ଏଆଇସି-ସୋଆ ଫାଉଣ୍ଡେସନ୍ ପକ୍ଷରୁ କେନ୍ଦ୍ରାଞ୍ଚଳ ଓଡ଼ିଶା ଏଆଇ ସିମ୍ପୋସିୟମ୍ ୨୦୨୫ ଆୟୋଜିତ

NEWS7
maha-saptami-puja-in-ghatagaon-tarini-temple

ଭୁବନେଶ୍ବର ୧୨।୧୨:ଓଡ଼ିଶା ଏଆଇ ସିମ୍ପୋସିୟମ୍ -୨୦୨୫ର ଅନ୍ୟ ଏକ ପ୍ରମୁଖ କାର୍ଯ୍ୟକ୍ରମ ଓଡ଼ିଶା ଏଆଇ ହାକାଥନ୍ -୨୦୨୫ ରାଜ୍ୟର ୪ଟି ଆଞ୍ଚଳିକ ନୋଡାଲ ସେଣ୍ଟରରେ ଆୟୋଜିତ ହୋଇଯାଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଏଆଇସି-ସୋଆ ଫାଉଣ୍ଡେସନ୍ ଦ୍ୱାରା କେନ୍ଦ୍ରାଞ୍ଚଳ ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ସୋଆକୁ ସେଣ୍ଟ୍ରାଲ୍ ଜୋନ୍ ନୋଡାଲ ସେଣ୍ଟରର ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ରାଜ୍ୟର ୭ଟି ଜିଲ୍ଲା ଖୋର୍ଦ୍ଧା,କଟକ,ପୁରୀ,ଜଗତସଂହପୁର,ଯାଜପୁର,କେନ୍ଦ୍ରାପଡ଼ା ଏବଂ ନୟାଗଡ଼ ନିମନ୍ତେ ଆଞ୍ଚଳିକ ହାକାଥନ ପରିଚାଳନାର ଦାୟିତ୍ୱ ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯାଇଥିଲା ।

ଦକ୍ଷତା ଏବଂ ଉଦ୍ଭାବନକୁ ଭିତ୍ତିକରି ୧୬ଟି ଟିମ୍ ହାକାଥନ୍ରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ । ଏଆଇସି-ସୋଆ ଫାଉଣ୍ଡେସନ୍ରେ ଡିସେମ୍ବର ୧୦ ତାରିଖରେ ଏହି କେନ୍ଦ୍ରାଞ୍ଚଳ ହାକାଥନ୍ ଆୟୋଜନ କରାଯାଇଥିଲା । ଏହି ହାକାଥନ୍ ପାଇଁ ବିଚାରକ ମଣ୍ଡଳୀ ଦାୟିତ୍ୱରେ ଥିଲେ ସଫ୍ଟୱେୟାର ଟେକ୍ନୋଲଜି ପାର୍କ ଅଫ୍ ଇଣ୍ଡିଆ (ଏସ୍ଟିପିଆଇ)ର ଡକ୍ଟର ଶୀତଳ ପୃଷ୍ଟି,ମାଇକ୍ରୋସଫ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ର ସମୀର ପାତ୍ରୋ,ଟ୍ରାଇଡେଣ୍ଟଏକାଡେମୀ ଅଫ୍ ଟେକ୍ନୋଲୋଜି,ଭୁବନେଶ୍ୱରର ଡକ୍ଟର କାଳୀପ୍ରସନ୍ନ ସ୍ୱାଇଁ ଏବଂ ଡକ୍ଟର ଶକୁନ୍ତଳା ମହାପାତ୍ର ।

ବିଚାରକ ମଣ୍ଡଳୀ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୩ଟି ଟିମ୍କୁ ଓଡ଼ିଶା ଏଆଇ ସିମ୍ପୋସିୟମ୍ ପାଇଁ ମନୋନୀତ କରିଥିଲେ । ଏହି ମନୋନୀତ ଟିମ୍ ଗୁଡ଼ିକ ଡିସେମ୍ବର ୧୮ ତାରିଖରେ ଆୟୋଜିତ ହେବାକୁ ଥିବା ଏଆଇ ସିମ୍ପୋସିୟମ୍ରେ ନିଜର ଉଦ୍ଭାବନ ପ୍ରଦର୍ଶନ କରିବେ ।

