ସଂସଦରେ କିଏ ଟାଣିଲେ ଇ-ସିଗାରେଟ୍ ? ବାଚସ୍ପତିଙ୍କ ନିକଟରେ ଅଭିଯୋଗ କଲେ ବିଜେପି ସାଂସଦ

NEWS7
lizard-falling-on-these-parts-of-body-is-consider-luck

ନୂଆଦିଲ୍ଲୀ ୧୧/୧୨: ଇ-ସିଗାରେଟ୍କୁ ଗୁରୁବାର ଲୋକସଭାରେ ହଙ୍ଗାମା । ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପିର ବରିଷ୍ଠ ସାଂସଦ ଅନୁରାଗ ଠାକୁର । କାହାର ନା ନ ନେଇ, ବିଜେପି ସାଂସଦ ଗୃହ ଭିତରେ ଟିଏମସିକୁ ଟାର୍ଗେଟ କରିଥିଲେ । ଜଣେ ସାଂସଦଙ୍କ ଉପରେ ଇ-ସିଗାରେଟ୍ ଟାଣିବା ଅଭିଯୋଗ ବି କରିଥିଲେ । ବାଚସ୍ପତି ଏହି ଅଭିଯୋଗର ଜବାବ ଦେଇ କହିଥିଲେ ଯେ ଯଦି ଏହି ମାମଲା ତାଙ୍କ ଦୃଷ୍ଟିକୁ ଆଣାଯାଏ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।ବର୍ତ୍ତମାନ ଚାଲିଛି ସଂସଦର ଶୀତକାଳୀନ ଅଧିବେଶନ ।

ଗୁରୁବାର ଦିନ ଲୋକସଭାରେ କାର୍ଯ୍ୟଧାରା ଚାଲିଥିବା ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ବିଜେପି ସାଂସଦ ଅନୁରାଗ ଠାକୁର ଲୋକସଭା ଭିତରେ ଲୋକମାନେ ଇ-ସିଗାରେଟ୍ ଟାଣିବା ଅଭିଯୋଗ କରିଥିଲେ । ସେ କୌଣସି ସାଂସଦଙ୍କ ନାମ ନେଇ ନଥିଲେ । କିନ୍ତୁ ଜଣେ ଟିଏମସି ସାଂସଦଙ୍କ ନାମ ଉଲ୍ଲେଖ କରିଥିଲେ।

ଠାକୁରଙ୍କ ଅଭିଯୋଗ ସମ୍ପର୍କରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ ଏପରି କୌଣସି ପରମ୍ପରା କିମ୍ବା ନିୟମ ନାହିଁ ଯାହା କୌଣସି ସାଂସଦଙ୍କୁ ସଂସଦରେ ଇ-ସିଗାରେଟ୍ ପିଇବାକୁ ଅନୁମତି ଦିଏ । ଯଦି ଏପରି ଘଟଣା ତାଙ୍କ ନଜରକୁ ଆସେ, ତେବେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ବିଜେପି ସାଂସଦଙ୍କ ଅଭିଯୋଗ ସମ୍ପର୍କରେ ଟିଏମସି ସାଂସଦ ଡୋଲା ସେନ ବି ପ୍ରତିକ୍ରିୟା ରଖିଛନ୍ତି । 

ସେପଟେ ଇ-ସିଗାରେଟ୍ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ । ସେ କହିଛନ୍ତି ଯେ ଇ-ସିଗାରେଟ୍ ପାନ କରିବା ସ୍ୱାଭାବିକ ଭାବରେ ଭୁଲ। ଯଦି ଏହା ଜଣେ ସାଂସଦଙ୍କ ଦ୍ୱାରା କରାଯାଉଛି ତେବେ ଏହା ଆହୁରି ଦୁର୍ଭାଗ୍ୟଜନକ। ସିଂହ କହିଛନ୍ତି ଯେ ସାର୍ବଜନୀନ ଜୀବନରେ ଥିବା ଲୋକମାନେ ଆଇନକୁ ପାଳନ କରି ଏକ ଉଦାହରଣ ସୃଷ୍ଟି କରିବା ଉଚିତ ।

ଭାରତରେ ଇ-ସିଗାରେଟ୍ ସମ୍ପୂର୍ଣ୍ଣ ନିଷିଦ୍ଧ କାହିଁକି?

ଇଲେକ୍ଟ୍ରୋନିକ୍ ସିଗାରେଟ୍ ନିଷେଧ ଆଇନ, ୨୦୧୯, ଭାରତରେ ଇ-ସିଗାରେଟ୍ ସମ୍ପୂର୍ଣ୍ଣ ନିଷେଧ । ଏହି ଆଇନ ଅନୁଯାୟୀ, ଇ-ସିଗାରେଟ୍ ଉତ୍ପାଦନ, ବିକ୍ରୟ, ଆମଦାନୀ, ବଣ୍ଟନ, ସଂରକ୍ଷଣ, ବିଜ୍ଞାପନ କିମ୍ବା ପ୍ରଚାର, ଏବଂ ଭେପିଂ ତରଳ ପଦାର୍ଥ ସଂରକ୍ଷଣ ବେଆଇନ।

ସଂସଦ ପରିସରରେ ଧୂମପାନ କଡ଼ାକଡ଼ି ନିଷେଧ:

ଭାରତରେ ସାର୍ବଜନୀନ ସ୍ଥାନରେ ଧୂମପାନ ନିଷେଧ । ସଂସଦ ଭବନ ବି ଏହି ବର୍ଗରେ ଆସେ। ସଂସଦ, କର୍ମଚାରୀ ଓ ସଂସଦ ପରିସରରେ ଥିବା ଅନ୍ୟ ସମସ୍ତଙ୍କ ପାଇଁ ଧୂମପାନ କଡ଼ାକଡ଼ି ନିଷେଧ । ୨୦୧୫ ମସିହାରେ, ସଂସଦ ଭିତରେ ଧୂମପାନ କକ୍ଷ ବନ୍ଦ ହେବା ବହୁତ ବିବାଦ ସୃଷ୍ଟି କରିଥିଲା । ଅନେକ ସାଂସଦ ତତ୍କାଳୀନ ବାଚସ୍ପତିଙ୍କ ନିକଟରେ ଏହାର ପ୍ରତିବାଦ କରିଥିଲେ।