'ବିରାଟ-ରୋହିତଙ୍କୁ ଦେଖି ବଡ ଇନିଂସ ଖେଳିଛି'...ମ୍ୟାଚ୍ ପରେ ରୋ-କୋଙ୍କୁ ଶ୍ରେୟ ଦେଲେ ସଞ୍ଜୁ ସାମସନ୍

NEWS7
mahila-congress-samavesh-in-congress-bhawan

କୋଲକାତା, ୦୨ /୦୩: ନକ୍ ଆଉଟ୍ ମୁକାବିଲାରେ ଜିତିଛି ଭାରତ । ଓ୍ୱେଷ୍ଟ୍ ଇଣ୍ଡିଜକୁ ପରାସ୍ତ କରି ସେମି ଫାଇନାଲରେ ଏଣ୍ଟ୍ରି କରିଛି । ଭାରତ ବିଜୟର ହିରୋ ଥିଲେ ସଞ୍ଜୁ ସାମସନ । ଓପନିଂ କରିବାକୁ ଆସି ସେ ଶେଷ ଯାଏଁ ରହି ଦଳକୁ ବିଜୟୀ କରାଇଥିଲେ । ଇଣ୍ଡିଜର ସମସ୍ତ ବୋଲରଙ୍କୁ ପ୍ରହାର କରିଥିଲେ । ତାଙ୍କର ଦମଦାର ଇନିଂସ ବଳରେ ଭାରତ ସେମିରେ ପ୍ରବେଶ କରିଛି ।

ଏହି ଖବରଟି ପଢନ୍ତୁ... ସରିବନି ଯୁଦ୍ଧ, ଚାଲିବ ୪ ସପ୍ତାହ : ଆମେରିକାର ପ୍ଲାନ୍ କହିଦେଲେ ଡୋନାଲ୍ଡ ଟ୍ରମ୍ପ୍

ମ୍ୟାଚରେ ସଞ୍ଜୁ ଅପରାଜେୟ ୯୭ ରନର ଇନିଂସ ଖେଳିଥିଲେ । ଏହାସହ ତାଙ୍କ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି । ଯାହାକୁ ନେଇ ସେ କହିଛନ୍ତି ଯେ, ଏହା ତାଙ୍କ ପାଇଁ ବହୁତ ବଡ କଥା । ଦେଶ ପାଇଁ ସେ ଖେଳିବେ ବୋଲି ସ୍ୱପ୍ନ ଦେଖୁଥିଲେ । ଏପରି ଗୋଟିଏ ଦିନକୁ ସେ ଅପେକ୍ଷା କରିଥିଲେ । ଅନେକ ଉତ୍ଥାନ ପତନ ଦେଇ ସେ ଆସିଛନ୍ତି । ଅନେକ ସମୟରେ ନିଜ ଉପରେ ସନ୍ଦେହ ଆସିଛି । ତଥାପି ଆତ୍ମମବିଶ୍ୱାସ ରହିଥିଲା । ଯାହା ବଡ ଇନିଂସ ଖେଳିବାରେ ସାହାଯ୍ୟ କରିଥିଲା ।

ସେ ଆହୁରି କହିଛନ୍ତି ଯେ, ଦୀର୍ଘ ଦିନ ହେବ ସେ ଟି୨୦ ଫର୍ମାଟ ଖେଳୁଛନ୍ତି । ୧୦ରୁ ୧୨ ବର୍ଷ ହେଲା ଆଇପିଏଲ ଖେଳୁଛନ୍ତି । ଭାରତୀୟ ଦଳରେ ସେ ସଦାବେଳେ ସୁଯୋଗ ପାଉନଥିଲେ । ଡଗ୍ ଆଉଟରେ ବସି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଦେଖୁଥିଲେ । ସେମାନଙ୍କଠୁ ବହୁତ କିଛି ଶିଖିବାକୁ ମିଳୁଥିଲା । ଏହା ତାଙ୍କୁ ଖୁବ୍ ସାହାଯ୍ୟ କରିଛି । ସେ ମାତ୍ର ୫୦-୬୦ ମ୍ୟାଚ୍ ଖେଳିଛନ୍ତି । କିନ୍ତୁ ଡଗ୍ ଆଉଟରୁ ବସି ୧୦୦ରୁ ଅଧିକ ମ୍ୟାଚ୍ ଦେଖିଛନ୍ତି । ମହାନ ଖେଳାଳିମାନେ ଖେଳର ମୋଡ ବଦଳେଇ ଦେଇଥାନ୍ତି ।

ଇଣ୍ଡିଜ ବିପକ୍ଷରେ ସେ ସକରାତ୍ମକ ଆଭିମୁଖ୍ୟ ସହ ଓହ୍ଲାଇଥିଲେ । ଭଲ ସଟ୍ ଖେଳୁଥିଲେ । ଅନେକ ଓ୍ୱିକେଟ୍ ପତନ ପରେ ସେ ପାର୍ଟନରସିପକୁ ଗୁରୁତ୍ୱ ଦେଇଥିଲେ । ଖେଳ ଉପରେ ଫୋକସ ଦେଇଥିଲେ । ସେ ବର୍ତ୍ତମାନରେ ବଞ୍ଚିବାକୁ ସଜାବେଳେ ଚାହାଁନ୍ତି । ବଲକୁ ଦେଖି ସଟ୍ ଖେଳିବାକୁ ପସନ୍ଦ କରୁଥିବା ନେଇ ସଞ୍ଜୁ ପ୍ରକାଶ କରିଛନ୍ତି ।