ନାମାଙ୍କନ ଭରିଲେ ଚୌଦ୍ବାର କଟକ ବିଜେପି ପ୍ରାର୍ଥୀ, କହିଲେ- ମୋଦି ଲହର ସହ ପରିବର୍ତ୍ତନ ସପକ୍ଷରେ ମତଦାତା ଦେବେ ଭୋଟ

Published By : Prameya-News7 Bureau | May 03, 2024 IST

କଟକ: ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ଥିଲା ନାମାଙ୍କନ ଦାଖଲର ଅନ୍ତିମ ତାରିଖ। ଆଉ ଏମିତିରେ ଅନେକ ଆଶାୟୀ ନିଜ ନିଜ ନାମାଙ୍କନ ଦାଖଲ କରିଛନ୍ତି। ଏହି କ୍ରମରେ ଚୌଦ୍ବାର କଟକ ବିଜେପି ପ୍ରାର୍ଥୀ ନୟନ କିଶୋର ମହାନ୍ତି କଟକ ସଦର ଉପଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। 

ଏହା ପୂର୍ବରୁ ସନସାଇନ ପଡ଼ିଆରୁ ଏକ ଶୋଭାଯାତ୍ରାରେ ଆସି ନୟନ ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମୋଦି ଲହର ସହ ପରିବର୍ତ୍ତନ ସପକ୍ଷରେ ମତଦାତାମାନେ ପଦ୍ମ ଫୁଲରେ ଭୋଟ ଦେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେପି ପ୍ରାର୍ଥୀ ନୟନ କିଶୋର ମହାନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.