ଗାଙ୍ଗୁଲି କହିଲେ ଭାରତ ଜିତିବ ଟି20 ବିଶ୍ୱକପ୍, ଏହି ଖେଳାଳିଙ୍କ ପାଇଁ ଚାମ୍ପିଅନ୍ ହେବ ଟିମ୍ ଇଣ୍ଡିଆ

NEWS7
major-cities-in-the-city-are-shutdown-for-weeks

ଜୋହାନ୍ସବର୍ଗ, ୧୧/୦୧: ଆଉ କିଛି ଦିନ ପରେ ଆରମ୍ଭ ହେବ ଟି୨୦ ବିଶ୍ୱକପ୍ । ଟୁର୍ଣ୍ଣାମେଣ୍ଟରେ ସବୁଠୁ ଫେଭରେଟ୍ ହେଉଛି ଭାରତ । ଦଳରେ ଅଛନ୍ତି ବ୍ୟାଟର୍ ବ୍ୟାଟର୍ ଏବଂ ବୋଲର । ପ୍ରଥମ ଥର ପାଇଁ ରୋହିତ-ବିରାଟଙ୍କ ବିନା ଟି୨୦ ବିଶ୍ୱକପ୍ ଖେଳିବ ଟିମ୍ । ତଥାପି ଭାରତର ପଲ୍ଲା ଭାରି ରହିଥିବା କହିଛନ୍ତି ପୂର୍ବତନ ଅଧିନାୟକ ତଥା କ୍ରିକେଟର୍ ସୌରଭ ଗାଙ୍ଗୁଲି ।

ଗାଙ୍ଗୁଲି କହିଛନ୍ତି ଯେ, ଭାରତ ମାଟିରେ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି । ଏହା ଏକ ବଡ କଥା । ଭାରତ ସଦାବେଳେ ତାଙ୍କର ଫେଭରେଟ୍ ଟିମ୍ । ବରୁଣ ଚକ୍ରବର୍ତ୍ତୀ ଫିଟ୍ ହେଲେ ଦଳ ସ୍ପିନରେ ଶକ୍ତିଶାଳୀ ହୋଇଯିବ । ଆହୁରି ଅନେକ ଷ୍ଟାର୍ ବ୍ୟାଟର ଦଳରେ ରହିଛନ୍ତି । ଯାହା ଭଲ ସନ୍ତୁଳନ ରକ୍ଷା କରୁଛି । ଭାରତୀୟ ପିଚରେ ଦଳକୁ ହରାଇବା ସହଜ ନୁହେଁ ।

ପ୍ରେଟୋରିଆ କ୍ୟାପିଟାଲ୍ସ କୋଚ୍

ସୌରଭ ଏବେ ସାଉଥ ଆଫ୍ରିକା ଟି୨୦ ଲିଗ୍ ର ପ୍ରେଟୋରିଆ କ୍ୟାପିଟାଲ୍ ଟିମର କୋଚ୍ ହୋଇଛନ୍ତି । ଏହାକୁ ନେଇ ସେ କହିଛନ୍ତି ଯେ, ପ୍ରଥମ ଥର ପାଇଁ ସେ ଦଳର ମୁଖ୍ୟ କୋଚ୍ ହୋଇଛନ୍ତି । ଏହାର ସେ ମଜା ଉଠାଉଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପ୍ରେଟୋରିଆ କ୍ୟାପିଟାଲ୍ସର ମାଲିକ ପାର୍ଥ ଜିନ୍ଦଲ ତାଙ୍କୁ ଏହି ପଦ ଅଫର୍ କରିଥିଲେ । କୋଚିଂରେ ସେ ନିଜେ ଅନେକ କିଛି ଶିଖୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, କୋଚିଂ ତାଙ୍କୁ ଅନେକ ଆତ୍ମବିଶ୍ୱାସ ଦେଉଛି । ଆଗକୁ ମଧ୍ୟ ସେ ପ୍ରଶିକ୍ଷଣ ଦେବା ଜାରି ରଖିବେ । କିନ୍ତୁ ଖେଳରେ ପ୍ରତିଦିନ ନୂଆ ଘଟଣା ଘଟିଥାଏ । ସବୁଦିନ କିଛି ନା କିଛି ଚ୍ୟାଲେଂଜ୍ ଆସେ । ଦୀର୍ଘଦିନ ପରେ ସେ ଦକ୍ଷିଣ ଆଫ୍ରିକା ଆସିଛନ୍ତି । ୨୦୦୩ରେ ସେ ଏଠାରେ ବିଶ୍ୱକପ୍ ଫାଇନାଲରେ ପରାସ୍ତ ହୋଇଥିଲେ । ଦକ୍ଷିଣ ଆଫ୍ରିକାରେ କ୍ରିକେଟର ବହୁତ ଭଲ ଭବିଷ୍ୟତ ରହିଛି । ସାଉଥ ଆପ୍ରିକା ଲିଗ୍ ଟି୨୦ ଟୁର୍ଣ୍ଣାମେଣ୍ଟ ତାଙ୍କ ପାଇଁ ଏବଂ ପ୍ରେଟୋରିଆ କ୍ୟାପିଟାଲ୍ସ ପାଇଁ ଭଲ ଯାଇଥିବା ସେ ପ୍ରକାଶ କରିଛନ୍ତି ।