ପଞ୍ଚମ ଦିନରେ ବି ଗୃହ ଅଚଳ, ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ

NEWS7
liquor-death-allegation-in-bhadrak

ଭୁବନେଶ୍ୱର ୨୧।୦୨ : ବିଧାନସଭା ଅଧିବେଶନ । ପଞ୍ଚମ ଦିନରେ ବି ଗୃହ କାର୍ଯ୍ୟ ଅଚଳ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଏବଂ ନାରାବାଜି ହୋଇଥିଲା । ଯାହାଫଳରେ ପ୍ରଥମେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି। ସମୟ ଅବଧି ସରିବା ପରେ ପୁଣି ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ । ହେଲେ ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ କରିଥିଲେ । ଯାହାଫଳରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।

ବିଧାନସଭା ବଜେଟ୍‌ ଅଧିବେଶନର ୫ ଦିନ । ସକାଳ ୧୦ ଟା ୩୦ ସମୟରେ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ । ପ୍ରଥମ ପ୍ରଶ୍ନକାଳ ଚାଲିଥିଲା । ହେଲେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ହୋହାଲ୍ଲା ଏବଂ ନାରାବାଜି କରିଥିଲେ । ଏପିରିକି ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ବି ବିରୋଧୀ ସଦସ୍ୟ ନିଜ ନିଜ ବସିନଥିଲେ । ଶେଷରେ ବାଧ୍ୟ ହୋଇ ବାଚସ୍ପତି ବିଧାନସଭାକୁ ସକାଳ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଏହାପରେ ପୁଣି ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ହୋଇଥିଲା ହଙ୍ଗାମା । ଶେଷରେ ବାଧ୍ୟ ହୋଇ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି 

ତେବେ ଗତ ୪ ଦିନ ଧରି ବିରୋଧୀ ଦଳ ସଦସ୍ୟ ମାନେ ମଣ୍ଡି ଅବ୍ୟବସ୍ଥା, ଚାଷୀ ସମସ୍ୟା ନେଇ ଆନ୍ଦୋଳନ କରୁଛନ୍ତି । ବାରମ୍ବାର ଗୃହ ମଧ୍ୟକୁ ଆସି ବିରୋଧୀ ସଦସ୍ୟମାନେ ନାରାବାଜି କରୁଛନ୍ତି । ଯାହାଫଳରେ ଗୃହକୁ ମୁଲତବୀ କରୁଛନ୍ତି ବାଚସ୍ପତି । ତେବେ ବିରୋଧୀଙ୍କ ଦାବି ହେଉଛି ଯେ, ଏ ଡବଲ ଇଞ୍ଜିନ ସରକାର । ଚାଷୀ ସମସ୍ୟାକୁ ସମାଧାନ କରିବା ପୁରା ଫେଲ୍‌ । ସେପଟେ ସରକାରୀ ଦଳ ଜବାବ ରଖୁଛି ଯେ, ସରକାର ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ।