ବଦଳିଲା CHSE ନିୟମ, +୨ ପରୀକ୍ଷା ଓ ଅନ୍ୟ ଫର୍ମ ଏବେ ଅନ-ଲାଇନରେ ଉପଲବ୍ଧ

NEWS7
lawyer-strike-on-7th-8th-and-9th-jan-demanding-hc-bench

ଭୁବନେଶ୍ୱର ୩୧।୧୨: ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଶ୍ୱସ୍ତିର ଖବର, ଓଡି଼ଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପରୀକ୍ଷା ଓ ପ୍ରମାଣପତ୍ର ସମ୍ପର୍କିତ ସବୁ ଗୁରୁତ୍ୱପୂର୍ଣ୍ଣ ଫର୍ମ ଅନଲାଇନରେ ଉପଲବ୍ଧ କରିଛନ୍ତି। ଏଣୁ ଛାତ୍ରଛାତ୍ରୀଙ୍କୁ ଏବେ ଏହି ସବୁ ଫର୍ମ ନିମନ୍ତେ ସିଏଚଏସଇ କାର୍ଯ୍ୟାଳୟକୁ ଦଉଡିବାକୁ ପଡିବନି। ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍ କୁ ଦେଇଥିବା ସାକ୍ଷାତକାରରେ ଏ ନେଇ ସୂଚିତ କରିଛନ୍ତି।

ସିଏଚଏସଇଙ୍କ ଏହି ପଦକ୍ଷେପ ପ୍ରକ୍ରିୟାକୁ ସୁଗମ କରିବା, ଛାତ୍ରଛାତ୍ରୀଙ୍କ ସମୟ ବଞ୍ଚାଇବା ଓ ଖାସ କରି ଦୂରଦୂରାନ୍ତରେ ରହୁଥିବା ଛାତ୍ରଛାତ୍ରୀଙ୍କ ଲାଗି ସୁଗମ କରିବ ବୋଲି ପରିଡା କହିଛନ୍ତି। ସେ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କୁ ଏବେ ସେମାନଙ୍କ ପ୍ରମାଣପତ୍ର ସମ୍ପର୍କିତ ବିଭିନ୍ନ କାଗଜପତ୍ର ନେବାକୁ ଓ ଜମା କରିବାକୁ କାଉନସିଲ ଅଫିସକୁ ଦଉଡିବାକୁ ପଡିବ ନାହିଁ। କାରଣ କାଉନସିଲ ଅନ୍ତିମ ପ୍ରମାଣପତ୍ର, ସାର୍ଟିଫିକେଟ କପି, ମାଇଗ୍ରେସନ ସାର୍ଟିଫିକେଟ ଓ ରେଜିଷ୍ଟ୍ରେସନ ସଂଖ୍ୟା ଜାରି ସମ୍ପର୍କିତ ୨୭ଟି ଅଲଗା ଅଲଗା ଫର୍ମ ଅନଲାଇନରେ ଉପଲବ୍ଧ କରାଇଛନ୍ତି। ଏଣୁ ଆଶା କରାଯାଉଛି ଛାତ୍ରଛାତ୍ରୀଙ୍କ ନିମନ୍ତେ ଏହି ପଦକ୍ଷେପ ପ୍ରକ୍ରିୟା ସମୟ ବଞ୍ଚାଇବା ସହିତ ସୁବିଧାଜନକ ହେବ।

ପରିଡା କହିଛନ୍ତି ଯେ ସିଏଚଏସଇ ତାଙ୍କ ୱେବସାଇଟରେ ଏକ ଅଲଗା ଫର୍ମ ‘ୱିଣ୍ଡୋ’ କରିଛନ୍ତି। ଛାତ୍ରଛାତ୍ରୀ ଓ ଅଧିକାରୀ ଏହିଠାରୁ ଆବଶ୍ୟକ ଫର୍ମ ପ୍ରାପ୍ତ କରିପାରିବେ ଓ ଡାଉନଲୋଡ କରିପାରିବେ। ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଏହି ଫର୍ମ ସଂଗ୍ରହ କରିବା ଓ ଜମା କରିବା ପାଇଁ ସିଏଚଏସଇ କାର୍ଯ୍ୟାଳୟକୁ ଆସିବାକୁ ପଡୁଥିଲା। ବିଶେଷ କରି ସାର୍ଟିଫିକେଟ କପି ଓ ‘ଟୁ ହୁମ ଇଟ ମେ କନସର୍ଣ୍ଣ’ ସାର୍ଟିପିକେଟ, ପୁନର୍ମୂଲ୍ୟାନ ଓ ନମ୍ବର ପୁନର୍ମୂଲ୍ୟାୟନ ସମ୍ପର୍କିତ ମାମଲାରେ ଛାତ୍ରଛାତ୍ରୀଙ୍କୁ କାଉନସିଲ ଅଫିସ ଆସିବାକୁ ପଡୁଥିଲା।

