ଇରାନକୁ ଯୁଦ୍ଧରେ ମିଳୁଛି କି ଋଷିଆର ସହାୟତା? ଆମେରିକା ରିପୋର୍ଟ ପରେ ମଧ୍ୟ ପ୍ରାଚ୍ୟରେ ଚାଞ୍ଚଲ୍ୟ

NEWS7
lind-your-adhar-with-kishan-credit-card-other-else-not-get-these-insurance-facelities

ୱାସିଂଟନ ୬।୩: ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଏକ ନୂଆ ରିପୋର୍ଟ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତାବଢାଇ ଦେଇଛି। ଆମେରିକା ସମ୍ପର୍କିତ ଏକ ମିଡିଆ ରିପୋର୍ଟରେ ଇରାନକୁ ଋଷିଆ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ସୂଚନା ଯୋଗାଇ ଦେଉଥିବାର ଦାବି କରାଯାଇଛି। କୁହାଯାଉଛି ଏହି ସୂଚନା ବଳରେ ଆମେରିକାର ସାମରିକ ଠିକଣା, ସୈନ୍ୟ ସଂଶାଧନକୁ ଇରାନ ଅଧିକ ସଠିକ ଟାର୍ଗେଟ କରିପାରୁଛି। ଏହି ଗୁଇନ୍ଦା ଇନପୁଟରେ ଆମେରିକୀୟ ଯୁଦ୍ଧପୋତ ଓ ଯୁଦ୍ଧବିମାନର ଲୋକେସନ ସମ୍ପର୍କିତ ସମ୍ବେଦନଶୀଳ ସୂଚନା ମଧ୍ୟ ସାମିଲ ଥିବା କୁହାଯାଇଛି।

ଏହା ଦ୍ୱାରା ଇରାନ ଆମେରିକାର ସୈନ୍ୟ ଗତିବିଦ୍ଧି ଉପରେ ନଜର ରଖିବା ଓ ସମ୍ଭାବିତ ଆକ୍ରମଣ ଯୋଜନା କରିବା ପାଇଁ ସହାୟତା ମିଳିପାରେ। ଏକ ରିପୋର୍ଟ ଅନୁସାରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନକୁ ଋଷିଆ ଆମେରିକାର ସୈନ୍ୟ ସଂଶାଧନ ଲୋକେସନ ସମ୍ପର୍କିତ ସୂଚନା ସେୟାର କରିବା ଆରମ୍ଭ କରିଦେଇଛି। ଏହି ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଜନୈକ ଆମେରିକୀୟ ଅଧିକାରୀ ନାମ ନ ଜଣାଇବା ସର୍ତ୍ତରେ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ଋଷିଆ ପକ୍ଷରୁ ଦିଆଯାଉଥିବା ସହାୟତାର ସ୍ତର ବେଶ୍ ବଡ଼ ଭଳି ଜଣାପଡୁଛି ଓ ଏହା ଆମେରିକା ଲାଗି ଚିନ୍ତାର ବିଷୟ ପାଲଟିଛି।

ତେବେ ୱାସିଂଟନସ୍ଥିତ ଋଷିଆ ଦୂତାବାସ ଏହି ସବୁ ଆରୋପର କୌଣସି ଅଧିକାରୀକ ପ୍ରତିକ୍ରିୟା ଜଣାଇ ନାହିଁ। ଆମେରିକୀୟ ଅଧିକାରୀଙ୍କ ଅନୁସାରେ ଇରାନର ନିଜ ବଳରେ ଆମେରିକୀୟ ସୈନ୍ୟ ଠିକଣାର ସଠିକ ସୂଚନା ସଂଗ୍ରହର କ୍ଷମତା ସୀମିତ । ଏଣୁ ଋଷିଆ ଭଳି ଟେକ୍ନୋଲଜିରେ ସକ୍ଷମ ଦେଶ ଯଦି ଗୁଇନ୍ଦା ସୂଚନା ଯୋଗାଇ ଦିଏ ତେବେ ଇରାନର ସୈନ୍ୟ ରଣନୀତି ଓ ଆକ୍ରମଣର ସଠିକତା ବଢିଯାଇପାରେ। ଆମେରିକୀୟ ସୈନ୍ୟ ଅଧିକାରୀଙ୍କ ଅନୁସାରେ ଇରାନ ସହିତ ଘନିଷ୍ଠ ସମ୍ପର୍କ ସତ୍ତ୍ୱେ ଚୀନ୍ ଏପର୍ଯ୍ୟନ୍ତ ତାକୁ ପ୍ରତ୍ୟକ୍ଷ ସୈନ୍ୟ ସହାୟତା ଦେଉ ନାହିଁ। ଏହା ଛଡା ଚୀନ୍ ସାର୍ବଜନିକ ରୂପେ ଯୁଦ୍ଧ ସମାପ୍ତ କରିବାକୁ ଅପିଲ ମଧ୍ୟ କରିଛି।

ତେବେ ବିଶ୍ଲେଷକଙ୍କ ଅନୁସାରେ ଯଦି ଋଷିଆ ବାସ୍ତବରେ ଗୁଇନ୍ଦା ସୂଚନା ସେୟାର କରୁଥାଏ ଏହା ଦ୍ୱାରା ଇରାନର ଆକ୍ରମଣର ସଠିକତା ବଢିପାରେ ଓ କ୍ଷେତ୍ରରେ ଉତ୍ତେଜନା ଆହୁରି ବଢିପାରେ। ବିଶେଷଜ୍ଞଙ୍କ ଅନୁସାରେ ଇରାନର ସୀମିତ ସୈନ୍ୟ ଉପଗ୍ରହ ଅଛି ଓ ତାର ନିଜର ବଡ଼ ସାଟେଲାଇଟ ନେଟୱାର୍କ ନାହିଁ। ଏଣୁ ଋଷିଆର ଉନ୍ନତ ଅନ୍ତରୀକ୍ଷ ଟେକ୍ନୋଲଜିରୁ ମିଳୁଥିବା ସୂଚନା ତା ଲାଗି ଅନେକ ଉପଯୋଗୀ ହୋଇପାରେ।