ବିରାଟଙ୍କ ବିଶାଳ ରେକର୍ଡ, ଦ୍ରୁତତମ ୨୮୦୦୦ ରନ୍ ପୂରଣ କରିବାରେ ବିଶ୍ବର ପ୍ରଥମ ବ୍ୟାଟର

NEWS7
lind-your-adhar-with-kishan-credit-card-other-else-not-get-these-insurance-facelities

ଭଦୋଦରା: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆରେ ବିରାଟ କୋହଲି ବଡ଼ ରେକର୍ଡ କରିଛନ୍ତି । ବିଶ୍ବ କ୍ରିକେଟ ଇତିହାସରେ ଏଭଳି ରେକର୍ଡ କେହି କରିନଥିଲେ । ଏହି ମ୍ୟାଚ୍ରେ ସେ ୨୫ ରନ୍ କରିବା ମାତ୍ରେ ବିଶ୍ବର ବହୁ ବଡ଼ ବଡ଼ କ୍ରିକେଟରଙ୍କୁ ପଛରେ ପକାଇ ଦେଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ୨୮୦୦୦ ରନ୍ ପୂରଣ କରିବାରେ ସେ ଏବେ ତୃତୀୟ ବ୍ୟାଟର । କିନ୍ତୁ ଦ୍ରୁତତମ ୨୮ ହଜାର ରନ୍ କରିବା ମାମଲାରେ ସେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି ।

ସବୁଠାରୁ କମ୍ ଇନିଂସରେ ୨୮ ହଜାର ରନ୍ ପୂରଣ କରିବା ମାମଲାରେ କୋହଲି ବିଶ୍ବରେ ପ୍ରଥମ । ସଚିନ ତେନ୍ଦୁଲକର ୬୪୪ଟି ଅନ୍ତର୍ଜାତୀୟ ଇନିଂସରେ ୨୮ ହଜାର ରନ୍ ପୂରଣ କରିଥିଲେ । କିନ୍ତୁ କୋହଲି ମାତ୍ର ୬୨୪ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ତେନ୍ଦୁଲକର, କୁମାର ସାଙ୍ଗାକାରଙ୍କ ପରେ ତୃତୀୟ ସ୍ଥାନରେ କୋହଲି । ବିଶ୍ବର ଏହି ୩ ବ୍ୟାଟର ୨୮ ହଜାର ରନ୍ ପୂରଣ କରିଛନ୍ତି ।

ଆଜିର ମ୍ୟାଚରେ ୪୨ ରନ୍ କରିବା ପରେ ସେ କୁମାର ସାଙ୍ଗାକାରଙ୍କୁ ପଛରେ ପକାଇ ଦେଇଥିଲେ । ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ କୋହଲି, ତେନ୍ଦୁଲକରଙ୍କ ପରେ ଦ୍ବିତୀୟ ସ୍ବର୍ବାଧିକ ରନ ସ୍କୋରର । ତେନ୍ଦୁଲକର ତାଙ୍କ କ୍ୟାରିୟରରେ ମୋଟ ୩୪,୩୫୭ ରନ୍ କରିଥିଲେ । ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର କୁମାର ସାଙ୍ଗାକାରା ୨୮,୦୧୬ ରନ୍ ସହ ଦ୍ବିତୀୟ ସ୍ଥାନରେ ଥିଲେ । ଏବେ ବିରାଟ କୋହଲି ତାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି ।

ବିରାଟ କୋହଲି କମ୍ ଇନିଂସ ଖେଳି ଏହି ଉପଲବ୍ଧି ହାସଲ କରିଛନ୍ତି । କୁମାର ସାଙ୍ଗାକାରା ୬୬୬ ଇନିଂସରେ ୨୮ ହଜାର ରନ୍ ପୂରଣ କରିଥିଲେ । ସଚିନ ତେନ୍ଦୁଲକର ୬୪୪ ଇନିଂସରେ ୨୮ ହଜାର ରନ୍ କ୍ଲବରେ ସାମିଲ ହୋଇଥିଲେ । କିନ୍ତୁ ବିରାଟ କୋହଲି ୬୨୪ ଇନିଂସରେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି । ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ କୁମାର ସାଙ୍ଗାକାରାଙ୍କ ପରେ ସର୍ବାଧିକ ରନ ସ୍କୋରର ତାଲିକାରେ ରିକି ପଣ୍ଟିଂ (୨୭୪୮୩ ରନ୍), ମହେଲା ଜୟବର୍ଦ୍ଧନେ (୨୫୯୫୭ ରନ୍) ଭଳି ମହାନ ଖେଳାଳି ରହିଛନ୍ତି । ସେପଟେ କୋହଲି ଆଜିର ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । କିନ୍ତୁ ଶତକରୁ ମାତ୍ର ୭ ରନ୍ରେ ପଛରେ ରହି ଯାଇଛନ୍ତି କିଙ୍ଗ କୋହଲି ।