LIVE TV
LIVE TV

ବିଧାନସଭା ଶୀତ ଅଧିବେଶନ, ସରଗରମ ରହିପାରେ ଗୃହ

NEWS7
liters-of-liquor-siezed-by-patna-excise-department-but-officials-not-willing-to-give-proper-information

ଭୁବନେଶ୍ୱର ୦୧।୧୨ : ବିଧାନସଭା ଶୀତ ଅଧିବେଶନ । ଗୋଟିଏ ଦିନର ବିରତି ପରେ ପୁଣି ଚାଲିବ ଗୃହ । ସରଗରମ ରହିପାରେ ବିଧାନସଭାରେ ଆଜିର ଦିନ। ପ୍ରଶ୍ନକାଳରେ ଗୃହ, ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଆଲୋଚନା ରହିଛି। ସେହିପରି ଶୂନ୍ୟକାଳରେ ଉଭୟ ଶାସକ ଓ ବିରୋଧୀ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଗୃହରେ ଉଠାଇବେ। ଅନ୍ୟପଟେ ଗୃହରେ ବିରୋଧୀ ଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ କରାଯିବ। ଆଇନ ଶୃଙ୍ଖଳା ଏବଂ ଚାଷୀଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ।