LIVE TV

ନିଜ ଦେଶର ଲୋକଙ୍କୁ ଗାଳି କଲେ ଟ୍ରମ୍ପ୍, କହିଲେ 'ଆମକୁ କିଛି ଆସୁନି'

NEWS7
major-general-asif-gafoor-removed-from-pak-army-spokes-person-post-know-why

ଓ୍ୱାସିଂଟନ, ୧୮|୧୧: ପୂର୍ବରୁ ଅନ୍ୟ ଦେଶର ନାଗରିକଙ୍କୁ କହୁଥିଲେ । ଏବେ ନିଜ ଦେଶର ନାଗରିକଙ୍କ ଉପରେ ବର୍ଷିଲେ ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଆମେରିକୀୟ ମାନେ କିଛି କାମକୁ ନୁହେଁ ବୋଲି ସେ ସିଧାସଳଖ ଶୁଣାଇଛନ୍ତି । ଏହାସହ ତାଇଓ୍ୱାନଠୁ କିଛି ଶିଖିବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରବାସୀ ନାଗରିକଙ୍କୁ ସମର୍ଥନ କରି ଆମେରିକୀୟଙ୍କୁ ମାଇକ୍ରୋଚିପ୍ ତିଆରି କରିବା ଆସେ ନାହିଁ ବୋଲି ସେ କହିଛନ୍ତି । ଟ୍ରମ୍ପଙ୍କ ବୟାନ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ୟୁଏସ ଘରୋଇ ସେମିକଣ୍ଡକ୍ଟର ଚିପ୍ ତିଆରି ପାଇଁ ପ୍ରୟାସ କରୁଛି ।

ଟ୍ରମ୍ପ୍ କହିଛନ୍ତି ଯେ, ଆମେରିକୀୟ ଶ୍ରମିକଙ୍କ ପାଖରେ ସେମିକଣ୍ଡକ୍ଟର ତିଆରି କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଏବଂ କୌଶଳର ଅଭାବ ରହିଛି । ଏହା ଏକ ମହତ୍ତ୍ୱପୂର୍ଣ୍ଣ ଉଦ୍ୟୋଗ । ଏବେ ୟୁଏସ ଏକ୍ଷେତ୍ରରେ ପଛରେ ରହିଛି । ଆଗାମୀ ଦିନରେ ସେମିକଣ୍ଡକ୍ଟର ଦିଗରେ ବଡ ପଦକ୍ଷେପ ନିଆଯିବ ।

ୟୁଏସ ପ୍ରେସିଡେଣ୍ଟ୍ ଆହୁରି କହିଛନ୍ତି ଯେ, ଏଠାରେ ବେଶି ଚିପ୍ ନିର୍ମାଣ ହେଉନି । ଚିପ୍ ତିଆରି ପାଇଁ ଆମେରିକୀୟଙ୍କୁ ଟ୍ରେନିଂ ଦେବାକୁ ହେବ । କାରଣ ଆମେ ମୁର୍ଖ ଭଳି ତାଇଓ୍ୱାନ ଉପରେ ଚିପ୍ ପାଇଁ ନିର୍ଭର କରୁଛୁ । କିନ୍ତୁ ଆଗକୁ ସେମିକଣ୍ଡକ୍ଟର ବଜାରରେ ଅଭିବୃଦ୍ଧି ପରିଲକ୍ଷିତ ହେବ । ଦିନକୁ ଦିନ ଅନେକ ଚିପ୍ ତିଆରି କରୁଥିବା କମ୍ପାନୀ ଆମେରିକା ଆସୁଛନ୍ତି ।

ଟ୍ରମ୍ପଙ୍କ ବୟାନ ପରେ ୟୁଏସ ରାଜନୀତି ସରଗରମ ହୋଇ ଉଠିଛି । ଫ୍ଲୋରିଡାର ଗଭର୍ଣ୍ଣର କହିଛନ୍ତି ଯେ, କଂଗ୍ରେସରେ ରିପବ୍ଲିକାନ ବହୁମତରେ ରହିଛି । ସେମାନେ ଏଚ-୧ ଭିସାକୁ ଶେଷ କରିବା ପାଇଁ ନିୟମ କରିପାରନ୍ତି । ଯାହା ଆଗାମୀ ଦିନରେ ଦେଶ ପାଇଁ ସଙ୍କଟ ସୃଷ୍ଟି କରିବ ।

ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ମାଇକ୍ରୋଚିପର ଆବିଷ୍କାର ପ୍ରଥମେ ଆମେରିକା ମାଟିରେ ହୋଇଥିଲା । ଜ୍ୟାକ୍ କିଲଭି ଏବଂ ରବର୍ଟ ନାୟସ ଆମେରିକୀୟ ଇଂଜିନିୟର ଏଦିଗରେ କାମ କରିଥିଲେ । ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ୟୁଏସକୁ ଫେରିଲେ ଭଲ ହେବ ବୋଲି ସେ ପ୍ରକାଶ କରିଛନ୍ତି ।