ଏହି ହାକାଥନ୍କୁ ଓଡ଼ିଶା ସୋସାଇଟି ଅଫ୍ ଆମେରିକାସ (ଓସା) ଏବଂ ଓଡ଼ିଶା ଏଆଇ ପରିଚାଳନା କରୁଛନ୍ତି । ଏଆଇ ନେଇ ସଚେତନତା,ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଏବଂ ଷ୍ଟାର୍ଟ-ଅପ୍ ଗୁଡ଼ିକୁ ପ୍ରୋତ୍ସାହନ ଦେବା ଏହି ହାକାଥନ୍ର ମୂଳ ଉଦ୍ଦେଶ୍ୟ ।

ଏହି କେନ୍ଦ୍ରାଞ୍ଚଳ ପ୍ରତିଯୋଗିତାରେ ଟିମ୍ ପ୍ଲାଷ୍ଟିକିଓର ପ୍ରଥମ ପୁରସ୍କାର ହାସଲ କରି ୧୨୦୦୦ ଟଙ୍କାର ପୁରସ୍କାର ରାଶି ପାଇଥିଲେ । ଏହି ଟିମ୍ରେ ଡକ୍ଟର ଜ୍ୟୋତି ଅଗ୍ରୱାଲ,ଅମନ୍ ପାତ୍ର ଏବଂ ସୁଶ୍ରୀ ସମ୍ହିତା ସୁକନ୍ୟା ସାମିଲ ଥିଲେ ।

ଟିମ୍ ଜିୱାନ୍ ୮୦୦୦ ଟଙ୍କାର ୨ୟ ପୁରସ୍କାର ଲାଭ କରିଥିଲେ । ଏହି ଦଳ ପକ୍ଷରୁ ଏଆଇ ପରିଚାଳିତନଟ ସେଫ୍ ଫର୍ ୱର୍କପ୍ରଦର୍ଶିତ ହୋଇଥିଲା ଯେଉଁଥିରେ ଶିଶୁମାନଙ୍କ ନିମନ୍ତେ କିପରି ଇଣ୍ଟରନେଟ ବ୍ୟବହାରକୁ ସୁରକ୍ଷିତ କରାଯାଇପାରିବ ସେ ବିଷୟରେ ସୂଚନା ରହିଛି । ଏହି ଦଳରେ ଭାଗ୍ୟଶ୍ରୀ ଭାଲେଚା,ଉଦୟ ଗର୍ଗ,ମିଲି ଗୁପ୍ତା ଓ ମନିଷ କୁମାର ତିରୁୱାର ସାମିଲ ଥିଲେ ।

ସେହିପରି ସ୍ମାର୍ଟ ବ୍ଲୁମ୍ ୫୦୦୦ ଟଙ୍କାର ୩ୟ ପୁରସ୍କାର ଲାଭ କରିଥିଲେ । ଭର୍ଟିକାଲ୍ ଫାର୍ମିଂ ନିମନ୍ତେ ଏହି ଦଳ ଏକ ଆଇଓଟି ପରିଚାଳିତଅଟୋମେଟେଡ ପୋଲିନେସନ୍ ସିଷ୍ଟମର ଉଦ୍ଭାବନ କରିଛନ୍ତି । ଏହି ଦଳର ସଦସ୍ୟ ଥିଲେ ଅଙ୍କିତ କୁମାର ଏବଂ ଅବିନାଶ କୁମାର ।

ଏହି ବିଜୟୀ ଦଳଗୁଡ଼ିକୁ ଓଡ଼ିଶା ଏଆଇ ସିମ୍ପୋସିୟମ୍ ନିମନ୍ତେ ମାର୍ଗଦର୍ଶନ କରାଯିବ । ଏଆଇ ଗବେଷକ,ଛାତ୍ରଛାତ୍ରୀ ଓ ଏହି ଟେକ୍ନୋଲୋଜିରେ ରୁଚି ରଖୁଥିବା ବ୍ୟକ୍ତି ବିଶେଷଙ୍କୁ ଇଣ୍ଡିଆ ଏଆଇ ସିମ୍ପୋସିୟମ୍ରେ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ କରାଯାଇଛି ।