ଆଖି ବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା, କଳାକାର ଜଗତରେ ଶୋକ

NEWS7
male-and-female-wear-dress-equal-in-this-country

ବରଗଡ ୩୦/୦୧: ଆଖି ବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା। ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କର ପରଲୋକ ହୋଇଛି। ଗୁରୁବାର ଭୋରରୁ ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବାପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

ପ୍ରଥମେ ତାଙ୍କ ବାପା ବାସୁଦେବ ପୋଢ ବରଗଡ଼ ଧନୁଯାତ୍ରାରେ ନନ୍ଦରାଜ ଭୂମିକାରେ ଅଭିନୟ କରୁଥିଲେ। ବାସୁଦେବଙ୍କ ମୃତ୍ୟୁ ପରେ ଦୀର୍ଘ ୨୦ ବର୍ଷ ହେବ ସତ୍ୟନାରାୟଣ ପୋଢ ଧନୁଯାତ୍ରାରେ ଏହି ଅଭିନୟକୁ ତୁଲାଇ ଆସୁଥିଲେ।ତେବେ ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ବିଳମ୍ବିତ ରାତିରେ ହୃଦ୍ଘାତ ଯୋଗୁଁ ଅସୁସ୍ଥ ହୋଇପଡ଼ିଥିଲେ ସତ୍ୟନାରାୟଣ ପୋଢ଼। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ। ନନ୍ଦରାଜାଙ୍କ ଦେହାନ୍ତ ଖବର ଧନୁଯାତ୍ରା କଳାକାର ଜଗତରେ ତଥା ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।ବରଗଡ଼ ଧନୁଯାତ୍ରାରେ ଦୀର୍ଘ ୫୫ ବର୍ଷ ହେଲା ନନ୍ଦରାଜା ଓ ଯଶୋଦା ଭୂମିକାରେ ପୋଢ଼ ପରିବାରର ସଦସ୍ୟ ବଂଶନୁକ୍ରମିକ ଅଭିନୟ କରି ଆସୁଛନ୍ତି ।

ଦୀର୍ଘ ୧୭ ବର୍ଷ ହେଲା ସତ୍ୟନାରାୟଣ ଓ ସ୍ତ୍ରୀ ଜ୍ୟୋସ୍ନା ଦନ୍ଦ-ଯଶୋଦା ଭୂମିକାରେ ଅଭିନୟ କରୁଥିଲେ । ସତ୍ୟନାରାୟଣ ଶିକ୍ଷକତା ପେସାରୁ ଅବସର ଗ୍ରହଣ କରିବା ପରେ ଥିବା ଧନୁଯାତ୍ରାରେ ସାମିଲ ହୋଇଥିଲେ । ତାଙ୍କ ଦେହାନ୍ତରେ ବରଗଡ଼ ଧନୁଯାତ୍ରା କମିଟି ସମ୍ପାଦକ ସୁରେଶ୍ୱର ଶତପଥୀଙ୍କ ସମେତ ଅନ୍ୟମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।