ବାରବାଟୀ ଟି ୨୦ ପାଇଁ ଟିକେଟ ବିକ୍ରିରେ ବଡ଼ ଘୋଟଲା, କାହା ସ୍ଵାର୍ଥରେ ୧୮ ହଜାର କମ୍ପ୍ଲିମେଣ୍ଟାରୀ ପାସ ?

NEWS7
lemonade-with-black-salt-helps-to-control-weight

କଟକ: ବାରବାଟୀ ଟି ୨୦ ମୁକାବିଲା ପାଇଁ ଟିକେଟ ବିକ୍ରିରେ ବଡ଼ ଘୋଟଲା। ଟିକେଟ୍ ବିକ୍ରିରେ ହୋଇଥିବା କେଳେଙ୍କାରୀ ଓସିଏ ଜାଣତରେ ହୋଇଛି କହିଲେ ଆଦୌ ଭୁଲ ହେନାହିଁ। କାରଣ ବିସିସିଆଇ ନିୟମ କାନୁନକୁ ପାଦରେ ଦଳି ଦିଆଯାଇଛି। ଏବଂ କିଛି ନିର୍ଦ୍ଧିଷ୍ଟ ବର୍ଗଙ୍କୁ ଖୁସି କରାଇବା ଲାଗି ହଜାର ହଜାର ଟିକେଟ କମ୍ପ୍ଲିମେଣ୍ଟାରୀ ପାସ ଆକାରରେ ବାଣ୍ଟି ଦିଆଯାଇଛି। ବିସିସିଆଇର ୨୦୧୮ ସମ୍ବିଧାନ ସଂଶୋଧନ ମୁତାବକ ମୋଟ ଟିକେଟର ୯୦ ପ୍ରତିଶତ ସାଧାରଣ ଲୋକଙ୍କ ପାଇଁ ବିକ୍ରୀ ହେବା କଥା। କିନ୍ତୁ ଏଥର ବିକ୍ରୀ କରାଯାଇଛି ମାତ୍ର ୧୨ ହଜାର ଟିକେଟ। ପ୍ରଶ୍ନ ହେଲା କାହିଙ୍କି ?

ବିସିସିଆଇ ଦ୍ଵାରା ପ୍ରଣୀତ ଆଇନକୁ ଦଳି ମକଚି ଦେଲେ ଓସିଏ କର୍ତ୍ତୃପକ୍ଷ। ଟିକଟ ଵିକ୍ରିରେ ସବୁ ନିୟମ କାନୁନକୁ ଫୁ କରି ଉଡାଇ ଦିଆଗଲା। ଭଲରେ ଦେଖନ୍ତୁ ଏ ଚିତ୍ର। ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ ରହିଛିକି, ବିସିସିାଇର ୨୦୧୮ ମସିହା ସଂଶୋଧିତ ଆଇନ ଅନୁସାରେ ଷ୍ଟାଡିଅମର ୯୦ ପ୍ରତିଶତ ଟିକେଟ ସାଧାରଣ ଲୋକଙ୍କ ପାଇଁ ସଂରକ୍ଷିତ ରହିବ। କିନ୍ତୁ ବାରବାଟୀ ଟି ଟ୍ୱେଣ୍ଟି ମୁକାବିଲା ପାଇଁ ଏଥର କାଉଣ୍ଟରରେ ବିକ୍ରୀ ହେଲା ମାତ୍ର ୧୦ ହଜାର ଟିକେଟ, ଏବଂ ଅନ ଲାଇନରେ ବିକ୍ରୀ ହେଲା ୨ ହଜାର। ଯେହେତୁ ଏଥର ୪୨ ହଜାର ଭଳି ଦର୍ଶକ ବସିବେ ବାରବାଟୀ ଷ୍ଟାଡିଅମରେ, ତେବେ ପ୍ରଶ୍ନ ଉଠୁଛି ଆଉ ୩୦ ହଜାର ଟିକେଟ ଗଲା କୁଆଡେ।

ଭାରତ ଇଂଲଣ୍ଡ ମ୍ୟାଚ ପାଇଁ ବାରବାଟୀରେ ବସିଥିଲେ ୪୫ ହଜାର ଦର୍ଶକ। ଏଥର କିନ୍ତୁ ଦର୍ଶକଙ୍କ ସୁରକ୍ଷାକୁ କାରଣ ଦର୍ଶାଇ, ସିଟ ସଂଖ୍ୟା ୪୨ ହଜାରକୁ କମ କରିଦିଆଗଲା। ତେଣୁ ଏବେ ପ୍ରଶ୍ନ, ଯଦି ଦର୍ଶକଙ୍କ ସୁରକ୍ଷାକୁ ଏତେ ଗୁରୁତ୍ୱ ଦିଆଯାଉଛି, ତାହାଲେ ଟିକେଟ ବିକ୍ରୀ ବେଳେ ସାଧାରଣ ଲୋକଙ୍କ ସ୍ୱାର୍ଥକୁ କିପରି ଭୁଲିଗଲା ଓସିଏ। ଏଥର ମୋଟ ୪୨ ହଜାର ଟିକେଟ ଭିତରୁ କାଉଣ୍ଟରକୁ ଆସିଲା ମାତ୍ର ୧୦ ହଜାର। ଅନ ଲାଇନ ପ୍ଲାଟଫର୍ମରେ ବିକ୍ରୀ ହେଲା ୨ ହଜାର। ଅନୁବନ୍ଧିତ କ୍ଲବ ଏବଂ ଅନୁଷ୍ଠାନଙ୍କୁ ମିଳିଛି ୧୧ ହଜାର ଟିକେଟ। ଅର୍ଥାତ ୧୯ ହଜାର ଟିକେଟ କମ୍ପ୍ଲିମେଣ୍ଟାରୀ ପାସ ଆକାରରେ ବାଣ୍ଟିଛି ଓସିଏ।

ତେଣୁ ଏବେ ପୁନର୍ବାର ପ୍ରଶ୍ନ, କି କମ୍ପ୍ଲିମେଣ୍ଟାରୀ ପାସ କଣ ପାଇଁ? ଏହା କାହାର ସ୍ୱାର୍ଥ ସାଧନ କରୁଛି? ବିସିସିଆଇ ନିୟମ ରେ ଏଭଳି ପ୍ରାବଧାନ ନଥିବା ବେଳେ ଓସିଏ କିପରି ମନମାନି ଚଳାଇଛି । ନିୟମ ମୁତାବକ କାର୍ଯ୍ୟ କରିବା ଲାଗି ଓସିଏ ପାଇଁ କିଛି ପ୍ରତିବନ୍ଧକ ଅଛି, ନା ଏଭଳି ବେଆଇନ କାର୍ଯ୍ୟ କରିବାକୁ କୌଣସି ଅଦୃଶ୍ୟ ଶକ୍ତି oca ଉପରେ ଚାପ ପ୍ରୟୋଗ କରୁଛି। ଏସବୁର ବିଦ୍ଧିବଧ ତଦନ୍ତ କରାଗଲେ ରାଜ୍ୟର କ୍ରୀଡ଼ାପ୍ରେମୀ ମାନଙ୍କ ପ୍ରତି ନ୍ୟାୟ ହେଲା ବୋଲି ଜଣା ପଡିବ।