ଘଷିପୁରାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ, ସମର୍ଥକଙ୍କ ସହ ଆଲୋଚନା ପରେ ନେଲେ ନିଷ୍ପତ୍ତି

Published By : Prameya-News7 Bureau | May 03, 2024 IST

ଭୁବନେଶ୍ବର: ନିର୍ବାଚନ ଲଢ଼ିବା ନେଇ ସ୍ପଷ୍ଟ କଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଘଷିପୁରାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ । ନିଜ ସମର୍ଥକଙ୍କସହ ଅଲୋଚନା ପରେ ନେଲେ ନିଷ୍ପତ୍ତି । 

ଏନେଇ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଦୀର୍ଘ ବର୍ଷର ଅରାଜକତା ବିରୋଧରେ ଲଢ଼ିବି। ଆଜି ସନ୍ଧ୍ୟାରେ ଆନନ୍ଦପୁର ଠାରେ ନିଜ ସମର୍ଥକଙ୍କ ସହ ବୈଠକ କରିଥିଲେ ସୌମ୍ୟ ରଞ୍ଜନ । ଦୀର୍ଘ ସମୟ ଧରି ଆଲୋଚନା ପରେ ସୌମ୍ୟ ସ୍ବାଧୀନ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇଛନ୍ତି । କହିଛନ୍ତି ଘଷିପୁରାରେ ଦୀର୍ଘ ବର୍ଷ ଧରି ଚାଲିଥିବା ଅରାଜକତା ବିରୋଧରେ ସବର ଉତ୍ତୋଳନ କରିବି । ନିର୍ବାଚନରେ ମୋର ନିଶ୍ଚିତ ବିଜୟ  ହେବ ବୋଲି ଦମ୍ଭୋକ୍ତି କରିଛନ୍ତି ସୌମ୍ୟ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.