Congress MLAs break whip: ୧୩ ରୁ ୧୬ ଛାଡିନଥାନ୍ତେ ଭୁବନେଶ୍ୱର, କିନ୍ତୁ ପହଞ୍ଚିଗଲେ ରିସର୍ଟରେ

NEWS7
lockdown-bhopal-ujjain-and-indore-sealed-cm-shivraj-singh

ଭୁବନେଶ୍ୱର ୧୩/୦୩: ହ୍ୱିପ୍ ଭାଙ୍ଗିଲେ ୮କଂଗ୍ରେସ ବିଧାୟକ । ୮ ବିଧାୟକଙ୍କ ସହ ପିସିସି ସଭାପତି ଭକ୍ତ ଦାସ ବି ଥିବା ସୂଚନା । ୧୩ରୁ ୧୬ ଯାଏଁ ଭୁବନେଶ୍ୱର ନ ଛାଡ଼ିବାକୁ ଥିଲା ନିର୍ଦ୍ଦେଶ । ଏନେଇ ହ୍ୱିପ୍ ଜାରି କରିଥିଲେ କଂଗ୍ରେସ ଦଳ ମୁଖ୍ୟ ସଚେତକ ସିଏସ୍ ରାଜନ ଏକ୍କା । କିନ୍ତୁ ୮ କଂଗ୍ରେସ ବିଧାୟକ ହ୍ୱିପ୍ ନ ମାନି ବେଙ୍ଗାଲୁରୁ ଯାଇଛନ୍ତି ।

କଂଗ୍ରେସ ଦଳ ମୁଖ୍ୟ ସଚେତକ ସିଏସ୍ ରାଜନ ଏକ୍କା ବେଙ୍ଗାଲୁରୁ ଯାଇଛନ୍ତି । ତେବେ ବେଙ୍ଗଲୁରୁରେ ପହଞ୍ଚିବା ପରେ ୬ କଂଗ୍ରେସ ବିଧାୟକ ରାମନଗର ସ୍ଥିତ ଏକ ଘରୋଇ ରିସୋର୍ଟସ୍‌ରେ ଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ରାଜନ ଏକକା, କାଡ୍ରକ ଆପୋଲ ସ୍ବାମୀ, ଅଶୋକ ଦାସଙ୍କ ସମେତ ୯ ଜଣ କଂଗ୍ରେସ ବିଧାୟକ ବେଙ୍ଗଲୁରୁକୁ ଯାଇଛନ୍ତି ।

ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ସମସ୍ତଙ୍କୁ ଓଡ଼ିଶା ଅଣାଯିବ ବୋଲି ସୂଚନା ମିଳିଛି । ତେବେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍, ରମେଶ ଜେନା, ତାରା ବାହିନୀପତି, ସୋଫିଆ ଫିର୍ଦ୍ଦୋଶ, ଦାଶରଥି ଗମାଙ୍ଗ ବେଙ୍ଗଲୁରୁ ଯାଇନାହାନ୍ତି ।

also read...

ବିଜେଡି ଘାରୁଛି କି କ୍ରସ ଭୋଟିଂ ଭୟ ? ମାଧବ ଧଡାଙ୍କ ସହ କଥା ହେଲ ନବୀନ