ଇଥିଓପିଆରେ ପ୍ରଧାନମନ୍ତ୍ରୀ ମୋଦୀ, ବମାନବନ୍ଦରରେ ସ୍ୱାଗତ କଲେ ପିଏମ୍ ଅଲି; ନିଜେ ଗାଡ଼ି ଚଲାଇ ନେଲେ ହୋଟେଲ

NEWS7
locust-problem-for-india-from-pakistan-india-pakistan-faced-off

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋର୍ଡାନ ଗସ୍ତ ଶେଷ କରି ଇଥିଓପିଆ ରାଜଧାନୀ ଆଦିସ୍ ଆବାବା ପହଞ୍ଚିଛନ୍ତି । ରାଜଧାନୀ ଆଦିସ ଆବାବାର ବିମାନବନ୍ଦରରେ ଇଥିଓପିଆ ପ୍ରଧାନମନ୍ତ୍ରୀ ଓବି ଅହମ୍ମଦ ଅଲି ଆଲିଙ୍ଗନ କରି ପ୍ରଧାମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଅବି ଅହମ୍ମଦ ଅଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହୋଟେଲ ଯାଏ ନିଜେ କାର୍ ଚଲାଇ ନେଇଥିଲେ । ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲିଙ୍କ ନିମନ୍ତ୍ରଣରେ ଦୁଇ ଦିନିଆ ସରକାରୀ ଗସ୍ତରେ ଅଛନ୍ତି ପିଏମ୍ ମୋଦୀ । ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଇଥିଓପିଆ ଗସ୍ତ ଅଟେ ।

ପ୍ରଧାନମନ୍ତ୍ରୀଙ୍କ ଇଥିଓପିଆ ଗସ୍ତ ପୂର୍ବରୁ ବିଦେଶ ମନ୍ତ୍ରଣାଳୟ କହିଥିଲା, ଏହି ଯାତ୍ରା ଗ୍ଲୋବାଲ୍ ସାଉଥରେ ସହଯୋଗୀ ଭାବେ ଭାରତ ଓ ଇଥିଓପିଆ ମଧ୍ୟରେ ଗଭୀର ବନ୍ଧୁତା ଓ ଦ୍ୱିପାକ୍ଷିକ ସହଯୋଗକୁ ବଢାଇବା ଦିଗରେ ମିଳିତି ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି ।

ଉଲ୍ଲେଖଯୋଗ୍ୟ ଯେ ଇଥିଓପିଆର ନିଜର ପ୍ରଥମରେ ପ୍ରଧାନମନ୍ତ୍ରୀ ମୋଦୀ ସଂସଦର ମିଳିତ ଅଧିବେଶନକୁ ସମ୍ୱୋଧିତ କରିବେ । ଏହି ସମୟରେ ସେ ଲୋକତନ୍ତ୍ର ଜନନୀ ରୂପେ ଭାରତର ଯାତ୍ରା ଓ ଗ୍ଲୋବାଲ୍ ସାଉଥ୍ ପାଇଁ ଭାରତ-ଇଥିଓପିଆ ସହଭାଗିତାର କଣ ଉଦ୍ଦେଶ୍ୟ ରଖୁଛି, ତାହା ଉପରେ ନିଜ ମତ ରଖିବେ । ଇଥିଓପିଆରେ ରହୁଥିବା ଭାରତୀୟ ସମୁଦାୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଉତ୍ସାହିତ ଅଛି । ଏହି ଗସ୍ତରେ ଭାରତ-ଇଥିଓପିଆ ମଧ୍ୟରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ବ୍ରିକ୍ସ ସହଯୋଗକୁ ବଢାଇବା ନେଇ ଆଶା କରାଯାଉଛି ।