Live Live
LIVE

Rajyasabha politics: ମୁହଁ ଖୋଲିଲେ ସୌମ୍ୟ, କହିଲେ ଇତିହାସ ଦୋହରାଇଲେ ଦିଲୀପ ରାୟ

NEWS7
leopard-akraman-on-elder-brother-younger-brother-sacrifices-life

ଭୁବନେଶ୍ୱର ୧୭/୦୩: ରାଜ୍ୟସଭା କ୍ରସ୍ ଭୋଟିଂକୁ ନେଇ ବରିଷ୍ଠ ରାଜନେତା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା। ବିଜେଡ଼ି ୫୧ ଥିଲା ୫୦ କୁ ଖସିଲା। ପରେ ୪୮ ଆଉ ଏବେ ୬ ଜଣ କ୍ରସ୍ ଭୋଟିଂ ପରେ ଏବେ ସଂଖ୍ୟା ୪୨। ବିଜେଡି ୧୯ ପ୍ରତିଶତ କ୍ଷୟ ହୋଇ ସାରିଲାଣି। ଧୀରେ ଧୀରେ ସଂପୂର୍ଣ୍ଣ କ୍ଷୟ ହୋଇଯିବ।

ନବୀନ ବାବୁ ବହୁ ଚେଷ୍ଟା କରିଥିଲେ ବିଧାୟକ ଙ୍କୁ ଏକାଠି ରଖିବାକୁ। ଦୁଇଜଣ ଙ୍କୁ ପୂର୍ବରୁ ନିଲମ୍ବନ କଲେ। କିନ୍ତୁ ତାହା କାମ ଦେଲାନି। ବର୍ତ୍ତମାନ ନେତୃତ୍ଵ ପ୍ରତି ପ୍ରଶ୍ନବାଚୀ। ନେତା ବିଧାୟକ ସବୁ ଉତ୍ତର ପାଇଲେଣି। ନବୀନ ବାବୁଙ୍କ ପକଡ଼ କମିଛି ନା ନାହିଁ ଆପଣ ଜାଣିପାରୁନାହାନ୍ତି? ସେହିଭଳି ରାଜ୍ୟସଭା ନିର୍ବାଚନରେ ଓଡ଼ିଶା ଅସ୍ମିତା ଫେଲ୍ ମାରିଛି ବୋଲି ସେ କହିଛନ୍ତି ।

କାରଣ ବିଧାୟକ ଯେଉଁଭଳି ବାଇଗଣ ଦରରେ ବିକ୍ରି ହେଲେ ଏବଂ ଯେଉଁମାନେ ବିକ୍ରି ହୋଇପାରିବେ ବୋଲି ଭାବିଲେ ତାହା ପ୍ରଶ୍ନ ସ୍ରୁଷ୍ଟି କଲା । କିନ୍ତୁ ଯେଉଁ ମାନେ ଅନ୍ୟ ଦଳକୁ ଭୋଟ ଦେଲେ ସେମାନେ କାହିଁକି ପୂର୍ବରୁ ଏନେଇ ସ୍ପଷ୍ଟ କଲେନି। କିନ୍ତୁ ସାହସ କରି ଦେଲେ। ଦିଲୀପ ରାୟ ଇତିହାସ କୁ ପୁଣି ଥରେ ଦୋହରାଇଲେ। ବିଶ୍ଵକପ ଜିତିଲା ଭଳି। କ୍ରସ୍ ଭୋଟିଂ ମାଧ୍ୟମରେ ଜିତିବା କିନ୍ତୁ ଗୌରବ ର ବିଷୟ ନୂହେଁ ବୋଲି କହିଛନ୍ତି ବରିଷ୍ଠ ରାଜନେତା ।