ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା, ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

NEWS7
mahilanku-hatya-in-rairangapur

କଟକ: ଚଳଚ୍ଚିତ୍ର ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସ୍ୱାମୀ ଲିପନ ସାହୁ। ଲିପନକୁ ଆଜୀବନ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କଟକ ଏଡିଜେ କୋର୍ଟ (୩)। ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କାର ଜରିମାନା ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତେବେ ଘରୋଇ ହିଂସା ମାମଲାରେ ଲିପନଙ୍କ ମାଆ ଓ ବାପାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ।

ସୂଚନାଥାଉକି, ୨୦୧୯ ଜାନୁଆରୀ ୪ରେ କଟକ ମହାନଦୀ ବିହାରରେ ଥିବା ଆପାର୍ଟମେଣ୍ଟ ଛାତରୁ ପଡ଼ିବାରୁ ନିକିତା ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ଵାମୀ ଲିପନ ତାଙ୍କୁ ଛାତରୁ ଠେଲି ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ ନିକିତାଙ୍କ ପରିବାର ଲୋକେ। ଏହା ସହ ତାଙ୍କୁ ଯୌତୁକ ଜନିତ ନିର୍ଯାତନା ଦିଆଯାଉଥିଲା ବୋଲି ମଧ୍ୟ ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକେ। ତେବେ ଏହି ମାମଲାରେ ଏବେ କୋର୍ଟ ଲିପନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।