LIVE TV

ସେଓର ମୂଲ୍ୟ ୧୦ କୋଟି, ମାୟାନଗରୀରେ ଦେଖିବାକୁ ଲାଗିଛି ଗହଳି

NEWS7
malaika-arora-shared-her-photo-collage-having-different-mood-viral

ନୂଆଦିଲ୍ଲୀ ୦୮/୧୧: ଗୋଟିଏ ସେଓର ମୂଲ୍ୟ ୧୦ କୋଟି ! ମୁମ୍ବାଇରେ ଏଭଳି ଏକ ସେଓ ପ୍ରସ୍ତୁତ ହୋଇଛି, ଯାହା ଖାଇବା ପାଇଁ ନୁହେଁ କେବଳ ଦେଖିବା ପାଇଁ । ହୀରା ଓ ସୁନାରେ ସେଓକୁ ପ୍ରସ୍ତୁତ କରାଯାଇଛି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗୋଲ୍ଡ ମ୍ୟାନ୍‌ ନାମରେ ଲୋକପ୍ରିୟ ରୋହିତ ପିସାଲ ଏହି ନିଆରା ସେଓକୁ ପ୍ରସ୍ତୁତ କରିଛନ୍ତି ।

ଅତିସୁନ୍ଦର ଓ ନିଖୁଣ ଡିଜାଇନ୍‌ ମାଧ୍ୟମରେ ୧୮ କ୍ୟାରେଟ୍‌ ସୁନା ଓ ହୀରାରେ ସେ ଏହି ସେଓ ପ୍ରସ୍ତୁତ କରିଛନ୍ତି । ଏଥିରେ ୯ କ୍ୟାରେଟ୍‌ ୩୬ ସେଣ୍ଟ୍‌ର ମୋଟ୍‌ ୧୩୯୬ ଖଣ୍ଡ ହୀରା ଖଞ୍ଜାଯାଇଛି । ସୁନ୍ଦର କାରିଗରୀ ପାଇଁ ଏହା ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି । ବିଶ୍ୱପ୍ରସିଦ୍ଧ ୱର୍ଲଡ୍‌ ଇଣ୍ଟରନ୍ୟାସ୍‌ନାଲ ଜେମୋଲଜିକାଲ ଇନ୍‌ଷ୍ଟିଚ୍ୟୁଟ୍‌ ଏହାକୁ ମାନ୍ୟତା ମଧ୍ୟ ଦେଇଛି । ଥାଇଲାଣ୍ଡ୍‌ର ରୟାଲ ପ୍ୟାଲେସ୍‌ରେ ସେଓଟି ପ୍ରଦର୍ଶିତ ହୋଇଛି, ଯେଉଁଠି ତା’ର ଚାହିଦା ଓ ଆକର୍ଷଣ ଆହୁରି ବଢ଼ିଯାଇଛି । ରୋହିତ ପିସାଲ କହିଛନ୍ତି, ଏହା କେବଳ ଏକ ଡିଜାଇନ୍‌