଟିଗଲାଣି। କାରଣ ପଚାରିଲେ ବୋଧ ହୁଏ ଅନେକ ଉତ୍ତର ଦେବେ, ଆଜିର ବଦଳୁଥିବା ଜୀବନଶୈଳୀ ଏଥିପାଇଁ ଦାୟୀ। ଏକଥା ଅନେକାଂଶରେ ସତ ବି… ହେଲେ କ’ଣ ଆପଣ ଜାଣନ୍ତି ଏହାର ଆଉ ଏକ କାରଣ ମଧ୍ୟ ଥାଇପାରେ। ସେହି କାରଣ ହେଉଛି ଆପଣଙ୍କ ରୁମ୍ରେ ଥବା ଓ୍ବାଇଫାଇ ରାଉଟର। ହୁଏତ ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ।

ପ୍ରକୃତରେ ରାଉଟର ଦିନରାତି ଚାଲୁ ରହିଥାଏ। ଫଳରେ ୱାଇଫାଇରୁ ନିର୍ଗତ ବିଦ୍ୟୁତ୍-ଚୁମ୍ବକୀୟ ତରଙ୍ଗ ନିଦକୁ ବ୍ୟାଘାତ କରିପାରେ। ଏପରି ପରିସ୍ଥିତିରେ, ପ୍ରଶ୍ନ ଉଠେ ଯେ, ରାତିରେ ୱାଇଫାଇ ବନ୍ଦ କରିବା ଉଚିତ କି ନାହିଁ ?

ଅଷ୍ଟ୍ରେଲିଆର RMIT ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟ (୨୦୨୪)ରେ କୁହାଯାଇଛି ଯେ, WiFi ପାଖରେ ଶୋଉଥିବା ଲୋକଙ୍କ ମଧ୍ୟରୁ ୨୭ ପ୍ରତିଶତ ଲୋକଙ୍କର ଅନିଦ୍ରା ଭଳି ସମସ୍ୟା ଥାଏ। ଏହା ପୂର୍ବରୁ ୨୦୨୧ର ଏକ ରିପୋର୍ଟ ଅନୁସାରେ, 2.4 GHz WiFi ସିଗନାଲ ଗଭୀର ନିଦ ଉପରେ ପ୍ରଭାବ ପକାଇପାରେ। ତଥାପି, WHO ଏବଂ ICNIRPର ତଥ୍ୟ ଅନୁସାରେ, WiFi ରେଡିଏସନ ଏତେ କମ୍ ଯେ ଏହା ମଣିଷ ନିଦ୍ରା ଉପରେ କୌଣସି ବଡ଼ ପ୍ରଭାବ ପକାଏ ନାହିଁ।

ୱାଇଫାଇ ବନ୍ଦ କରିବାର ଲାଭ

ତେବେ ଯଦି ଆପଣଙ୍କର ନିଦଜନିତ ସମସ୍ୟା ଅଛି ତା’ହେଲେ ରାତିରେ ଶୋଇବା ପୂର୍ବରୁ ନିୟମିତ ଭାବରେ ୱାଇଫାଇ ବନ୍ଦ କରିବା ଦ୍ୱାରା କିଛିଟା ଆରାମ ମିଳିବ। ଗଭୀର ନିଦ ଲାଗିବ। ତାଛଡ଼ା ରାତିସାରା ୱାଇଫାଇ ବନ୍ଦ ରଖିବା ଦ୍ବାରା ବିଦ୍ୟୁତ୍ ଏବଂ ଇଣ୍ଟରନେଟ୍ ଡାଟା ଉଭୟ ସଞ୍ଚୟ ହୁଏ। ଏହା ସହିତ ରାଉଟର ଅଧିକ ଦିନ ଚାଲିଥାଏ। ଯଦିଓ ୱାଇଫାଇ ରେଡିଏସନ ବିଶେଷ କ୍ଷତି କରେ ନାହିଁ। ତଥାପି ରାତିରେ ଏହାକୁ ବନ୍ଦ ରଖିବା ଦ୍ବାରା ମନକୁ ଶାନ୍ତି ମିଳିଥାଏ ଏବଂ ଅନାବଶ୍ୟକ ଚାପ କମ୍ ହୋଇପାରେ।

ହେଲେ ଯଦି ଆପଣଙ୍କ ଘରେ କ୍ୟାମେରା, ସ୍ମାର୍ଟ ଲାଇଟ୍, ଭଏସ୍ ଆସିଷ୍ଟାଣ୍ଟ ଭଳି ସ୍ମାର୍ଟ ଡିଭାଇସ୍ ଅଛି, ତେବେ ୱାଇଫାଇ ବନ୍ଦ କରିବା ଦ୍ଵାରା ସେଗୁଡ଼ିକର କାମ ବନ୍ଦ ହୋଇଯିବ। କାରଣ ୱାଇଫାଇ ବିନା ସ୍ମାର୍ଟ ହୋମ୍ ଅଟୋମେସନ୍ ଠିକ୍ ସମୟରେ ଆକ୍ଟିଭ ହେବ ନାହିଁ। ଏପରି ପରିସ୍ଥିତିରେ ରାଉଟରକୁ ଶୋଇବା ଘର ବାହାରେ ରଖିପାରିବେ। ଯାହା ଦ୍ୱାରା ଶୋଇବା ସ୍ଥାନକୁ କିଛି ମାତ୍ରାରେ କମ୍ ସିଗନାଲ ରହିବ।