LIVE TV

ଦେଶୀ ମଦ ଆଡ୍ଡା ଉପରେ ଅବକାରୀ ଟିମର ଅତର୍କିତ ଚଢଉ, ଜବତ ପରେ ପୋତିଦେଲେ ୧୧ଶହ ଲିଟର ମଦ

NEWS7

ଢେଙ୍କାନାଳ, ୦୩|୦୫:  ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଦ୍ମନାଭପୁର ଅଞ୍ଚଳରୁ ବିପୁଳ ପରିମାଣର ଦେଶୀ ମଦ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ବିଶେଷ  ସୂତ୍ରରୁ ଖବର ପାଇ ଢେଙ୍କାନାଳ ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ କଟକ ଅବକାରୀ ସ୍କ୍ୱାର୍ଡ ମିଳିତ ଭାବେ ଚଢ଼ାଉ କରାଯାଇଥିଲା ।

 ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଓ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଦ୍ମନାଭପୁର,ପାମାଳ ଓ ଜେନାସାହୁପାଟଣାରେ ଏହି ଚଢ଼ାଉ କରାଯାଇଥିଲା । ଏହି ଅଂଚଳରେ ଦେଶୀ ମଦ ତିଆରି ହେଉଥିବା ସୂଚନା ପାଇ ଢେଙ୍କାନାଳ ଅବକାରୀ ଇନ୍ସପେକ୍ଟର ସମୀର ମହାନ୍ତିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା ।

ତେବେ ମଦ ତିଆରି କରୁଥିବା ଲୋକମାନେ ପଳାଇ ଯାଇଥିଲେ । ଘଟଣା ସ୍ଥଳରୁ ବିଭାଗ ୧୧ ଶହ ଲିଟର ଦେଶୀ ମଦ ,୪୨ହଜାର ଲିଟର  ମହୁଲ ପୋଚ ଆଦି ଜବତ କରାଯାଇଛି । ପରେ ଏହାକୁ ପୋତି ଦିଆଯାଇଥିବା ଜଣାପଡିଛି ।