LIVE TV

ପ୍ରତିଦିନ ୧୦୦୦ କିଲୋମିଟର ଉଡ଼ାଣ, ବାଜପକ୍ଷୀର ଯାତ୍ରା କରୁଛି ବୈଜ୍ଞାନିକଙ୍କୁ ଚକିତ

NEWS7
lockdown-atm-icici-hdfc-sbi-will-deliver-cash-at-your-home-doorstep-banking

ନୂଆଦିଲ୍ଲୀ: ସବୁଠୁ ଦ୍ରୁତ ବେଗରେ ଉଡ଼ିପାରୁଥିବା ଶିକାରୀ ପକ୍ଷୀଙ୍କ ମଧ୍ୟରୁ ଗୋଟିଏ ହେଉଛି ଫାଲକନ ପ୍ରଜାତି ବା ବାଜପକ୍ଷୀ। ଏହି ପ୍ରଜାତିର ପକ୍ଷୀଙ୍କ ଆକାର ଛୋଟ ହୋଇଥିଲେ ବି ଏମାନେ ଖୁବ୍ ଦ୍ରୁତ ବେଗର ଉଡ଼ିପାରନ୍ତି। ଏମିତିକି ମାତ୍ର କିଛି ଘଣ୍ଟା ମଧ୍ୟରେ ହଜାର ହଜାର କିଲୋମିଟର ଅତିକ୍ରମ କରିପାରନ୍ତି। ଯାହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ନିକଟରେ ହୋଇଥିବା ଏକ ଗବେଷଣାରୁ।

ଏହି ଗବେଷଣା ଫାଲକନ ପରିବାରର ଆମୁର ଫାଲକନ ପ୍ରଜାତି ଉପରେ କରାଯାଇଥିଲା। କିପରି ଏହି ଛୋଟ ପକ୍ଷୀ ଗୋଟିଏ ମହାଦେଶରୁ ଅନ୍ୟ ମହାଦେଶକୁ ଯାତ୍ରା କରିଥାନ୍ତି ? ତାହା ଜାଣିବାକୁ ଏହି ପରୀକ୍ଷା କରାଯାଇଥିଲା। ରିପୋର୍ଟ ଅନୁସାରେ, ଡେରାଡୁନର ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (WII)ର ବୈଜ୍ଞାନିକମାନେ ଅଣ୍ଡିରା ଫାଲକନ ଆପାପାଙ୍ଗ, ଦୁଇଟି ମାଈ ଫାଲକନ ଆହୁ ଏବଂ ଆଲାଙ୍ଗ ଭଳି ୩ଟି ଆମୁର ଫାଲକନ ଦେହରେ ସାଟେଲାଇଟ ଟ୍ରାନ୍ସମିଟର ଲଗାଇଥିଲେ। ଯାହାଦ୍ବାରା ପକ୍ଷୀ ବିଷୟରେ ଗବେଷଣା କରିହେବ।

ଏମାନଙ୍କୁ ନଭେମ୍ବର ୧୧ ତାରିଖ ମଙ୍ଗଳବାର ମଣିପୁରର ତାମେଙ୍ଗଲଙ୍ଗ ଜଙ୍ଗଲରୁ ଛଡ଼ାଯାଇଥିଲା। ହେଲେ ମାତ୍ର ଦୁଇ ଦିନରେ ଆପାପଙ୍ଗ ୧୫୦୦ କିଲୋମିଟର ପାର୍ କରି ଓଡ଼ିଶା ପହଞ୍ଚିଥିଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତା’ଠାରୁ ମଧ୍ୟ ଆଶ୍ଚର୍ଯ୍ୟକର କଥା ହେଉଛି ବର୍ତ୍ତମାନ ସୁଦ୍ଧା ଆପାପଙ୍ଗ ଓ ଅନ୍ୟ ଦୁଇ ମାଈ ଅମୁର ଫାଲକନ ନିରବଚ୍ଛିନ୍ନ ଭାବରେ ୭୬ ଘଣ୍ଟା ମଧ୍ୟରେ ପ୍ର୍ରାୟ ୩୧୦୦ କିଲୋମିଟର ଉଡ଼ାଣ ଭରିସାରିଲେଣି। ବର୍ତ୍ତମାନ ଭାରତ ପାର ହୋଇ, ଗୁଜୁରାଟ ଅତିକ୍ରମ କରି ଏବଂ ଆରବ ସାଗର ପାର ହୋଇ ବାହାରକୁ ଯାଇପାରିଛନ୍ତି। ଯାହା ଅଭିଜ୍ଞ ଟ୍ରାକରମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି।

ଆହୁରି ମଧ୍ୟ ଗବେଷକଙ୍କ ମତରେ ଏହି ପକ୍ଷୀଙ୍କ ପାଇଁ ଏବେ ପ୍ରକୃତ ପରୀକ୍ଷା ଆରମ୍ଭ ହୋଇଛି। କାରଣ ସେମାନେ ବାର୍ଷିକ ମାଇଗ୍ରେସନର ସବୁଠାରୁ ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଯାହା ଭାରତରୁ ସୋମାଲିଆ ପର୍ଯ୍ୟନ୍ତ ନିରନ୍ତର ୬ ହଜାର କିଲୋମିଟରର ସମୁଦ୍ର ପାର୍ ଯାତ୍ରା। ବିନା ବିଶ୍ରାମ ଏବଂ ଖାଦ୍ୟରେ ସେମାନଙ୍କୁ ଆରବ ସାଗର ପାର୍ କରି ସୋମାଲିଆ ପହଞ୍ଚିବାକୁ ପଡ଼ିବ। କେବଳ କିଛି ପ୍ରବାସୀ ପ୍ରଜାତି ଏତେ ଲମ୍ବା, ନିରବଚ୍ଛିନ୍ନ ଉଡ଼ାଣ କରିପାରନ୍ତି ଏବଂ ଆମୁର ଫାଲକନ୍ ସେମାନଙ୍କ ମଧ୍ୟରୁ ସବୁଠାରୁ ଛୋଟ।

