LIVE TV

‘ସେୟାରା’ର ନାଁ ନେଇ ବଲିଉଡ଼କୁ କଟାକ୍ଷ କଲେ ଅରଶଦ ଓ୍ବାର୍ସି, କହିଲେ କାହିଁକି ହିଟ୍ ହେଉନି ଫିଲ୍ମ

NEWS7
leopard-skin-seized-4-arrested

ନୂଆଦିଲ୍ଲୀ ୨୬।୧୦; ବଲିଉଡ଼କୁ କଟାକ୍ଷ କଲେ ଅଭିନେତା ଅରଶଦ ଓ୍ବାର୍ସି । କହିଲେ ବଲିଉଡ଼ ଫିଲ୍ମ ମେକର୍ସ ରିସ୍କ ନେବାକୁ ଡରୁଛନ୍ତି । କାରଣ ଇଣ୍ଡଷ୍ଟ୍ରିରେ ଭଲ ଏବଂ ଦମଦାର୍ ସ୍କ୍ରିଫ୍ଟସର କମି ରହିଛି । ତାଙ୍କ ଅନୁସାରେ ଏବେ ଅଧିକ ମେକର୍ସ ସେଫ ଜୋନରେ ଫିଲ୍ମ ନିର୍ମାଣ କରୁଛନ୍ତି । ଯେଉଁଥିରେ ଏକ୍ସପେରିମେଣ୍ଟ୍ସ କମ୍ ଦେଖିବାକୁ ମିଳୁଛି ।

ଅରଶଦ କହିଛନ୍ତି କି, ବର୍ତ୍ତମାନ ସୁପରହିରୋ ଫିଲ୍ମର ଟ୍ରେଣ୍ଡ ଚାଲୁଛି । କିନ୍ତୁ ସେ ଏକ ସିମ୍ପଲ ଲଭ୍ ଷ୍ଟୋରୀ ‘ସେୟାରା’ର ଉଦାହରଣ ଦେଇଛନ୍ତି । ଯାହା କୌଣସି ବଡ଼ ଷ୍ଟାର୍ସ ବିନା ହିଟ୍ ସାବ୍ୟସ୍ତ ହୋଇଛି । ସେ କହିଛନ୍ତି, ତାହା ଖାଲି ଏକ ସିମ୍ପଲ ଲଭ୍ ଷ୍ଟୋରୀ ଥିଲା, କିନ୍ତୁ ଏହା ଦର୍ଶକମାନଙ୍କୁ ପସନ୍ଦ ଆସିଥିଲା କାରଣ ଫିଲ୍ମ ନିର୍ମାତା ରିସ୍କ ନେଇଛନ୍ତି ।

ଅଭିନେତା ଏହା ବି କହିଛନ୍ତି କି ଆଜି ବହୁତ ଫିଲ୍ମ ନିର୍ମାଣ ହେଉଛି, କିନ୍ତୁ ସେଥିରୁ କିଛି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ଅରଶଦ ଓ୍ବାର୍ସି କହିଛନ୍ତି, ଯଦି ଆମ ପାଖରେ ଭଲ ସ୍କ୍ରିଫ୍ଟ ଥାନ୍ତା ତ ଆମ ଫିଲ୍ମର ଲିଷ୍ଟରେ ଅଧିକ ହିଟ୍ସ ହୋଇଥାନ୍ତା’ । ଦୁର୍ଭାଗ୍ୟ ବଶତଃ ଆମ ପାଖରେ ନାହିଁ । ଏହି ସାକ୍ଷାତକାର ସମୟରେ ସେ ନିଜ ଆଇକନିକ ଫିଲ୍ମ ‘ମୁନ୍ନା ଭାଇ’ ସିରିଜରେ ସର୍କିଟର ଭୂମିକାର ଉଦାହରଣ ଦେଇ କହିଛନ୍ତି କି ଦର୍ଶକ ଏବେ ବି ଭଲ କାହାଣୀ ଏବଂ କଣ୍ଟେଣ୍ଟର ତଲାଶରେ ଅଛନ୍ତି । ସେହିଭଳି ନିକଟରେ ତାଙ୍କ ଫିଲ୍ମ ‘ଭଗବତ ଚ୍ୟାଫ୍ଟର ଓ୍ବାନ : ରାକ୍ଷଶ, ଯାହା ୧୭ଅକ୍ଟୋବର ୨୦୨୫ରେ OTT ପ୍ଲାଟଫର୍ମରେ ରିଲିଜ ହୋଇଛି, ଯାହା ଦର୍ଶକଙ୍କ ଧ୍ୟାନ ଟାଣୁଛି ।