LIVE TV

ନକଲି ବୈଜ୍ଞାନିକ ସାଜିଥିବା ଅଖତର କୁତୁବୁଦ୍ଦିନ ଚୋରାଇଛନ୍ତି ପରମାଣୁ ତଥ୍ୟ ! ଅନେକ ଚିନ୍ତାଜନକ ଜିନିଷ ଉଦ୍ଧାର

NEWS7
mamata-gives-ultimatum-to-agitating-doctors-in-state-to-resume-duty-within-four-hours

ମୁମ୍ୱାଇ : ଦେଶର ପ୍ରମୁଖ ପରମାଣୁ ଗବେଷଣା ପ୍ରତିଷ୍ଠାନ ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟରରୁ ଗିରଫ ନକଲି ବୈଜ୍ଞାନିକ ପାଖରୁ ଅନେକ ଜିନିଷ ଉଦ୍ଧାର କରାଯାଇଛି,ଯାହାକି ସୁରକ୍ଷା ଚିନ୍ତା ବଢାଇ ଦେଇଛି। ମୁମ୍ୱାଇ ପୁଲିସର ସୂତ୍ରାନୁସାରେ ନକଲି ବୈଜ୍ଞାନିକ ସାଜିଥିବା ଅଖତର କୁତୁବୁଦ୍ଦିନ ହୁସୈନୀଙ୍କ ପାଖରୁ ସନ୍ଦେହ ଜନକ ପରମାଣୁ ତଥ୍ୟ ମିଳିଛି। ଏହା ବ୍ୟତୀତ ୧୪ଟି ନକ୍ସା ମଧ୍ୟ ମିଳିଛି। ଏହି ନକ୍ସା ପରମାଣୁ କେନ୍ଦ୍ର ଓ ଏହାର ଆଖପାଖର ବୋଲି କୁହାଯାଉଛି। ବର୍ତ୍ତମାନ ପୁଲିସ ଏହି ଜାଣିବାକୁ ପ୍ରୟାସ କରୁଛି ଯେ, ଯେଉଁ କାଗଜପତ୍ର ତାଙ୍କ ଠାରୁ ଉଦ୍ଧାର ହୋଇଛି, ଏହାର କୌଣସି ଭୁଲ୍‌ ବ୍ୟବହାର  ହୋଇ ନାହିଁ ତ ? ଏହା ବ୍ୟତୀତ ଏହା ଜାଣିବାକୁ ମଧ୍ୟ ଚେଷ୍ଟା ଯେ ଯେଉଁ ସୂଚନା ତା ପାଖରେ ଅଛି, ସେ କେତେ ସନ୍ଦେହଜନକ ?

ଅଖତର କୁତୁବୁଦ୍ଦିନ ହୁସୈନୀଙ୍କୁ ବର୍ସୋବାରୁ ଗତ ସପ୍ତାହରେ ଗିରଫ କରାଯାଇ ଥିଲା। ସେ ନିଜକୁ ବୈଜ୍ଞାନିକ କହୁଥିଲେ ଏବଂ ନିଜର ଅନେକ ନାମ ରଖିଥିଲେ। ତାଙ୍କ ପାଖରୁ ଅନେକ ନକଲି ପାସପୋର୍ଟ , ଆଧାର କାର୍ଡ ଓ ପ୍ୟାନ କାର୍ଡ ମିଳିଛି।ଏହା ବ୍ୟତୀତ ପାଖରୁ ଭାବା ରିସର୍ଚ୍ଚ ସେଣ୍ଟରର ଅନେକ ନକଲି ଆଇଡି ମଧ୍ୟ ମିଳିଛି। କୁହାଯାଉଛି ଯେ, ଏହି ନକଲି କାଗଜପତ୍ରର ସାହାଯ୍ୟରେ ସେ ଏଣ୍ଟ୍ରି କରୁଥିବେ। ଗୋଟିଏ ଆଇଡିରେ ସେ ତାଙ୍କ ନାମ ଅଲୀ ରାଜା ହୁସୈନ ରଖିଛନ୍ତି । ଏହା ବ୍ୟତୀତ ଆଉ ଏକ ଆଇଡିରେ ତାଙ୍କର ନାଁ ଆଲେକଜାଣ୍ଡର ଅଲମର ଅଛି। ବର୍ତ୍ତମାନ ତାଙ୍କର କଲ୍‌ ରେକର୍ଡସର ଯାଞ୍ଚକରାଯାଉଛି। ସୂତ୍ରର କହିବାନୁସାରେ ସେ ଗତ କିଛି ମାସରେ ଅନେକ ନକଲି କାର୍ଡ ତିଆରି କରିଥିଲେ।

ପୁଲିସକୁ ସନ୍ଦେହ ଯେ ନକଲି ବୈଜ୍ଞାନିକ ସାଜିଥିଲା ଅଖତର ବୋଧହୁଏ କିଛି ଇଣ୍ଟରନ୍ୟାସନାଲ ନେଟୱର୍କ ସହ କଥା ହୋଇ ଥିଲେ । ସନ୍ଦେହ ଯେ ସେ ଏହି କଥାବାର୍ତ୍ତା ବେଳେ ସମ୍ୱେଦନଶୀଳୀ ସୂଚନା ସେୟାର କରିଥାଇ ପାରନ୍ତି। ତାହା ବିଷୟରେ ଜଣାପଡ଼ିଛି ଯେ, ସେ ଦୀର୍ଘ ଦିନ ଧରି ପ୍ରାୟତଃ ନିଜର ପରିଚୟ ପରିବର୍ତ୍ତନ କରି ନୂଆ ପରିଚୟରେ ବିଭିନ୍ନ ସ୍ଥାନରେ ରହୁଥିଲେ। ତାଙ୍କୁ ଦୁବାଇରୁ ୨୦୦୪ରେ ପ୍ରତ୍ୟର୍ପଣ କରାଯାଇ ଥିଲା। ସେଠାରେ ବି ସେ ନିଜକୁ ଜଣେ ବୈଜ୍ଞାନିକ ଭାବେ ଦର୍ଶାଇ ଥିଲେ ଏବଂ ଦାବି କରିଥିଲେ ଯେ, ତାଙ୍କ ପାଖରେ କିଛି ଗୋପନୀୟ କାଗଜପତ୍ର ରହିଛି।

ମୂଳତଃ ଜାମସେଦପୁରରେ ରହୁଥିବା ଅଖତର ହୁସୈନୀ ନିଜର ପୈତୃକ ଘର ୧୯୯୬ରେ ବିକ୍ରି କରିଦେଇ ଥିଲେ। ଏହାପରେ ସେ ଅନେକ ନକଲି କାଗଜପତ୍ର ପୂର୍ବରୁ ଚିହ୍ନା ଥିବା ଲୋକଙ୍କ ସାହାଯ୍ୟରେ ତିଆରି କରିଥିଲୋ