ସୂଚନାଥାଉକି, ପ୍ରତିବର୍ଷ ପୂର୍ବ ଏସିଆରୁ ଦକ୍ଷିଣ ଆଫ୍ରିକାକୁ ଯାତ୍ରା କରିଥାନ୍ତି ହଜାର ହଜାର ଆମୁର ଫାଲକନ୍ । ଏହି ଯାତ୍ରା ଖୁବ୍ କଠିନ ହୋଇଥାଏ। ତେବେ ଶୀତ ଋତୁରେ ସୋମାଲିଆକୁ ଯାତ୍ରାର କଠିନ ପର୍ଯ୍ୟାୟ ପୂର୍ବରୁ ଏହି ପକ୍ଷୀମାନେ ମଣିପୁରରେ ଶେଷ ଥର ପାଇଁ ବିଶ୍ରାମ କରିଥାନ୍ତି ।

ଷତବେ ବର୍ତ୍ତମାନ ପୂର୍ବ ଦିଗରୁ ବହୁଥିବା ପବନ ସେମାନଙ୍କ ଗତିକୁ ଆହୁରି ବଢ଼ାଇଦେଇଛି। ଆପାପାଙ୍ଗ ପ୍ରତିଦିନ ହାରାହାରି ୧ ହଜାର କିଲୋମିଟର ବେଗରେ ଗତି କରୁଛି। ଯାହା ତାକୁ ପୃଥିବୀର ସବୁଠୁ ଦ୍ରୁତ ଶିକାରୀ ପକ୍ଷୀ ମଧ୍ୟରେ ଗୋଟିଏ କରିଛି।

ଏହି ସାଟେଲାଇଟ୍ ଟ୍ୟାଗିଂର ଲକ୍ଷ୍ୟ ହେଉଛି ପକ୍ଷୀଙ୍କ ପ୍ରବାସୀ ଆଚରଣକୁ ଭଲ ଭାବରେ ବୁଝିବା ଏବଂ ବିଶ୍ୱ ସ୍ତରରେ ଏହି ପ୍ରବାସୀ ପ୍ରଜାତି ପାଇଁ ସଂରକ୍ଷଣ ପ୍ରୟାସକୁ ମଜଭୁତ କରିବା ବୋଲି କହିଛନ୍ତି ବୈଜ୍ଞାନିକ ସୁରେଶ କୁମାର।

ଉଲ୍ଲେଖଯୋଗ୍ୟ, ଏକଦା ଅତ୍ୟଧିକ ଶିକାର ଯୋଗୁ ଏହି ପକ୍ଷୀଙ୍କ ପ୍ରଜାତି ଲୋପ ପାଇବାକୁ ବସିଥିଲା। ହେଲେ ଏବେ ଏମାନଙ୍କ ସୁରକ୍ଷା ସଫଳତାର କାହାଣୀ ପାଲଟିଛି। ମଣିପୁରରେ ଅନେକ ଗାଁ ଏମାନଙ୍କୁ ସୁରକ୍ଷା ଦେଉଛନ୍ତି।

ତେବେ ଏହି ତିନି ଆମୁର ଫାଲକନଙ୍କ ଆରବ ସାଗରର ଗଭୀରତା ପ୍ରବେଶ ସହ ବୈଜ୍ଞାନିକମାନେ ଚିନ୍ତା ଏବଂ ଜିଜ୍ଞାସା ବଢ଼ିବାରେ ଲାଗିଛି। ଯଦି ଏମାନେ ମହାସାଗର ପାର କରୁଛନ୍ତି ତେବେ ଏହି ଛୋଟ ଶିକାରୀ ପକ୍ଷୀଙ୍କ ଅଦ୍ଭୁତ ନୌବାହନ କ୍ଷମତା ପୁଣି ଥିରେ ଉଜାଗର ହୋଇଯିବ। କାର ଏମାନେ ଏଭଳି ଜୀବ ଯେଉଁମାନେ ସହଜ ଜ୍ଞାନ, ଉତ୍କୃଷ୍ଟ କ୍ଷମତା ବଳରେ ମହାଦେଶ ଏବଂ ସମୁଦ୍ର ପାର କରିପାରନ୍ତି। ମଣିପୁରର ଆକାଶ ଦେଶ ଆଫ୍ରିକାର ସାଭାନା ପର୍ଯ୍ୟନ୍ତ, ଆପାପାଙ୍ଗ, ଆଲାଙ୍ଗ ଏବଂ ଆହୁ ଏବେ ପୃଥିବୀର ସବୁଠାରୁ ମହାନ ପ୍ରାକୃତିକ ଦୃଶ୍ୟ ମଧ୍ୟରୁ ଗୋଟିଏ।