LIVE TV

ସର୍ଚ୍ଚ ଅପରେସନ ବେଳେ ଆଇଇଡି ବିସ୍ଫୋରଣ, ୨ ସନ୍ଧାନୀ କୁକୁର ସହିଦ

NEWS7
mamata-banerjee-injured-during-nandigram-rally

ରାଉରକେଲା: ମାଓବାଦୀଙ୍କ ଆଇଡି ବିସ୍ଫୋରଣରେ ଦୁଇ ସନ୍ଧାନୀ କୁକୁର ସହିଦ ଆହତ ହୋଇଥିବାବେଳେ ଜଣେ ସିଆରପିଏଫ୍ ଯବାନ ଗୁରୁତର ହୋଇଛନ୍ତି। ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହ ଭୂମି ଛୋଟା ନାଗରା ଥାନା ସରଣ୍ଡା ଜଙ୍ଗଲରେ ଘଟିଛି ଆଇଇଡି ବିସ୍ଫୋରଣ। ଏଥିରେ ସିଆରପିଏଫ୍ର ଦୁଇ ସନ୍ଧାନୀ କୁକୁର ସହିଦ ହୋଇଥିବାବେଳେ, CRPF ଯବାନ ସୁମିତ ଏମ ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ବି ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଛି।

ସୂଚନାଥାଉକି, ଗୁରୁବାର ସନ୍ଧ୍ୟାରୁ ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ କୋବ୍ରା ଏବଂ ପୋଲିସ ପକ୍ଷରୁ ମାଓବାଦୀ ବିରୋଧୀ ଅଭିଯାନ ଜାରି ରହିଛି। ମାଓବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଉଥିବାବେଳେ, ସୁରକ୍ଷା ବାହିନୀ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଉଛି। ଏହା ସହ ଜଙ୍ଗଲରେ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି।

ଏପର୍ଯ୍ୟନ୍ତ ସରଣ୍ଡା ଜଙ୍ଗଲରୁ ବିପୁଳ ମାତ୍ରାରେ ବନ୍ଧୁକ, ଗୁଳି ସହ ବିସ୍ପୋରକ ସହ ମାଓ ସାମଗ୍ରୀ ଜବତ ହୋଇଛି। ସୁରକ୍ଷା ବାହିନୀ ଦୁଇଟି ଏସ୍‌ଏଲ୍ଆର୍‌ ରାଇଫଲ୍ ଏବଂ ଗୋଟିଏ .୩୦୩ ରାଇଫଲ୍ ଜବତ କରିଛି। ଏହା ସହ ଏକେ ୪୭, ଏସଏଲଆର ସହ ୩୦୩ ରାଇଫଲର ୨୪୫ଟି ଗୁଳି ସହ ୧୩ଟି IED ଏବଂ ୧୦ଟି ଡେଟୋନେଟର ସହ ୧୬ କିଲୋ ବିସ୍ଫୋରୋକ ଜବତ ହୋଇଛି।