ନେପାଳରେ ଭୟଙ୍କର ବସ୍ ଦୁର୍ଘଟଣା, ଏକାଧିକ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

NEWS7
mamata-banerjee-at-all-party-meeting-we-are-solidly-with-the-govt-against-china

ନୂଆଦିଲ୍ଲୀ: ଓଲଟିଲା ଭାରତୀୟ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍। ଏଥିରେ ୭ ତୀର୍ଥଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ, ୯ ଜଣ ଆହତ ହୋଇଛନ୍ତି। ରବିବାର ସେଣ୍ଟ୍ରାଲ ନେପାଳରେ ଘଟିଛି ଏହି ଅଭାବନୀୟ ଘଟଣା। ଭାରତୀୟ ତୀର୍ଥଯାତ୍ରୀମାନେ ନେପାଳର ପ୍ରସିଦ୍ଧ ମନକାମନା ମନ୍ଦିର ପରିଦର୍ଶନ କରି ଫେରୁଥିବା ସମୟରେ ଏହି ଅଘଟଣ ଘଟିଛି।

ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ଆହତଙ୍କ ମଧ୍ୟରେ ୭ ଭାରତୀୟ ଅଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇ ଆହତଙ୍କ ମଧ୍ୟରେ ଜଣେ ନେପାଳୀ ବସ୍ ଡ୍ରାଇଭର ଏବଂ ତାଙ୍କ ସହଯୋଗୀ। ଦୁର୍ଘଟଣା କାଠମାଣ୍ଡୁ ଠାରୁ ୧୨୦ କିଲୋମିଟର ଦୂର ଏବଂ ମନ୍ଦିର ନିକଟରେ ଥିବା ସାହିଦ ଲଖନ ଗାଁ ନିକଟରେ ଘଟିଛି।

ପୋଲିସ କହିଛି ବସଟି ଘାଟିରେ ତଳକୁ ଆସୁଥିବା ସମୟରେ ଏକ ବୁଲାଣିରେ ପଲଟିଯିବାରୁ ପ୍ରାୟ ୧୫୦ ମିଟର ତଳକୁ ଖସିପଡ଼ିଥିଲା। ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଏବଂ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଥାଉକି, ମନକାମନା ମନ୍ଦିର ଏକ ଲୋକପ୍ରିୟ ହିନ୍ଦୁ ତୀର୍ଥସ୍ଥଳ। ପ୍ରତିବର୍ଷ ଏଠାରେ ଲକ୍ଷାଧିକ ଭକ୍ତ ଭାରତରୁ ଯାଇଥାନ୍ତି। ବିଶ୍ବାସ ରହିଛି ମନକାମନା ମନ୍ଦିରରେ ପୂଜା ପାଉଥିବା ଦେବୀ ମା’ ଭକ୍ତଙ୍କ ସବୁ ଆଶା ପୂରଣ କରିଥାନ୍ତି।