LIVE TV

ଦିଲ୍ଲୀ ବିସ୍ଫୋରଣ ପାଇଁ ୨୦ ଲକ୍ଷ ! ଆତଙ୍କୀ ଉମରକୁ ବିଦେଶରୁ ମିଳିଥିଲା ଟଙ୍କା

NEWS7
mahesh-bhatt-new-web-series-of-parveen-babi-amla-paul-to-act-in-role-of-parveen

ନୂଆଦିଲ୍ଲୀ, ୧୬|୧୧: ଦିଲ୍ଲୀ ବିସ୍ଫୋରଣ ଘଟାଇବା ପାଇଁ ମିଳିଥିଲା ଟଙ୍କା । ବାହାରୁ ଆସିଥିଲା ଲକ୍ଷ ଲକ୍ଷ ଟଙ୍କା । ଏପରି କିଛି ପ୍ରମାଣ ପାଇଛନ୍ତି ତଦନ୍ତକାରୀ ଅଧିକାରୀ । ଆଇ20 କାର୍ ଚଲାଉଥିବା ଚାଳକକୁ ୨୦ ଲକ୍ଷ ଟଙ୍କା ମିଳିଥିବା ସୂଚନା ମିଳିଛି । ଏହି ଅର୍ଥ ହାଓ୍ୱଲାରେ ତାକୁ ପ୍ରଦାନ କରାଯାଇଥିଲା ।

ରିପୋର୍ଟ ଅନୁସାରେ, ଘଟଣାର ମାଷ୍ଟର ମାଇଣ୍ଡ ଉମର ମହମ୍ମଦ ନଗଦ ଟଙ୍କା ଦେଇ ବିପୁଳ ପରିମାଣର ସାର କ୍ରୟ କରିଥିଲା । ଏହାକୁ ସେ ହରିୟାଣାରୁ କିଣିଥିଲା । ସମସ୍ତ ନଗଦ ଟଙ୍କା ତାକୁ ହାଓ୍ୱଲାରେ ପ୍ରଦାନ କରାଯାଇଥିଲା । ପୋଲିସ ଅନେକ ହାଓ୍ୱଲା ଡିଲରଙ୍କୁ ଅଟକ ରଖି ଜେରା କରୁଛି ।

ସୂଚନାଯୋଗ୍ୟ, ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ କାର ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ୧୩ ଜଣ ପ୍ରାଣ ହରାଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଥିଲେ । ସବୁଠାରୁ ବଡ କଥା ହେଲା ଯେ ବିସ୍ଫୋରଣ ଦିନ ସକାଳେ ୨୯୦୦ କେଜିର ବିସ୍ପୋରକ ଜବତ ହୋଇଥିଲା । ହରିୟାଣାର ବିଭିନ୍ନ ଜାଗାରୁ ଏହାକୁ ଜବତ କରିଥିଲା ପୋଲିସ ।

ବିସ୍ଫୋରଣ ପଛରେ ଉମର ମହମ୍ମଦର ହାତ ଥିବା ପୋଲିସ ଜାଣିବାକୁ ପାଇଥିଲା । କାରଣ ସେ ହିଁ ଆଇ20 କାରରେ ବିସ୍ଫୋରକ ରଖି ଲାଲକିଲ୍ଲା ନିକଟରେ ପାର୍କିଂ କରିଥିବା ପୋଲିସ ପ୍ରମାଣ ପାଇଛି । ପେସାରେ ଡାକ୍ତର ଥିବା ଉମରକୁ ଆଉ ତିନି ଜଣ ଡାକ୍ତର ସହଯୋଗ କରିଥିଲେ । ସମସ୍ତେ ଅଲ ଫଲାହ ବିଶ୍ବବିଦ୍ୟାଳୟ ସହ ସିଧାସଳଖ ଲିଙ୍କ୍ ରଖିଥିଲେ । ୟୁନିଭର୍ସିଟିର ବିଲ୍ଡିଂରେ ଘଟଣାର ପୁରା ଗେମ୍ ପ୍ଲାନ୍ ପ୍ରସ୍ତୁତ ହୋଇଥିଲା ।

ସୂଚନାଯୋଗ୍ୟ, ଉମର କାଶ୍ମୀରର ପୁଲଓ୍ୱାମାରେ ୧୯୮୯ରେ ଜନ୍ମ ହୋଇଥିଲା । ଅଲ ଫଲାହ ୟୁନିଭର୍ସିଟିରେ ସେ ଡାକ୍ତର ଥିବା ସହ ଅନ୍ୟ ମାନଙ୍କୁ ଆତଙ୍କବାଦୀ ଗତିବିଧିରେ ସାମିଲ କରୁଥିଲା ।