ହେଲେ ଏବେ ଫର୍ମ ଅନଲାଇନ ଉପଲବ୍ଧ ହେବା ଯୋଗୁ ଛାତ୍ରଛାତ୍ରୀ ଘରେ ବସି ଫର୍ମ ଡାଉନଲୋଡ କରିପାରିବେ ଓ ପୂରଣ କରି ଦାଖଲ ମଧ୍ୟ କରିପାରିବେ। ଏହା ଛଡା ବିକଳ୍ପ ରୂପେ ସେମାନେ ନିଜ କଲେଜ ଅଧିକାରୀଙ୍କ ମାଧ୍ୟମରେ ଅଥବା ପରିଷଦ ମୁଖ୍ୟାଳୟରେ ଫର୍ମ ଜମା କରିପାରିବେ। ଏଥିଲାଗି ଛାତ୍ରଛାତ୍ରୀଙ୍କ ନିମନ୍ତେ ଅନେକ ବିକଳ୍ପ ମଧ୍ୟ ଉପଲବ୍ଧ କରାଯାଇଛି। ତେବେ ଅନଲାଇନ ସୁବିଧା ଯୋଗୁ ଛାତ୍ରଛାତ୍ରୀଙ୍କୁ ଅନେକ ଆଶ୍ୱସ୍ତି ମିଳିବ। ଏହା ଦ୍ୱାରା ସମୟ ଓ ପରିବହନ ବାବଦ ବ୍ୟୟ ମଧ୍ୟ ବଞ୍ଚିବ।

ପରିଡା କହିଛନ୍ତି ଯେ ପରୀକ୍ଷା ସଞ୍ଚାଳନ ଓ ପ୍ରଶାସନିକ କାର୍ଯ୍ୟ ସମ୍ପର୍କିତ ଅନ୍ୟ ସର୍କୁଲାର ଯାହା ପୂର୍ବରୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟଙ୍କ ନିମନ୍ତେ ବହୁ ସଂଖ୍ୟାରେ ମୁଦ୍ରଣ କରାଯାଉଥିଲା ସେଗୁଡିକୁ ମଧ୍ୟ ଅନଲାଇନରେ ଉପଲବ୍ଧ କରିଦିଆଯାଇଛି। ପୂର୍ବରୁ ପରିଷଦ ଏହି ସବୁ ଫର୍ମ ପ୍ରିଣ୍ଟିଂ କରିବା ପାଇଁ ବାର୍ଷିକ ୨୦ରୁ ୩୦ ଲକ୍ଷ ଟଙ୍କା ବ୍ୟୟ କରୁଥିଲେ। ତେବେ ଏଗୁଡିକର ସୀମିତ ଉପଯୋଗିତା କାରଣରୁ କାଗଜ ଓ ପଇସା ଉଭୟ ବର୍ବାଦ ହେଉଥିଲା। ଏବେ ଅନଲାଇନରେ ଉପଲବ୍ଧ ହେଉଥିବା କାରଣରୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ନିଜ ଆବଶ୍ୟକତା ଅନୁସାରେ ଏବେ ଏହି ସବୁ ଫର୍ମ ଡାଉନଲୋଡ କରି ଉପଯୋଗ କରିପାରିବେ। ଏଣୁକାଗଜ ବଞ୍ଚିବା ସହ ପ୍ରିଣ୍ଟିଂ ବାବଦ ହେଉଥିବା ବ୍ୟୟ ମଧ୍ୟ ବଞ୍ଚିବ।