ମୁମ୍ବାଇ ଏୟାରପୋର୍ଟରେ ଟଳିଲା ବଡ଼ ବିପଦ, ଧକ୍କା ହେଲା ଦୁଇ ବିମାନର ଓ୍ବିଙ୍ଗ୍

NEWS7
love-on-facebook-between-indian-youth-nepali-woman-police-caught-at-indo-nepal-border-in-mahrajganj

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇଟି ବିମାନର ଡେଣା (ଓ୍ବିଙ୍ଗ) ଧକ୍କା ହୋଇଛି । ଏୟାର ଇଣ୍ଡିଆର ଏକ ବିମାନ ରନୱେରୁ ଯାଉଥିବା ବେଳେ ଅବତରଣ କରିବା ପରେ ଟ୍ୟାକ୍ସି କରୁଥିବା ଏକ ଇଣ୍ଡିଗୋ ବିମାନ ତା' ପାଖକୁ ଆସିଯାଇଥିଲା । ଫଳରେ ଦୁଇ ବିମାନର ଓ୍ବିଙ୍ଗ ଧକ୍କା ହୋଇଥିଲା ।

ଏହି ଘଟଣା ପରେ, ସୁରକ୍ଷା ଦୃଷ୍ଟିରୁ ଉଭୟ ବିମାନର ଉଡ଼ାଣ ବାତିଲ କରାଯାଇଛି । କୌଣସି ଯାତ୍ରୀ ଆହତ ହୋଇଥିବାର ରିପୋର୍ଟ ହୋଇନାହିଁ। ଘଟଣାର ତଦନ୍ତ ଚାଲିଛି। ଦୁର୍ଘଟଣା ଯୋଗୁଁ ବିମାନବନ୍ଦର କାର୍ଯ୍ୟ ଅସ୍ଥାୟୀ ଭାବରେ ପ୍ରଭାବିତ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ AI2732 C1 ରୁ M4 କୁ ଉଡ଼ାଣ ପାଇଁ ଟ୍ୟାକ୍ସି କରୁଥିଲା । ସେହି ସମୟରେ, ଏକ ଇଣ୍ଡିଗୋ ବିମାନ A320 ଅବତରଣ ପରେ B1 ଟ୍ୟାକ୍ସିୱେକୁ ଆସୁଥିଲା । ଦୁଇଟି ବିମାନର ଦକ୍ଷୀଣ ପାର୍ଶ୍ବର ଡେଣା ଧକ୍କା ହୋଇଥିଲା। DGCAର ମୁମ୍ବାଇ କାର୍ଯ୍ୟାଳୟର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ତଦନ୍ତ ଚାଲିଛି।

ମୁମ୍ବାଇରୁ କୋଏମ୍ବାତୁରକୁ ଉଡ଼ାଣ ପୂର୍ବରୁ ଏୟାର ଇଣ୍ଡିଆର ବିମାନ ର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ସମୟରେ, ଇଣ୍ଡିଗୋର ବିମାନ ହାଇଦ୍ରାବାଦରୁ ମୁମ୍ବାଇରେ ପହଞ୍ଚିଥିଲା। ଏୟାର ଇଣ୍ଡିଆ ଏକ ବିବୃତ୍ତି ଜାରି କରି କହିଛି ଯେ, ‘ଦୁଇଟି ବିମାନର ଡେଣା ଧକ୍କା ହୋଇଥିଲା । ଫଳରେ ଏୟାର ଇଣ୍ଡିଆ ବିମାନର ଡେଣା କ୍ଷତିଗ୍ରସ୍ତ ହୋଇଛି । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କ ଗନ୍ତବ୍ୟସ୍ଥଳରେ ଶୀଘ୍ର ପହଞ୍ଚିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି।’

ଇଣ୍ଡିଗୋ ଏକ ବିବୃତ୍ତି ଜାରି କରି କହିଛି, "ଫେବୃଆରୀ 3, 2026 ରେ, ହାଇଦ୍ରାବାଦରୁ ମୁମ୍ବାଇ ଯାଉଥିବା ଆମର ବିମାନ 6E 791 ଅବତରଣ ପରେ ଟ୍ୟାକ୍ସି କରୁଥିବା ସମୟରେ ଅନ୍ୟ ଏକ ଏୟାରଲାଇନ୍ସର ଏକ ବିମାନ ସହିତ ଧକ୍କା ହୋଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ପାର୍କିଂ ପରେ ଓହ୍ଲାଇ ଯାଇଛନ୍ତି। ବିମାନର ରକ୍ଷଣାବେକ୍ଷଣ ଯାଞ୍ଚ କରାଯାଉଛି। ପ୍ରୋଟୋକଲ ଅନୁସାରେ, ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ସୂଚିତ କରାଯାଇଛି ଏବଂ ଘଟଣାର ତଦନ୍ତ କରାଯାଉଛି।"