ନୂଆପଡାରେ ପୁଣି ବାଘ ଆତଙ୍କ, ବଳଦକୁ ମାରି ଖାଇଲା କଲରାପତରିଆ

Published By : Prameya-News7 Bureau | April 20, 2024 IST

ନୂଆପଡା ୨୦।୪: ନୂଆପଡାରେ ପୁଣି ବାଘ ଆତଙ୍କ । ନୂଆପଡା ଜିଲ୍ଲା ଧରମବନ୍ଧା ରେଞ୍ଜ ସିଲିଆରିବାହାରା ଗାଁର ଗୋକୁଳ ବରିହାଙ୍କ ବଳଦକୁ ମାରି ଖାଇଲା କଲରାପତରିଆ ବାଘ । ଘଟଣାସ୍ଥଳରେ ନୂଆପଡା ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ନୂଆପଡା ଜିଲ୍ଲା ଧରମବନ୍ଧା ରେଞ୍ଜ ସିଲିଆରିବାହାରା ଗାଁରେ ଶନିବାର ସକାଳୁ ଏଭଳି ଘଟଣା ଘଟିଛି । ଗାଁ ପାଖ ମହୁଲ ଗଛ ତଳେ ବୁଲୁଥିବା ବେଳେ ବଳଦଟିକୁ ବାଘ ଆକ୍ରମଣ କରିଥିବା ସୂଚନା ମିଳିଛି । ଖବର ପାଇ ନୂଆପଡା ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ତେବେ ପୂର୍ବରୁ ମଧ୍ୟ ଅନେକ ଥର ନୂଆପଡାରେ ବାଘ ଆତଙ୍କ ଦେଖାଦେଇଥିଲା । ଏମିତିକି ମଣିଷ ମାରି ଖାଇଥିଲା ବାଘ । ଏବେ ପୁଣି ନୂଆପଡାରେ ବାଘ ଆତଙ୍କକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

You Can Read : 

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ଵୟ ବୈଠକ, ରଥଯାତ୍ରା ସମୟରେ ଚଳାଚଳ କରିବ ସ୍ଵତନ୍ତ୍ର ଟ୍ରେନ୍

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.