କମୁଛି ଶୀତ, ବଢ଼ୁଛି ପାରଦ: ୪ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ହେବନି ପରିବର୍ତ୍ତନ

NEWS7
lok-sabha-passes-the-aadhar-and-other-laws-amendment-bill-2019

ଭୁବନେଶ୍ୱର ୨୨/୦୧: ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୨.୩ ଡିଗ୍ରୀ ସେଲସିୟସ ଛୁଇଁଛି । ୧୯ଟି ସ୍ଥାନରେ ଦିନ ପାରଦ ୩୦ ଡିଗ୍ରୀ ଉପରେ ଥିବାବେଳେ ସେଥିରୁ ୭ଟି ଜାଗାରେ ତାପମାତ୍ରା ୩୧ ଡିଗ୍ରୀ ଉପରେ ଥିଲା ।

ବୁଧବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୧.୪, ପାରାଦୀପରେ ୩୧.୪, ଭଦ୍ରକରେ ୩୧.୨, ପାରଳାଖେମୁଣ୍ଡିରେ ୩୧.୨, ଅନୁଗୁଳରେ ୩୧.୧, ଜଗତସିଂହପୁରରେ ୩୧ ଡିଗ୍ରୀ, ସମ୍ବଲପୁର ୩୦.୮, ପୁରୀ ୩୦.୭ ଡିଗ୍ରୀ ଥିଲା । ଅନ୍ୟପଟେ ରାତି ତାପମାତ୍ରା ବଢ଼ିଛି । ଗତ ୪ ଦିନ ଭିତରେ ଉପକୂଳରେ ରାତି ତାପମାତ୍ରା ୩ ଡିଗ୍ରୀ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି ପାଇଛି ।

ମଙ୍ଗଳବାର ରାତିରେ ଜି.ଉଦୟଗିରି ତାପମାତ୍ରା ୫.୮, ସେମିଳିଗୁଡ଼ା ୭.୬, ଫୁଲବାଣୀ ୯ ଡିଗ୍ରୀ ଥିଲା । ପାଣିପାଗ ବିଭାଗର ଆକଳନ, ବର୍ତ୍ତମାନ ୪ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ୨୬ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ।