ଥମୁନି ରଚନା-ଅସିତ ବିବାଦ, ସମାଧାନ ପାଇଁ ଆଗେଇ ଆସିଲେ ସାଂସଦ

NEWS7
ludhiana-iskon-authority-gave-drastic-statement-regarding-ratha-yatra-on-nov-17-in-panjab

କୋଲକାତା ୦୫।୦୧ : ତୃଣମୂଳ ସାଂସଦ ରଚନା ବାନାର୍ଜୀ ଏବଂ ବିଧାୟକ ଅସିତ ମଜୁମଦାରଙ୍କ ମଧ୍ୟରେ ବିବାଦ ବାରମ୍ୱାର ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ତେଣୁ ନିର୍ବାଚନ ପୂର୍ବରୁ ବିବାଦର ସମାଧାନ ପାଇଁ ତୃଣମୂଳ ତତ୍ପର ହୋଇଉଠିଛି । ଏହି ଦାୟିତ୍ୱ ତୃଣମୂଳ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ପଡ଼ିଛି ।

ଚୁଞ୍ଚୁଡା ବିଧାନସଭା କ୍ଷେତ୍ରରେ ଏସ୍ଆଇଆର୍ ଉପରେ ଏକ ଆଲୋଚନା ବୈଠକ ହୋଇଥିଲା । ସେଠାରେ ତୃଣମୂଳ ସାଂସଦ କଲ୍ୟାଣ ବାନାର୍ଜୀ ବିଜେପି ଏବଂ ନିର୍ବାଚନ କମିଶନଙ୍କୁ ସମାଲୋଚନା କରିଥିଲେ । ଏହା ସହିତ ସେ ଚୁଞ୍ଚୁଡ଼ାରେ ସାଂସଦ ଏବଂ ବିଧାୟକଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ବୈଠକ ପରେ କଲ୍ୟାଣ କହିଥିଲେ, ଚୁଞ୍ଚୁଡାରେ ବିବାଦର ସମାଧାନ ହୋଇଯାଇଛି। ଚୁଞ୍ଚୁଡାରେ ତୃଣମୂଳ ବିଧାୟକଙ୍କ ସହ ରଚନା ବାନାର୍ଜୀ ଅନେକ ଥର ସିଧାସଳଖ ବିବାଦରେ ପଡ଼ିଛନ୍ତି। ସେ କହିଥିଲେ ଯେ ସେ ବିଧାୟକଙ୍କ କୌଣସି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ। ହେଲେ କଲ୍ୟାଣ ବାନାର୍ଜୀଙ୍କ ଅନୁରୋଧରେ ହୁଗୁଳି ସାଂସଦ ରଚନା ତୃଣମୂଳ ସାଂଗଠନିକ ବୈଠକରେ ଯୋଗ ଦେଇଥିଲେ। ସେ କହିଥିଲେ, "ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ହେଉଛି ୨୦୨୬ ନିର୍ବାଚନ। ଆମକୁ ଏକାଠି ଲଢ଼ିବାକୁ ପଡିବ। ଏହି ପରିସ୍ଥିତିରେ କାହାର କାହା ସହିତ ମତଭେଦ ଅଛି ତାହା ଦେଖିବା ଠିକ୍ ନୁହେଁ। ନିର୍ବାଚନ ପାଇଁ ଆମେ ମେ ମାସ ପର୍ଯ୍ୟନ୍ତ ଏକାଠି କାମ କରିବୁ। ଆମକୁ ଅସିତ ମଜୁମଦାରଙ୍କ ସହ କଥା ହେବାକୁ ପଡିବ ଏବଂ ସମସ୍ୟାର ସମାଧାନ କରିବାକୁ ପଡିବ । ଚୁଞ୍ଚୁଡାରେ ଦଳୀୟ ଆଲୋଚନା ସମୟରେ ପୂର୍ବତନ ଅଧ୍ୟକ୍ଷ ଅମିତ ରାୟ ସମସ୍ତଙ୍କୁ ସମ୍ମାନ ଦେବା କଥା କହିଥିଲେ । ସେ ବିଧାୟକଙ୍କୁ ରଚନା ବାନାର୍ଜୀଙ୍କ ସହିତ କାମ କରିବାକୁ ଇଙ୍ଗିତ କରିଥିଲେ ।