LIVE TV

କଳା ପଲସର ଆତଙ୍କ ; ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କଠାରୁ ଲୁଟିନେଲେ ୯ ଲକ୍ଷରୁ ଅଧିକ ଟଙ୍କା

NEWS7

ଆଠଗଡ ୪|୨: କଟକ ଜିଲ୍ଲା ଆଠଗଡ ଅଞ୍ଚଳରେ କଳା ପଲସର ଆତଙ୍କ । ଆଦିଶକ୍ତି ପେଟ୍ରୋଲ ପମ୍ପ୍ କର୍ମଚାରୀ ନିରଞ୍ଜନ ରଣାଙ୍କଠାରୁ ଲୁଟ୍ ହୋଇଛି । ୯ ଲକ୍ଷ ୬୫ ହଜାର ଟଙ୍କା ଲୁଟ୍ କରି ଛୁ ମାରିଛନ୍ତି ଦୁର୍ବୃତ୍ତ । ୨ଟି କଳା ପଲସରରେ ୪ ଜଣ ଦୁର୍ବୃତ୍ତ ଆସିଥିବା ସୂଚନା ମିଳିଛି । ଶିଶୁ ଉଦ୍ୟାନ ନିକଟରେ ନିରଞ୍ଜନଙ୍କୁ ଧକ୍କା ମାରି ତାଙ୍କ ଗାଡି ଡିକିରୁ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ପେଟ୍ରୋଲ ପମ୍ପରୁ ଟଙ୍କା ନେଇ ନିରଞ୍ଜନ ଡିପୋଜିଟ୍ ପାଇଁ ଷ୍ଟେଟ୍ ବ୍ୟାଙ୍କ ଯାଉଥିବା ବେଳେ ଲୁଟର ଶିକାର ହୋଇଛନ୍ତି । ଆଠଗଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।