ଭିଡ଼ରେ ଅଟକିବନି କି ଫସିବନି ଏମ୍‌ସ ଯାଉଥିବା ଆମ୍ବୁଲାନ୍ସ, ଖଣ୍ଡଗିରି ଛକରୁ ମେଡିକାଲ ଯାଏଁ ତିଆରି ହେବ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର

NEWS7
lockdown-3-0-heavy-traffic-seen-at-dwarka-palam-flyover-in-delhi

ଭୁବନେଶ୍ବର ୧୮।୧୨: ଖଣ୍ଡଗିରିରୁ ଏମ୍ସ ଯାଏଁ ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର । ବୁଧବାର ବସିଥିବା ପୂର୍ତ୍ତ ବିଭାଗର ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି । ଏ ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଖଣ୍ଡଗିରିରୁ କଳିଙ୍ଗନଗର ଛକ ଯାଏଁ ଏନଏଚ ଦୁଇ କଡରେ ୩ ଲେନ୍ ଲେଖାଏଁ ସର୍ଭିସ ରୋଡ଼ କରିବାକୁ ଏନଏଚ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ୩ ଲେନ୍ ସର୍ଭିସ୍ ରୋଡ଼ ହେବା ପରେ ଗୋଟିଏ ଲେନ୍ ଆମ୍ବୁଲାନ୍ସ ପାଇଁ ରିଜର୍ଭ ରହିବ । ଫଳରେ ଖଣ୍ଡଗିରି ଛକ ଅତିକ୍ରମ କରିବା ପରେ ଜଣେ ସିଧାସଳଖ ଏମ୍ସରେ ପହଞ୍ଚିପାରିବ । ସମସ୍ତ ବଡ଼ ମେଡିକାଲକୁ ଆମ୍ବୁଲାନ୍ସ ପାଇଁ ସ୍ୱତନ୍ତ୍ର କରିଡର ହେବା କଥା । ଏମ୍ସକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର ପାଇଁ ଏମ୍ସ ନିର୍ଦ୍ଦେଶକଙ୍କ ଅନୁରୋଧ ଥିଲା । ଏନେଇ ବସିଥିବା ସମୀକ୍ଷା ବୈଠକରେ ଆଲୋଚନା ହେବା ପରେ ଏନଏଚ କର୍ତ୍ତୃପକ୍ଷ ସମ୍ମତି ଦେଇଛନ୍ତି ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ।